Health Tips- ୫ କିଲୋ ଓଜନ କମ କରିବା ପାଇଁ ଲେମ୍ବୁ ପାଣି ଏମିତି ବନାନ୍ତୁ

ପ୍ରାୟତଃ ସମସ୍ତେ ଲେମ୍ବୁର ସରବତ କରି ପିଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଲେମ୍ବୁ ଦ୍ଵାରା ନିର୍ମିତ ଏମିତି ସରବତ ବିଷୟରେ କହିବୁ ଯାହା ଦ୍ୱାରା ଆପଣଙ୍କର ୫ କିଲୋ ଓଜନ ୨ ରୁ ୨ ସପ୍ତାହ ମଧ୍ୟରେ କମ ହୋଇଯିବ । ଏହି ଲେମ୍ବୁ ପାଣି ପିଇବା ଆପଣଙ୍କ ଶରୀରରୁ ଟକ୍ସିନ ବି ବାହାର କରିଦେବ । ଏହା ସହିତ ହଜମ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଚେହେରାର ଉଜ୍ଜ୍ୱଳତା ବି ବୁଦ୍ଧି କରିବ । ଏହିଭଳି ବିଭିନ୍ନ ପ୍ରକାରର ରୋଗରୁ ଆମକୁ ରକ୍ଷା କରିଥାଏ ।

ପ୍ରଥମେ ଆପଣ ୪ଟି ଲେମ୍ବୁ ନେଇ ତାକୁ ଭଲ ଭାବରେ ଧୋଇ ନିଅନ୍ତୁ । ଲେମ୍ବୁକୁ ଧୋଇବା ପାଇଁ ଗୋଟିଏ ପାତ୍ରରେ ପାଣି ନିଅନ୍ତୁ । ଏହି ପାତ୍ରରେ ଅଳ୍ପ ମାତ୍ରାରେ Synthetic Vinegar White ପକାନ୍ତୁ ଓ ଏହା ପରେ ଲେମ୍ବୁକୁ ଏହି ପାଣିରେ ପକାଇ ଭଲ ଭାବରେ ଧୋଇ ନେବେ । ଆପଣ ଲେମ୍ବୁକୁ ଖାଲି ପାଣିରେ ବି ଧୋଇ ପାରିବେ । କିନ୍ତୁ ଏହା ଦ୍ଵାରା ବ୍ୟକ୍ଟେରିଆ ରହିଯାଏ । କିନ୍ତୁ ଭିନେଗାର ଦ୍ଵାରା ଧୋଇବା ଦ୍ଵାରା ଏହାର ୯୮% ବ୍ୟାକ୍ଟେରିୟା ନଷ୍ଟ ହୋଇଯାଏ ।

ଭିନେଗାର ଦ୍ଵାରା ଲେମ୍ବୁକୁ ଧୋଇବା ଦ୍ଵାରା ଏହାକୁ ଭଲ ପାଣିରେ ଧୋଇ ଦିଅନ୍ତୁ । ବର୍ତ୍ତମାନ ଏହି ଲେମ୍ବୁ ଗୁଡିକୁ ଦୁଇ ଫାଳ କରି ଦିଅନ୍ତୁ । ଏହା ପରେ ଗୋଟିଏ ଗ୍ଲାସରେ ଲେମ୍ବୁ ଗୁଡିକର ରସ ବାହାର କରି ଦିଅନ୍ତୁ ଓ ବଞ୍ଚିଥିବା ଲେମ୍ବୁ ଚୋପା ଗୁଡ଼ିକ ଦ୍ୱାରା ଲେମ୍ବୁ ରସ ବନେଇବା ଯାହା ଦ୍ୱାରା  ଆମର ଓଜନ କମ ହେବ । ପ୍ରଥମେ ଗୋଟିଏ ପାତ୍ରରେ ୧ଲିଟର ପାଣି ଗରମ କରନ୍ତୁ ଓ ସେଥିରେ ଲେମ୍ବୁର ଚୋପା ଗୁଡିକ ପକାଇ ଦିଅନ୍ତୁ ।

ଆପଣଙ୍କୁ କହିଦେଉଛୁ କି ଏହି ଲେମ୍ବୁ ଚୋପାରେ ଏମିତି ୨୦ଟି ପଦାର୍ଥ ଅଛି । ଯାହା କ୍ୟାନ୍ସର ଭଳି ମାରତ୍ମକ ରୋଗରୁ ଆମର ରକ୍ଷା କରିଥାଏ । ଏହି ଲେମ୍ବୁ ଚୋପାରେ ଭିଟାମିନ – ସି, ଡି, ଫାଇବର, କ୍ୟାଲସିୟମ, ପୋଟାସିୟମ ରହିଥାଏ । ଯାହା ଆମର ସବୁଦିନର ଡାଏଟ ପାଇଁ ଜରୁରୀ ହୋଇଥାଏ । ଏହି ଲେମ୍ବୁ ଚୋପା ରସ ଦ୍ୱରା ବ୍ରଣ, କୋଲେଷ୍ଟଲ, ହୃଦଘାତ ଇତ୍ୟାଦି ରୋଗ ଭଲ ହୋଇଥାଏ । ସେଥିପାଇଁ ଏହାକୁ କେବେ ବି ଫୋପାଡନ୍ତୁ ନାହିଁ ।

ଏହା ପରେ ୮ ରୁ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଲେମ୍ବୁ ଚୋପା ଥିବା ପାଣିକୁ ଗରମ କରିବା ପରେ ସେଥିରେ କଳା ଲୁଣ ପକାଇ ମିଶ୍ରଣ କରି ଦିଅନ୍ତୁ । ବର୍ତ୍ତମାନ ଆମର ଏହି ଲେମ୍ବୁ ପାଣି ତିଆରି ହୋଇଗଲା । ଏହାକୁ ଉସୁମ ପିଇଲେ ଆପଣଙ୍କ ପାଇଁ ବହୁତ ଭଲ ହେବ । ଯେତେବେଳେ ଆପଣ ଖାଦ୍ୟ ଖାଉଛନ୍ତି ତାହାର ଅଧଘଣ୍ଟା ପରେ ଏହି ଲେମ୍ବୁ ପାଣିକୁ ପିଅନ୍ତୁ । ଅର୍ଥାତ ସକାଳ, ସନ୍ଧ୍ୟା ଓ ରାତିରେ ଖାଦ୍ୟ ଖାଇ ସାରିଲା ପରେ ଅଧଘଣ୍ଟା ପରେ ଲେମ୍ବୁ ରସର ପାଣିକୁ ପିଅନ୍ତୁ ।

ଏହା ପ୍ରଥମେ ପ୍ରଥମେ ଆପଣଙ୍କୁ ଭଲ ଲାଗିବ ନାହିଁ । କିନ୍ତୁ ଦୁଇ ତିନି ଦିନ ପିଇଲେ ଆପଣଙ୍କୁ ଏହାର ଅଭ୍ୟାସ ହୋଇଯିବ । କିନ୍ତୁ ଏହାକୁ ମଝିରେ ପିଇବା ଛାଡିବେ ନାହିଁ । ଏହାକୁ ୧୫ ୨୦ ଦିନ ପିଇବା ଦ୍ଵାରା ହିଁ ଆପଣଙ୍କ ଓଜନ କମ ହେବ । ଏହା ସହିତ ଭଲ ଖାଦ୍ୟ ଖାଆନ୍ତୁ, ବ୍ୟାୟାମ କରନ୍ତୁ, ମିଠା ଜିନିଷ ଖାଆନ୍ତୁ ନାହିଁ । ଯଦି ଆପଣଙ୍କର ଟନସିଲ ଓ ରକ୍ତ ଚାପ ଅଛି ତେବେ ଏହାର ସେବନ କରନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।