Vastu Tips- କଣ ଆପଣଙ୍କ ଘରେ ପାରା ବସା ବାନ୍ଧିଛନ୍ତି କି ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା !

ପାରା ଗୋଟିଏ ବହୁତ ଶାନ୍ତ ସ୍ଵଭାବର ପକ୍ଷୀ ଏବଂ ଏହାକୁ ଶାନ୍ତିର ପ୍ରତୀକ ବୋଲି ମଧ୍ୟ ମାନାଯାଏ । ଅନେକଙ୍କ ଘରେ ପାରା ମାନେ ବସା ବାନ୍ଧି ରହୁଥିବାର ଦେଖିବାକୁ ମିଳେ । କିନ୍ତୁ ଘର ଅପରିଷ୍କାର ହେଉଥିବାର କିମ୍ବା ସେମାନଙ୍କ ଗୁଣୁଗୁଣୁ ଶବ୍ଦରେ ବିରକ୍ତ ହୋଇ ଅନେକ ଲୋକ ସେମାନଙ୍କୁ ଘରୁ ଅଡେଇ ଦିଅନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପାରା ବସା ବାନ୍ଧିବାର ଖୁବ ମହତ୍ଵ ରହିଛି । ଏହା କିଛି ସଂକେତ ଦେଇଥାନ୍ତି ଯାହା ଆପଣ ଜାଣି ରଖିବା ନିହାତି ଆବଶ୍ୟକ ।

ଶାସ୍ତ୍ର ଅନୁସାରେ ଯଦି ପାରା ଆପଣଙ୍କ ଘରର କେଉଁଠାରେ ମଧ୍ୟ ବସା ବାନ୍ଧିଥାଏ, ତେବେ ଜାଣି ରଖନ୍ତୁ କି ଆପଣଙ୍କ ଘରକୁ ସୁଖ ସମୃଦ୍ଧିର ଆଗମନ ହେବାକୁ ଯାଉଛି । ଅର୍ଥାତ ଆପଣଙ୍କ ଜୀବନରେ ଖୁବ ଉନ୍ନତି ହେବାକୁ ଯାଉଛି । ଘରକୁ ପାରା ଆସିବା ମଧ୍ୟ ବହୁତ ବଡ଼ ଶୁଭ ସଂକେତ ଦେଇଥାଏ । ଘରକୁ ପାରା ଆସିବାର ଅର୍ଥ ଆପଣଙ୍କ ଘରକୁ ସୁଖଶାନ୍ତି ଆସିବାକୁ ଯାଉଛି ଓ ବହୁତ କମ୍ ସମୟରେ ଆପଣଙ୍କୁ ବଡ ସଫଳତା ପ୍ରାପ୍ତ ହେବାକୁ ଯାଉଛି ।

ଘରକୁ ପାରା ଆସିବା କିଛି ଲୋକ ଖରାପ ବା ଅଶୁଭ ସଂକେତ ବୋଲି ଭବିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏହା ଏକ ଅତ୍ୟନ୍ତ ଶୁଭ ସଂକେତ ଅଟେ । ଅନେକ ଲୋକ କୁହନ୍ତି କି, ଘରେ କିମ୍ବା ଏହାର ଆଖପାଖରେ ଯଦି ପାରା ବସା ବାନ୍ଧିଥାଏ ତେବେ ଏହାକୁ ନେଇ କୌଣସି ଦୂର ସ୍ଥାନରେ ଛାଡିଦେବା ଉଚିତ । କାରଣ ଏହା ଦ୍ଵାରା ଘରେ ଆର୍ଥିକ ଅଭାବ ଦେଖା ଦେବା ସହ ଅଘଟଣ ମଧ୍ୟ ଘଟିଥାଏ । କିନ୍ତୁ ଏ ସମ୍ବନ୍ଧରେ ଜ୍ଯୋତିଷ ଶାସ୍ତ୍ରରେ ସ୍ପଷ୍ଟ ଭାବ ଉଲ୍ଲେଖ ରହିଛି କି ପାରା ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ।

ତେଣୁ ଘରେ ସେମାନଙ୍କୁ ଜାଗା ଦେବା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଘର ଧନ ଦୌଲତରେ ପୁରିବାକୁ ଲାଗେ । ଏହାସହ ଘରେ ସର୍ବଦା ସୁଖଶାନ୍ତିର ମାହୋଲ ମଧ୍ୟ ବଜାୟ ରୁହେ । ଏହା ସହ ପ୍ରତ୍ଯେକ ଦିନ ପାରା ମାନଙ୍କୁ ଦାନା ନିଶ୍ଚୟ ଖାଇବାକୁ ଦିଅନ୍ତୁ । କାରଣ ପାରାଙ୍କୁ ଖାଇବାକୁ ଦେବା ଦ୍ଵାରା ମଧ୍ୟ ମା ଲକ୍ଷ୍ମୀ ପ୍ରସନ୍ନ ହେବେ ଓ ଆପଣଙ୍କ ଦୈନିକ ରୋଜଗାରରେ ବୃଦ୍ଧି ହେବ ।

ଦାନା ସହ ପାରା ମାନଙ୍କୁ ଏକ ପାତ୍ରରେ ପ୍ରତିଦିନ ପାଣି ମଧ୍ୟ ଦିଅନ୍ତୁ । ଏପରି କରିବା ଦ୍ଵାରା ମଧ୍ୟ ଆପଣଙ୍କୁ ସେମାନଙ୍କ ଆଶୀର୍ବାଦ ମିଳିବ ଓ ଆପଣଙ୍କ ଧନ ସମ୍ପତ୍ତିରେ ବୃଦ୍ଧି ହେବ । ପାରା ମାନଙ୍କର ସେବା କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ମଧ୍ୟ ନୂଆ ମୋଡ ନେବ । ଭାଗ୍ୟରେ ଘଟିବାକୁ ଥିବା ସମସ୍ତ ଅଶୁଭ ଘଟଣା ମଧ୍ୟ ବଦଳି ଯାଇ ଶୁଭତାରେ ପରିଣତ ହୋଇଯିବ ।