ବେସରକାରୀ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର ! କମ୍ପାନୀ ତଡିଦେଲେ ବି ଆଉ ରହିବ ନାହିଁ PF ର ଟେନସନ, ପଢନ୍ତୁ ପୁରା ଖବର

ବର୍ତ୍ତମାନ ସମୟରେ ଚାକିରି ମିଳିବା ବହୁତ କଷ୍ଟ ଅଟେ । ଯଦି ଚାକିରି ମିଳି ବି ଯାଏ ତେବେ ତାହା ପ୍ରଥମେ ପ୍ରଥେମ ବହୁତ ଭଲ ଲାଗେ । କିନ୍ତୁ କିଛି ଦିନ ପରେ କିଛି ଲୋକମାନଙ୍କ ପାଇଁ ଏହା ଟେନସନର କାରଣ ବି ହୋଇଯାଏ । ଚାକରିକୁ ନେଇ ସମସ୍ତେ ଚିନ୍ତାରେ ରହିଥାନ୍ତି । କାରଣ ଚାକିରି ଚାଲିଯିବାର ଟେନସନ ତ କାହାର ଚାକିରିରେ ମିଳୁଥିବା ସ୍ୟାଲେରୀକୁ ନେଇ ଟେନସନ । ଏହା ସହିତ ଚାକିରିକୁ ନେଇ ବିଭନ୍ନ ପ୍ରକାରର ଟେନସନ ଥାଏ ।

ଏହି ସବୁ ଟେନସନ ମଧ୍ୟରେ ସବୁଠୁ ବଡ ଟେନସନ ହେଉଛି ଯଦି ଆପଣଙ୍କର ଚାକିରି ଚାଲି ଯାଉଛି କିମ୍ବା ଚାକିରି ଅଛି ତେବେ ଏହିଭଳି ପରିସ୍ଥିତିରେ ଆପଣ କେମିତି ନିଜର EPFO ଟଙ୍କାକୁ ଉଠାଇ ପାରିବେ, ଏହାକୁ ନେଇ ବହୁତ ଚିନ୍ତିତ ମଧ୍ୟ ଥାନ୍ତି ।

ଏମିତିରେ ଆପଣ ସମସ୍ତଙ୍କ ପାଇଁ ଗୋଟିଏ ଖୁସି ଖବର ଆସିଯାଇଛି । କହିବାକୁ ଗଲେ ଯଦି ଆପଣଙ୍କର ଚାକିରି ଚାଲି ଯାଉଛି ତେବେ EPFO ଟଙ୍କାକୁ ନେଇ ଆଉ ଚିନ୍ତା କରନ୍ତୁ ନାହିଁ । ଏହା ବେସରକାରୀ କର୍ମଚାରୀମାନଙ୍କ ପାଇଁ ବହୁତ ବଡ ଖୁସି ଖବର ଅଟେ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତରଫରୁ ପିଏଫ ଖାତାଧାରୀମାନଙ୍କୁ ଏହିଭଳି ସୁବିଧା ଦିଆଯାଇଛି ।

ଏମିତିରେ ପିଏଫ ଖାତାଧାରୀ ଯଦି ନିଜର ଚାକିରି ଛାଡି ଦେଉଛନ୍ତି ତେବେ ସେମାନେ ନିଜେ ହିଁ ଡେଟ ଅପ ଏଗଜିଟକୁ ଅପଡେଟ କରି ପାରିବେ । ପୂର୍ବରୁ ଏହି ସୁବିଧା କେବଳ କିଛି କମ୍ପାନୀମାନଙ୍କ ପାଖରେ ହିଁ ଥିଲା । ଏହି କାରଣରୁ ଖାତାଧାରୀମାନଙ୍କୁ ପିଏଫ ଆକାଉଣ୍ଟ ଅପଡେଟ କରିବା ପାଇଁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ।

ଚାଲନ୍ତୁ ପୁରା ବିସ୍ତାର ରୂପରେ ଜାଣିବା କି ଡେଟ ଅଫ ଏଗଜିଟ କେମିତି କରିବେ ?

ପ୍ରଥମେ unifieedportal-mem.epfindia.gov.in/memberinterface/ ୱେବସାଇଟକୁ ଯାଆନ୍ତୁ ।

ଏହା ପରେ ନିଜର ୟୁଏଏନ ଓ ପାସୱାର୍ଡ ଦେଇ ସେହି ୱେବସାଇଟରେ ଲଗ ଇନ କରନ୍ତୁ ।

ଏହା ପରେ ମ୍ୟାନେଜ ଅପସନକୁ ଯାଇ ମାର୍କ ଏଗଜିଟରେ କ୍ଲିକ କରନ୍ତୁ ।

ବର୍ତ୍ତମାନ ସିଲେକ୍ଟ ଇମ୍ପ୍ଲୋଇମେଣ୍ଟରୁ ପିଏଫ ଆକାଉଣ୍ଟ ନମ୍ବରକୁ ସିଲେକ୍ଟ କରନ୍ତୁ ଓ ଡେଟ ଅଫ ଏଗଜିଟ ଓ ରିଜନ ଅଫ ଏଗଜିଟ ଅପସନରେ କ୍ଲିକ କରନ୍ତୁ ।

ଏବେ ରିକ୍ଵେଷ୍ଟ ଓଟିପିରେ କ୍ଲିକ କରନ୍ତୁ ଓ ମୋବାଇଲରେ ଆସିଥିବା ଓଟିପିକୁ ଏଣ୍ଟର କରନ୍ତୁ ।

ଏହା ପରେ ଚେକ ବକ୍ସ ବିକଳ୍ପକୁ ବାଛନ୍ତୁ । ଏହା ପରେ ଅପଡେଟ କରି ଓକେ ଅପସନରେ କ୍ଲିକ କରନ୍ତୁ ।

ବର୍ତ୍ତମାନ ଆପଣଙ୍କ ପିଏଫ ଆକାଉଣ୍ଟର ଡେଟ ଅଫ ଏଗଜିଟ ଅପଡେଟ ହୋଇଯିବ ।

ଡେଟ ଅଫ ଏଗଜିଟ ଅପଡେଟର ଲାଭ କଣ

ଯଦି ଆପଣଙ୍କର ଆକାଉଣ୍ଟରେ ଡେଟ ଅଫ ଏଗଜିଟ ଅପଡେଟ ନ ଥିବ ତେବେ ଆପଣ ନିଜର ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ । ଏହା ସହିତ ଆପଣ ପୁରୁଣା କମ୍ପାନୀରୁ ନୂଆ କମ୍ପାନୀଙ୍କୁ ନିଜର ଇପିଏଫ ଆକାଉଣ୍ଟକୁ ଟ୍ରାନ୍ସଫର ବି କରି ପାରିବେ ନାହିଁ । କିନ୍ତୁ ବର୍ତ୍ତମାନ ଇପିଏଫ ତରଫରୁ ଡେଟ ଅଫ ଏଗଜିଟ ଅପଡେଟ କରିବାର ଅଧିକାର କର୍ମଚାରୀମାନଙ୍କୁ ଦିଆଯାଇଛି । ଏହା ପରେ ଯଦି ଆପଣ ଚାକିରି ଛାଡି ବି ଦେଉଛନ୍ତି ତେବେ ଇପିଏଫ ଟଙ୍କାକୁ ନେଇ କୌଣସି ବି ଚିନ୍ତା ରହିବ ନାହିଁ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ