Vastu Shastra- ଘର ପାଖରେ ଏହି 5 ଟି ଗଛ ଥିଲେ ଆଜି ହିଁ ଓପାଡି ଫୋପାଡି, ହୋଇଥାଏ ଧନହାନି, ପ୍ରାଣପୀଡା

କୌଣସି ଘରର ବାସ୍ତୁକୁ ଠିକ ରଖିବାର ଅଛି ତ ତା’ର ଆଖପାଖ ପରିବେଶକୁ ମଧ୍ୟ ଠିକ ରଖିବା ଆବଶ୍ୟକ । ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଗଛପତ୍ରର ବିଶେଷ ମହତ୍ଵ ରହିଛି । ମାନବ ପାଇଁ ଗଛପତ୍ର ଖୁବ ଗୁରୁତ୍ଵପୂର୍ଣ୍ଣ । ତେବେ ପରିବେଶ ତଥା ବାୟୁମଣ୍ଡଳକୁ ଠିକ ରଖିବା ପାଇଁ ଗଛ ଯେତେ ଜରୁରୀ ବାସ୍ତୁଦୋଷକୁ ଠିକ କରିବା ପାଇଁ ଗଛର ଭୂମିକା ମହତ୍ବପୂର୍ଣ୍ଣ । କେଉଁ ଗଛର ପ୍ରଭାବ ଆପଣଙ୍କ ଘରଟାର ବାସ୍ତୁ ତଥା ଆପଣଙ୍କ ଜୀବନରେ କଣ ପ୍ରଭାବ ପକାଇଥାଏ, ଚାଲନ୍ତୁ ଜାଣିବା ।

ଘରର ପୂର୍ବ ଦିଗରେ ଅଶୋକ ବୃକ୍ଷ ଲଗାଇଲେ ଏହାର ଶୁଭ ପ୍ରଭାବ ପ୍ରାପ୍ତ ହୋଇଥାଏ, ତଥା ଏହି ବୃକ୍ଷକୁ ଘରେ ଲଗାଇବା ଦ୍ଵାରା ଅନ୍ୟ ଗଛର ଅଶୁଭତା ମଧ୍ୟ ନଷ୍ଟ ହୋଇଯାଏ । ଘର, ବ୍ୟବସାୟ, ପ୍ରତିଷ୍ଠାନ ତଥା କୌଣସି ଉଦ୍ଯୋଗ ଚାଲିପାଖରେ କଦଳୀ ଗଛ ଲଗାଇବା ଶୁଭ ହୋଇଥାଏ । ଐଶାନ୍ୟ କୋଣରେ ଏହି ଗଛକୁ ଲଗାଇଲେ ଏବଂ କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାଇଲେ ଆହୁରି ଶୁଭଫଳ ମିଳିଥାଏ ।

ଶ୍ଵେତ ଅରଖ ଗଛରୁ କ୍ଷୀର ବାହାରିଥାଏ । ତେଣୁ ଘରେ କିମ୍ବା ବ୍ୟବସାୟ କ୍ଷେତ୍ରରେ କ୍ଷୀର ବାହାରୁଥିବା ବୃକ୍ଷକୁ ଲଗାଇଲେ ଅଶୁଭ ଫଳ ମିଳିଥାଏ । କିନ୍ତୁ ଏହି ବୃକ୍ଷ ଯଦି ଆପେ ଆପେ ଉଠୁଛି ତେବେ ଏହାକୁ ନଉପାଡି ହଳଦୀ, ଚାଉଳ ଏବଂ ଜଳରେ ଏହାକୁ ପୂଜା କରିବା ଦ୍ଵାରା ଘରର ଉନ୍ନତି ହୋଇଥାଏ । ଯେଉଁଠାରେ ଶ୍ଵେତ ଅରଖ ଗଛ ରହିଥାଏ ସେଠାରେ ସବୁବେଳେ ସୁଖ ସମୃଦ୍ଧି ବଜାୟ ରହିଥାଏ ଓ ଏଭଳି ମାନ୍ୟତା ରହିଛି କି ସେହିଠାରେ ଗୁପ୍ତ ଧନ ରହିଥାଏ ।

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ଘର ଚାରିପାଖେ ଅମୃତଭଣ୍ଡା ଗଛ ରହିବା ଅଶୁଭ ଫଳଦାୟକ ହୋଇଥାଏ । ତେଣୁ ଯଦି ଆପଣଙ୍କ ଘର ପାଖେ ଏହି ଗଛ ଉଠୁଛି ତେବେ ଆରମ୍ଭରୁ ହିଁ ଏହାକୁ ଓପାଡି ଅନ୍ୟ ଏକ ସ୍ଥାନରେ ଲଗାଇ ଦିଅନ୍ତୁ । କିନ୍ତୁ ଯଦି ଏହା ବଡ ହୋଇଯାଉଛି ତେବେ ଏହା ଫଳ ଦେବା ବନ୍ଦ କରିବା ଯାଏଁ ଅପେକ୍ଷା କରନ୍ତୁ ଓ ତା’ପରେ କାଟି ଦିଅନ୍ତୁ । ଘର ଚାରିପାଖେ ନଡିଆ ଗଛ ଥିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହା ଘରର ମାନ, ସମ୍ମାନ ବୃଦ୍ଧି କରିବା ସହ ଉନ୍ନତି କରିଥାଏ ।

ଘରର କିମ୍ବା ବୈବସାୟିକ ଅନୁଷ୍ଠାନର ପୂର୍ବ ଦିଗରେ ବରଗଛ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ଵାରା ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହୁଏ । କିନ୍ତୁ ଘର ଉପରେ ଯେପରି ଏହାର ଛାୟା ନପଡେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଘରର ପଶ୍ଚିମ ଦିଗରେ ବରଗଛ ରହିବା ଅଶୁଭ ହୋଇଥାଏ ।

ଅଅଁଳା ଗଛ ଘରେ ଲଗେଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ଓ ଏହାଦ୍ବାରା ଅନ୍ୟ ଗଛଙ୍କର ଅଶୁଭ ପ୍ରଭବ ମଧ୍ୟ ନଷ୍ଟ ହୋଇଯାଏ । ଡାଳିମ୍ବ ଗଛକୁ ମଧ୍ୟ ଶୁଭ ବୋଲି ମାନାଯାଏ । କିନ୍ତୁ ଏହି ଗଛକୁ ଆଗ୍ନେୟ କିମ୍ବା ନରୁତ କୋଣରେ ଲଗାନ୍ତୁ ନାହିଁ । ଘରର ସୀମାରେ ହଳଦୀ ଗଛ ରହିବାକୁ ଶାସ୍ତ୍ର ଅନୁସାରେ ଅଶୁଭ ବୋଲି ମାନାଯାଏ । ସେହିପରି ସୀତାଫଳ ବା ଆତ ବୃକ୍ଷ ଘରେ ରହିବାକୁ ଅଶୁଭ ବୋଲି ମାନାଯାଏ ।

କିନ୍ତୁ ଏହି ଗଛ ନିଜେ ଉଠିଲେ ଏହାକୁ କାଟନ୍ତୁ ନାହିଁ । ଜାମୁକୋଳି ବୃକ୍ଷ ଘରର ଦକ୍ଷିଣ ଦିଗରେ ରହିଲେ ଶୁଭ ଫଳଦ୍ୟୀ ହୋଇଥାଏ । କିନ୍ତୁ ଅନ୍ୟ ଦିଗରେ ଥିଲେ ଏହାକୁ ଅଶୁଭ ବୋଲି ମାନାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।