କନ୍ୟା ରାଶି ମାସିକ ରାଶିଫଳ April 2022, ଆପଣଙ୍କ ପାଇଁ କିପରି ରହିବ ଏହି ମାସ ଓ ଗ୍ରହର ଅଶୁଭତା ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ? (Astrology)

ଗ୍ରହ ମାନଙ୍କର ସ୍ଥିତି ଓ ଚଳନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କର ଚଳନ ଅନୁସାରେ ବ୍ୟକ୍ତିଙ୍କ ଜୀବନରେ ହେବାକୁ ଥିବା ଭଲ ଓ ମନ୍ଦର ଆକଳନ କରି ହୁଏ । ଏହି ଗ୍ରହ ଓ ନକ୍ଷତ୍ରଙ୍କର ସ୍ଥିତି ଓ ଚଳନକୁ ନଜରରେ ରଖି କନ୍ୟା ରାଶି ଜାତକଙ୍କ ପାଇଁ ଏପ୍ରିଲ ମାସଟି କିପରି ରହିବ ଓ ଯଦି କିଛି ସମସ୍ଯା ଥାଏ ତେବେ କଣ ପ୍ରତିକାର କଲେ ତାହା ସମାଧାନ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

କନ୍ୟା ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ସରଳ ସ୍ଵଭାବର ଓ ପରୋପକାରୀ ମଧ୍ୟ ହୋଇଥାନ୍ତି । କିନ୍ତୁ ଅନେକ ସମୟରେ କେଉଁଟି କରିବା ଉଚିତ କେଉଁଟି ଅନୁଚିତ ଓ କେଉଁଥିରୁ ଶୁଭ ଫଳ ଫଳ ମିଳିବ ଓ କେଉଁଥିରୁ ଅଶୁଭ ଫଳ ଏହାକୁ ନେଇ ସେମାନଙ୍କ ମନରେ ଦ୍ଵନ୍ଦ ଜାଗ୍ରତ ହୋଇଥାଏ । ଏମାନେ ନିଜ ଦୂରଦୃଷ୍ଟି ସହ କମ କଲେ ମଧ୍ୟ ଅନେକ ସମୟରେ ଅନ୍ୟର ପରାମର୍ଶ ମଧ୍ୟ ଲୋଡିଥାନ୍ତି । କିନ୍ତୁ ବେଳେବେଳେ ଏମାନଙ୍କୁ ବୁଝାଇବା ବହୁତ କଷ୍ଟ ହୋଇଥାଏ ।

କନ୍ୟା ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ବୁଧ ଗ୍ରହ ଓ ଶୁଭ ରଙ୍ଗ ହେଉଛି ସବୁଜ । ଯଦି କୌଣସି ଶୁଭ କାର୍ଯ୍ୟଟରେ ଏହି ରଙ୍ଗର ବସ୍ତ୍ର ପିନ୍ଧନ୍ତି କିମ୍ବା ଦ୍ରବ୍ଯ ବ୍ୟବହାର କରନ୍ତି ତେବେ ଆପଣଙ୍କ ପାଇଁ ଶୁଭ ହୋଇଥାଏ । ବୃଧବାର ଓ ରବିବାର ହେଉଛି ଆପଣଙ୍କ ଶୁଭ ବାର । ଶୁଭ ଦେବତା ହେଉଛନ୍ତି ଭଗବାନ ଗଣେଶ ଓ ଶୁଭ ଦେବୀ ହେଉଛନ୍ତି ତ୍ରିଫଲା ସୁନ୍ଦରୀ ।

ଯଦି ବୁଧବାର କୌଣସି ମାନସିକ ରଖି ବ୍ରତ ଉପାସ କରନ୍ତି ତେବେ ନିଶ୍ଚିତ ଭାବେ ଶୁଭଫଳ ପ୍ରାପ୍ତି ହେବ । ଆପଣଙ୍କ ଶୁଭ ସଂଖ୍ୟା ହେଉଛି ୫ । କନ୍ୟା ରାଶିର ଲୋକନକ ପାଇଁ ଏପ୍ରିଲ ମାସଟି ସାମାନ୍ଯ ରହିବ ତଥା ମିଶ୍ରିତ ଫଳ ପ୍ରଦାନ କରିବ । କିଛି କ୍ଷେତ୍ରରେ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ମଧ୍ୟ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ମାସଟି ସକାରାତ୍ମକ ଫଳଦାୟକ ହେବ ଓ ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରିବେ ଓ ଉତ୍ତମ ପରିଣାମ ପ୍ରାପ୍ତ କରିବେ ।

କ୍ଯାରିୟର ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ସାମାନ୍ଯ ରହିବ । ଯାହାଫଳରେ କାର୍ଯ୍ୟକ୍ଷେତ୍ରରେ ଆପଣ ଉଚ୍ଚ ନୀଚ ସ୍ଥିତିର ସାମ୍ନା କରିପାରନ୍ତି । ସହଯୋଗୀ ତଥା ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ସେଥିପାଇଁ ଆପଣା ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ ହେବ ।

ସରକାରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମୟ ସମୟ ରହିବ । ବେପାର ଓ କାରବାର କରୁଥିବା ଲୋକଙ୍କ ପାଇଁ ମାସଟି ଶୁଭ ଫଳଦାୟକ ହେବ । ଏହି ମାସରେ ଆପଣ କୌଣସି ଶୁଭ ସମ୍ବାଦ ପ୍ରାପ୍ତ ହୋଇ ପ୍ରସନ୍ନ ରହିବେ । ସମସ୍ତ କାର୍ଯ୍ୟରେ ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ ଓ ପରିବାରରେ ମଧ୍ୟ ସ୍ଥିତି ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଯତ୍ନବାନ ରୁହନ୍ତୁ ।

ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତିଦିନ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରି ତାଙ୍କ ପାଦ ତଳେ ୧୧ଟି ଦୁବ ଥୋଇ ଦିଅନ୍ତୁ । ଏହାସହ ଛୋଟ ପିଲାମାନଙ୍କୁ ମିଠା ଜାତୀୟ ଖାଦ୍ଯ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଗ୍ରହର ଅଶୁଭତା ଖଣ୍ଡନ ହେବ ଓ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।