ଦିନେ ଥିଲେ କୁଲି ଆଉ ଆଜି ହୋଇଛନ୍ତି IAS ଅଫିସର ! କେରଳର ଏହି ବ୍ୟକ୍ତିଙ୍କ ସଂଘର୍ଷ କାହାଣୀ ନିଶ୍ଚୟ ଆପଣଙ୍କ ପ୍ରେରଣା ସାଜିବ

ପରିବାର ପୋଷିବା ପାଇଁ ଯାତ୍ରୀଙ୍କ ଜିନିଷପତ୍ର ବୋହି ଏ ପ୍ଲାଟଫର୍ମରୁ ସେ ପ୍ଲାଟଫର୍ମ ଘୁରି ବୁଲୁଥିଲେ। ବଡ ବଡ ଲୋକଙ୍କ ହୀନ ବ୍ୟବହାର ପାଇ ମଧ୍ୟ ହାରି ଯାଇ ନଥିଲେ। ବରଂ ତାହାରି ଭିତରେ ପାଠପଢି ସେ ଆଜି ବଡବାବୁ ହୋଇଛନ୍ତି। କେଇଟା ଟଙ୍କା ପାଇଁ ଟ୍ରେନ ପ୍ଲାଟଫର୍ମରେ ଭାର ବୋହୁଥିବା କୁଲି ଆଜି ଆଇଏଏସ ଅଫିସର ହୋଇପାରିଛନ୍ତି। କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଆଗରେ କିଛି ବି ଅସମ୍ଭବ ନୁହେଁ।

ଜଣେ ବ୍ୟକ୍ତି ଯଦି କିଛି କରିବା ପାଇଁ ସଂକଳ୍ପବଦ୍ଧ ହୁଏ ତେବେ ତାକୁ ପ୍ରତିକୂଳ ପରିସ୍ଥିତ ହେଉ ଅବା ଆର୍ଥିକ ଅନାଟନ କେହି ମଧ୍ୟ ଅଟକାଇ ପାରିବେ ନାହିଁ। ସିଭିଲ ସର୍ଭିସ ପରୀକ୍ଷା ଗୁଡିକରେ ସଫଳ ହେବା ପାଇଁ ପିଲାମାନେ ଏକାଧିକ କୋଚିଂ ନିଅନ୍ତି। କିନ୍ତୁ କେରଳର ଶ୍ରୀନାଥ ବିନା କୋଚିଂରେ ୟୁପିସିଏସ ପରୀକ୍ଷା ପାସ୍ କରିଛନ୍ତି। କେରଳ ଷ୍ଟେସନରେ ବୁଲି କାମ କରୁଥିବା ଶ୍ରୀନାଥ ପ୍ରଥମେ କେରଳ ଜନସେବା ଆୟୋଗର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ତା’ପରେ ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିଲେ।

କିନ୍ତୁ ତାଙ୍କ ସଫଳତାର ଯାତ୍ରା ସେତେ ସହଜ ନଥିଲା। କେରଳର ମୁନାରରେ ଏକ ଗରିବ ପରିବାରରେ ଶ୍ରୀନାଥଙ୍କ ଜନ୍ମ। ତାଙ୍କ ପରିବାରର ସେ ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି। ଚାଳଛପର ଘରେ ରହି ବଡବାବୁ ହେବାର ସ୍ଵପ୍ନ ଦେଖୁଥିଲେ। ହେଲେ ପିଲାବେଳୁ ସେ ଖୁବ ମେଧାବୀ ଥିଲେ। ପରିବାର ମୁହଁରେ ଦାନା ଦେବାକୁ ସେ ପ୍ରତିଦିନ ସଂଘର୍ଷ କରୁଥିଲେ। ଅଭାବ ଅନାଟନରେ ପାଠପଢା ଜାରି ରଖିବା ସହ ସେ ଷ୍ଟେସନରେ କୁଲି କାମ କରୁଥିଲେ।

ଯେତେ ପରିଶ୍ରମ କଲେ ସୁଦ୍ଧା ଏତେ କମ ଟଙ୍କାରେ ପରିବାର ପୋଷିବା ସମ୍ଭବ ହେଉ ନଥିବାରୁ ସେ ଦୁଇ ଶିଫ୍ଟରେ କୁଲି କାମ କରୁଥିଲେ। ଆଉ ପରର ବୋଝ ମୁଣ୍ଡାଇ ମୁଣ୍ଡାଇ ଥକିଗଲେ ଷ୍ଟେସନର ୱାଇଫାଇରେ ବସି ପାଠ ପଢୁଥିଲେ। ନିଜ ଭଳି ନିଜ ଝିଅକୁ କାହା ଘରେ କାମ କରିବା କଥା ଭାବିଲେ ତାଙ୍କ ମୁଣ୍ଡ ଘୁରି ଯାଉଥିଲା। ଏଥିପାଇଁ ସେ ୨୦୧୮ରେ ନିଜ ପରିବାର ପାଇଁ କିଛି କରିବାକୁ ଚିନ୍ତା କରିଥିଲେ।

କିନ୍ତୁ କମ୍ ରୋଜଗାର ଭିତରେ ଘର ଚଳାଇ ପାଠ ପଢିବା ତାଙ୍କ ପାଇଁ ସେତେ ସହଜ ନଥିଲା। ତଥାପି ମନକୁ ଦୃଢ କରି ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଚିନ୍ତା କଲେ। ୨୦୧୬ରେ ମୁମ୍ବାଇ ରେଳଷ୍ଟେସନରେ ମାଗଣା ୱାଇଫାଇ ସେବା ଆରମ୍ଭ ହୋଇଥିଲା। ଆଉ ଏହାର ସୁଯୋଗ ନେଇ ନିଜର ଅଧାଭଙ୍ଗା ସ୍ମାର୍ଟଫୋନରେ ସେ ଅଧ୍ୟୟନ ଆରମ୍ଭ କରିଥିଲେ।

ରେଳଷ୍ଟେସନରେ କାମ କରିବା ସମୟରେ ସେ ଅନଲାଇନ ଲେକ୍ଚର ଶୁଣୁଥିଲେ। ପ୍ରଥମେ ସେ କେସିଏଫସି ପାସ କରିବା ବେଳେ ଚତୁର୍ଥ ପ୍ରୟାସରେ ୟୁପିଏସସି ପାସ କରି ଆଇଏଏସ ଅଫିସର ହେଲେ। ଆଉ ଆଜି ଆଇଏଏସ ଶ୍ରୀନାଥ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।