ଘରେ କିପରି ବଢିଥାଏ ସୁଖ ଶାନ୍ତି ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

ବନ୍ଧୁଗଣ, ମନୁଷ୍ୟ ନିଜ ଜୀବନରେ ସବୁବେଳେ ଖୁସିରେ ରହିବାକୁ ଚାହିଁଥାଏ । ଘରେ ଅଥବା ନିଜ ପରିବାରରେ ସୁଖଶାନ୍ତି ତଥା ସମୃଦ୍ଧି ନିମନ୍ତେ ନାନା ପ୍ରକାରର ଉପାୟ ମାନ କରିଥାନ୍ତି ।

ଆଜି ଆମ୍ଭେ ଆପଣ ମାନଙ୍କୁ ଶାସ୍ତ୍ର ସମ୍ବନ୍ଧୀୟ କିଛି ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଶୁଭ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ସେହି ଶୁଭ ରହସ୍ୟ ସମ୍ବନ୍ଧରେ । ୧- ଘରେ ସୁଖ-ଶାନ୍ତି ତଥା ସମୃଦ୍ଧି ବୃଦ୍ଧି କରିବା ପାଇଁ ହେଲେ, ସକାଳୁ ଘରେ ଭକ୍ତି ଗୀତ ଅଥବା ଭଜନ କିଛି ସମୟ ବଜାଇବା ଉଚିତ ।

୨- ଘରେ ଝାଡୁ କୁ କେବେ ଛିଡା କରି ରଖନ୍ତୁ ନାହିଁ । ଏହା ବ୍ୟତୀତ ଝାଡୁରେ କେବେ ଗୋଡ ମାରନ୍ତୁ ନାହିଁ । ଏହାଦ୍ଵାରା ଅଶାନ୍ତି ସୃଷ୍ଟି ହୋଇଥାଏ ।

୩- ବାସ୍ତୁ ବିଦ୍ୟା ଅନୁଯାୟୀ ଶୋଇବା ଘରେ କେବେ ଆଇନା ରଖନ୍ତୁ ନାହିଁ । ଯଦି ରଖିବାକୁ ପଡୁଥାଏ ତେବେ କପଡା ଘୋଡାଇ ରଖିବା ଉଚିତ ।

୪- ଘରର ଶୋଇବା ଖଟ ଉପରେ କେବେ ବସିକି ଖାଆନ୍ତୁ ନାହିଁ । ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିଥାଏ ଏବଂ ଦରିଦ୍ରତା ବୃଦ୍ଧି ହୋଇଥାଏ ।

୫- ଘରର ମୁଖ୍ୟ ଦ୍ଵାର ନିକଟରେ କେବେ ମଧ୍ୟ ଜୋତା ଚପଲ ଓଲଟା ଭାବରେ ପକାନ୍ତୁ ନାହିଁ । ଏହାଦ୍ଵାରା ଅଶାନ୍ତି ଉତ୍ପନ ହୋଇଥାଏ ।

୬- ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ନିମନ୍ତେ ଘରେ ସକାଳ ୬ ତାରୁ ୮ ମଧ୍ୟରେ ଠାକୁର ପୂଜା କରନ୍ତୁ । ଏହା ସହିତ କୁଶ ଆସନ ରେ ବସି ଠାକୁର ପୂଜା କରନ୍ତୁ ।

୭- ଘରେ ତିଆରି କରୁଥିବା ପ୍ରଥମ ରୋଟି କୁ ସବୁବେଳେ ଗାଈ କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୮- ଘର ଭିତରେ ପୂଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତ୍ତି କରି କଳସଟିଏ ରଖିବା ଉଚିତ ।

୯- ଘରେ ସୁଖ ଶାନ୍ତି ର ବାତାବରଣ ଲାଗି ରହିବା ନିମନ୍ତେ ଘରର ମୁଖ୍ୟ ଦ୍ଵାର ର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନଟିଏ ଆଙ୍କିବା ଉଚିତ ।

୧୦- ଘରେ କୌଣସି ଔଷଧ ରଖୁଥିଲେ, ଆପଣ ଏହାକୁ ଉତ୍ତର-ପୂର୍ବ ଦିଗ ମଧ୍ୟରେ ରଖନ୍ତୁ । ଏହାଦ୍ୱାରା ଔଷଧ ର ପ୍ରଭାବ ଭଲ ରହିଥାଏ ।

୧୧- ଘରର ଦକ୍ଷିଣ ପୂର୍ବ କୋଣକୁ ସବୁବେଳେ କମଳା ରଙ୍ଗ ଅଥବା ଗୋଲାପି ରଙ୍ଗ କରିବା ଉଚିତ । ଏହାଦ୍ୱାରା ବ୍ୟର୍ଥ ଖର୍ଚ୍ଚ କମ ହୋଇଥାଏ ।

୧୨- ଘରେ କେବେ ମଧ୍ୟ ବୁଢିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ କିମ୍ବା ଧୂଳି ହେବାକୁ ଦିଅନ୍ତୁ ନାହିଁ, ଏହାଦ୍ୱାରା ଅଶାନ୍ତି ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ