ବ୍ୟସ୍ତୁ ଅନୁସାରେ ରନ୍ଧା ଘର ବହୁତ ମହତ୍ୱ ରଖିଥାଏ । ଏହିଠାରେ ପ୍ରତିଦିନ ରୋଷେଇ ହୋଇଥାଏ ଯାହା ମଣିଷକୁ ନିହାତି ଭାବରେ ଦରକାର ହୋଇଥାଏ । ରନ୍ଧାଘରେ ସକରାତ୍ମକ ଭାବନା ରହିବା ନିହାତି ଆବଶ୍ୟକ ହୋଇଥାଏ । ଆପଣ ନିଜ ରନ୍ଧାଘରେ କେଉଁ ଜିନିଷ କେଉଁଠାରେ ରଖିଛନ୍ତି ତାହା ଦ୍ଵାରା ଘରେ ସକରାତ୍ମକ ଏବଂ ନକାରାତ୍ମକ ଫଳ ପ୍ରାପ୍ତ ହୁଏ । ରନ୍ଧାଘରେ ବାସ୍ତୁ ଅନୁସାରେ ଜିନିଷ ନରଖିଲେ ନକରାତ୍ମକ ଶକ୍ତି ଘରେ ଦେଖାଦେଇଥାଏ ।
ଯାହା ଦ୍ଵାରା ଘରେ ରୋଗ ଏବଂ ଦରିଦ୍ରତା ଦେଖା ଦିଏ । ରନ୍ଧାଘରେ ବାସ୍ତୁ ଅନୁସାରେ ଜିନିଷ ରଖିଲେ ସକରାତ୍ମକ ଶକ୍ତି ଘରେ ଦେଖାଦିଏ, ଯାହା ଦ୍ଵାରା କେବେ ମଧ୍ୟ ଅର୍ଣ୍ଣ ଏବଂ ଧନର ଅଭାବ ହୋଇନଥାଏ । ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଅନୁସାରେ କେଉଁ ଜିନିଷ କେଉଁଠାରେ ରହିବ ଉଚିତ ।
ରନ୍ଧାଘରେ ଗ୍ୟାସ ଚୁଲା କୁ ସବୁଠାରୁ ଅଧିକ ମହତ୍ୱ ଦିଆଯାଇଥାଏ, କାରଣ ଗ୍ୟାସ ର ସିଧା ସମ୍ବନ୍ଧ ଅଗ୍ନି ସହିତ ରହିଥାଏ । ଏହାକୁ ଦକ୍ଷିଣ ପୂର୍ବ ଦିଗ ରେ ରଖିବା ଉଚିତ । ବାସ୍ତୁ ଅନୁସାରେ ଏହି ଦିଗ ଅଗ୍ନି ଦେବଙ୍କ ଦିଗ ଅଟେ । ଏହା ଦ୍ଵାରା ଘରେ ଅଭାବ ହୋଇନଥାଏ । ଉତ୍ତର ପୂର୍ବ ଦିଗରେ କେବେ ମଧ୍ୟ ଗ୍ୟାସ ଚୂଲା ରଖନ୍ତୁ ନାହିଁ ଏହା ଦ୍ଵାରା ସନ୍ତାନ କଷ୍ଟ ଏବଂ ଧନ ର ଅଭାବ ହୋଇଥାଏ ।
ଉତ୍ତର ଦିଗରେ ରଖିଲେ ଧନ ହାନି ହୋଇଥାଏ କାରଣ ଏହି ଦିଗରେ କୁବେର ରହିଥାନ୍ତି । ବାସନ ଧୋଇବା ବେଶିନ ଉତ୍ତର ପୂର୍ବ ଦିଗରେ ରଖନ୍ତୁ । ଏହା ଅତ୍ୟନ୍ତ ଶୁଭ ଅଟେ ଏବଂ ଏହା ଦ୍ଵାରା ଘରେ କେହି ଅସୁସ୍ଥ ହୁଅନ୍ତି ନାହିଁ । ସବୁବେଳେ ଗ୍ୟାସ ଚୁଲା କୁ କାନ୍ଥ ଠାରୁ ଟିକେ ଛଡା କରିକି ରଖନ୍ତୁ ।
ରନ୍ଧାଘରେ ବ୍ୟବହାର ହେଉଥିବା ବାସନ ଏବଂ ପରିବା ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଦରକାର ଏହି ଦିଗରେ ଅନନ୍ତ ଏବଂ ନେତୃତ୍ୱ ଦେବତା ବାସ କରନ୍ତି ଯିଏ ଘରେ କେବେ ମଧ୍ୟ ଅର୍ଣ ର ଅଭାବ ହେବାକୁ ଦିଆନ୍ତିନାହିଁ । ରନ୍ଧଘରେ ବ୍ୟବହାର ହେଉଥିବା ଏଲେକ୍ଟ୍ରିକ ଜିନିଷ ସବୁ ଦକ୍ଷିଣ ପ୍ରୁବ ଦିଗରେ ରଖିବା ଉଚିତ ଏହି ଦିଗର ତତ୍ତ୍ଵ ଅଗ୍ନି ଅଟନ୍ତି ଯାହା ଆପଣଙ୍କୁ ହେବାକୁ ଯାଉଥିବା ଅଘଟଣ ରୁ ରକ୍ଷା କରିଥାଏ ।
ଯଦି ଆପଣ ନିଜ ରାନ୍ଧଘରେ ଏହି ସବୁ ବାସ୍ତୁ ଶସ୍ତ୍ରକୁ ଉପଯୋଗ କରିବେ ତେବେ ଆପଣଙ୍କ ଘରେ କେବେ ମଧ୍ୟ ଧନ ର ଅଭାବ ହେବ ନାହିଁ, ଘରକୁ କେବେ ମଧ୍ୟ କୌଣସି ସମସ୍ୟା ଆସିବ ନାହିଁ । ରନ୍ଧାଘରେ କେବେ ମଧ୍ୟ ଠାକୁରଙ୍କୁ ରଖନ୍ତୁ ନାହିଁ ଏହା ଦ୍ଵାରା ଘରେ ସବୁବେଳେ ଝଗଡ଼ା ହୋଇଥାଏ । ରନ୍ଧାଘର କେବେ ମଧ୍ୟ ଅସନା ରଖନ୍ତୁ ନାହିଁ ।
ଯଦି ରନ୍ଧାଘରେ କୌଣସି ଜିନିଷ ଖରାବ ହୋଇଯାଇଛି ତେବେ ତାହାକୁ ଖୁବ ଶୀଘ୍ର ବାହାର କରିଦିଅନ୍ତୁ କାରଣ ଏହା ଦ୍ଵାରା ପିଲାମାନଙ୍କ ଜୀବନରେ ଅସୁବିଧା ସୃଷ୍ଟି ହୋଇଥାଏ । ରନ୍ଧାଘରେ କେବେ ମଧ୍ୟ ଓଷଧ ରଖନ୍ତୁ ନାହିଁ ଏହା ଦ୍ଵାରା ଘରେ ସବୁବେଳେ କେହି ନ କେହି ଅସୁସ୍ଥ ରହିଥାନ୍ତି । ଅଇଁଠା ବାସନକୁ ବେଶି ସମୟ ନ ଧୋଇ ରଖନ୍ତୁ ନାହିଁ । ଏହା ଦ୍ଵାରା ନକରାତ୍ମତ ଶକ୍ତି ଘରେ ପ୍ରବେଶ କରିଥାଏ ।
ଏହା ଥିଲା ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇଘରେ କେଉଁଠି କେଉଁ ଜିନିଷ ରଖିବା ଉଚିତ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।