ପାକିସ୍ତାନ କଥା ଛାଡନ୍ତୁ ! ଏବେ ଚୀନ ବି ଭାରତର ପ୍ରଶଂସାରେ ଶତମୁଖ ହେଲାଣି, ଚୀନ ବିଦେଶ ମନ୍ତ୍ରୀ Wang Yi ଭାରତକୁ ନେଇ ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସାରା ବିଶ୍ଵ ଉପରେ ଦେଖିବାକୁ ମିଳୁଛି । ଯାହାଫଳରେ କିଛି ଦେଶମାନଙ୍କ ମଧ୍ୟରେ ନାଟକୀୟ ଭାବେ ସମ୍ବନ୍ଧ ବଦଳିବାରେ ଲାଗିଛି । ଏହାର ସବୁଠୁ ବଡ ଉଦାହନ ହେଉଛି ଭାରତ ପ୍ରତି ଚୀନର ଆଭିମୁଖ୍ୟ । ଏପଟେ ଦୁଇ ଦେଶ ମଧ୍ୟରେ ଏବେବି ସୀମାକୁ ନେଇ ଗତିରୋଧ ଜାରି ଥିବା ବେଳେ ସେପଟେ ଚୀନ ଭାରତକୁ ବାରମ୍ବାର ପ୍ରଶଂସା କରିବା ସମସ୍ତଙ୍କୁ ଆଚମ୍ବିତ କରୁଛି । ନିକଟରେ ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଅଚାନକ ଭାରତ ଗସ୍ତରେ ଆସିଥିଲେ ।

ଏହା ପୂର୍ବରୁ ସେ ପାକିସ୍ତାନରେ ବିନା କାରଣରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ, ଯାହାଫଳରେ ଭାରତ ପ୍ରଥମ ଥର ପାଇଁ ତାଙ୍କ ନାମ ନେଇ ତାଙ୍କ ବୟାନର ସମାଲୋଚନା କରିଥିଲା । କିନ୍ତୁ ଭାରତର କଡା ସମାଲୋଚନା ସତ୍ତ୍ୱେ ଚୀନ ବିଦେଶ ମନ୍ତ୍ରୀ ନିଜ ଦେଶ ପହଞ୍ଚିବା ପରେ ପୁଣି ଥରେ ଭାରତର ପ୍ରଶଂସା ଆରମ୍ଭ କରି ଦେଇଥିଲେ । ଏହାସହ ସେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ଉପଦେଶକ ଅଜିତ ଦୋଗଲଙ୍କୁ ବି ଚୀନ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ଏଥିରୁ ସ୍ପଷ୍ଟ ହେଉଛି କି ଦୁଇ ଦେଶ ମଧ୍ୟରେ କିଛି ବିବାଦ ଥିଲେ ମଧ୍ୟ ଆଗାମୀ ସମୟରେ ନିଶ୍ଚୟ କିଛି ବଡ ହେବାକୁ ଯାଉଛି । ସେହିପରି ଋଷ ପ୍ରତି ଭାରତର ଆଭିମୁଖ୍ୟକୁ ମଧ୍ୟ ଚୀନ ଲଗାତାର ତା’ର ଅଧିକାରିକ ମନ୍ତବ୍ୟରେ ପ୍ରଶଂସା କରି ଆସୁଛି । ଭାରତର ବିଦେଶ ନୀତିକୁ ସ୍ଵତନ୍ତ୍ର ବୋଲି କହି ଚୀନ ଭାରତକୁ ନେଇ ପ୍ରଶଂସାର ବନ୍ଧ ବାନ୍ଧିବାରେ ଲାଗିଛି ।

ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ନିକଟରେ ନିଜ ଦେଶର ମିଡିଆକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି କି, ଭାରତ ଗସ୍ତ ବେଳେ ସେ ଅନୁଭବ କରି ସାରିଛନ୍ତି କି ଦୁଇ ଦେଶ ପରସ୍ପର ପାଇଁ ବିପଦଜନକ ନୁହନ୍ତି ବୋଲି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି କି, ଦ୍ଵିପାକ୍ଷିକ ସମ୍ବନ୍ଧକୁ ମଜବୁତ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଦୂର କରା ଯାଇପାରିବ । ଭାରତ ଏବଂ ଚୀନ ପ୍ରତିଦ୍ଵନ୍ଦୀ ନୁହେଁ ବରଂ ପରସ୍ପରର ଭାଗୀଦାର ଅଟନ୍ତି ତେଣୁ ସେମାନେ ପରସ୍ପରକୁ ସଫଳ ହେବା ପାଇଁ ସାହାଯ୍ୟ କରିବା ଉଚିତ ବୋଲି ମଧ୍ୟ ଚୀନ ବିଦେଶ ମନ୍ତ୍ରୀ କହିଛନ୍ତି ।

ଆଉ ଏହାପରେ ୱାଙ୍ଗ ୟି ଯାହା କହିଥିଲେ ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଥିଲେ କି ଭାରତ ଏବଂ ଚୀନ ଯଦି ଏକ ସ୍ଵରରେ କଥା କହିବ ତେବେ ସାରା ବିଶ୍ଵ ଆମ କଥା ଶୁଣିବାକୁ ବାଧ୍ୟ ହେବ । ଚୀନର ବିଦେଶ ମନ୍ତ୍ରୀଙ୍କ ସହ ଏବେ ଚୀନର ମିଡିଆ ମଧ୍ୟ ଭାରତର ପ୍ରଶଂସା କରିବାରେ ଲାଗିଛି ।

ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଭାରତ ଋଷ ଠାରୁ ତେଲ କିଣିବା ପ୍ରସଙ୍ଗକୁ ଦେଖି ଚୀନ ମିଡିଆ ଖୁବ ପ୍ରଶଂସା କରିଛି । କେବଳ ଏତିକି ନୁହେଁ ବରଂ ଋଷ ସହ ଭାରତର ତେଲ କାରବାରକୁ ନେଇ ଆମେରିକା କିମ୍ବା ଅନ୍ୟ କୌଣସି ଦେଶ ହଙ୍ଗାମା କରିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି । ଚୀନର ଭାରତ ପ୍ରତି ଏପରି ଆଭିମୁଖ୍ୟକୁ ଦେଖି ବିଶେଷଜ୍ଞ ମାନେ କହୁଛନ୍ତି କି ଚୀନ ଏବେ ଆଉ ଭାରତର ବର୍ଦ୍ଧିତ ଶକ୍ତିକୁ ନଜରଅନ୍ଦାଜ କରିପାରିବ ନାହିଁ ।

ଭାରତ ସହ ଶତ୍ରୁତା ତାକୁ ମହଙ୍ଗା ପଡିପାରେ ବୋଲି ଚୀନ ଭଲଭାବେ ଜାଣି ସାରିଲାଣି । ସେଥିପାଇଁ ଭାରତ ସହ ସମ୍ବନ୍ଧରେ ସୁଧାର ଆଣିବା ପାଇଁ ଚୀନ ଲଗାତାର ଚେଷ୍ଟା ଚଳେଇଛି । ଏହାକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।