ଆଧାର ସହ ପ୍ୟାନ ଲିଙ୍କ କରି ନଥିଲେ ଦେବାକୁ ପଡିବ ଫାଇନ, ଲିଙ୍କ କରାଇବା ପାଇଁ ସରକାର ଜାରି କଲେ ଶେଷ ତାରିଖ, ଦେଖନ୍ତୁ କିପରି କରିବେ Aadhar-Pan ଲିଙ୍କ

ପ୍ରାୟତଃ ପ୍ରତ୍ଯେକ ଭାରତୀୟଙ୍କ ପାଖରେ ରହିଛି ଆଧାର କାର୍ଡ । ପୂର୍ବରୁ ଆଧାର ସହ ପ୍ୟାନ ଲିଙ୍କ କରିବା ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ବିଜ୍ଞପ୍ତି ଜାରି କରାଯାଇଛି । ଏହାସହ ଆଧାର ସହ ପ୍ୟାନ ଲିଙ୍କ କରିବାର ତାରିଖ ମଧ୍ୟ ପୂର୍ବରୁ ଅନେକ ଥର ବୃଦ୍ଧି ପାଇଛି । ହେଲେ ଏହାର ସମୟ ସୀମା ଅବଧିକୁ କେନ୍ଦ୍ର ସରକାର ଅନେକ ଥର ବୃଦ୍ଧି କରିଛନ୍ତି । ବର୍ଦ୍ଧିତ ସମୟସୀମା ଅନୁଯାୟୀ ଏବେ ଆଧାର ସହ ପ୍ୟାନ ଲିଙ୍କ କରି ନଥିବା ଲୋକେ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆଧାର ସହ ପ୍ୟାନ ଲିଙ୍କ କରାଇ ପାରିବେ ।

ଯେଉଁମାନେ ଧାର୍ଯ୍ୟ ସମୟ ପୂର୍ବରୁ ଆଧାର ସହ ପ୍ୟାନ ଲିଙ୍କ କରିବେ ନାହିଁ ସେମାନଙ୍କ ପ୍ୟାନ କାର୍ଡ ଡିଆକ୍ଟିଭେଟ କରି ଦିଆଯିବ ବୋଲି ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି । କେବଳ ଏତିକି ନୁହେଁ ବରଂ ଏହା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡିବ । ଯଦି କେହି ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଆଧାର ସହ ପ୍ୟାନ ଲିଙ୍କ ନ କରନ୍ତି ତେବେ ସେମାନଙ୍କୁ ୧ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ ।

ସେହିଭଳି ପ୍ୟାନ କାର୍ଡ ଡିଆକ୍ଟିଭେଟ ଥିବା ବେଳେ ବ୍ୟବହାର କରିଲେ ସେମାନଙ୍କୁ ୧୦ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ହେବ । ପ୍ରାୟତଃ ସବୁ କାର୍ଯ୍ୟ ପାଇଁ ପ୍ୟାନ କାର୍ଡର ଆବଶ୍ୟକତା ରହିଥାଏ, ତେଣୁ ପ୍ୟାନ କାର୍ଡ ଡିଆକ୍ଟିଭେଟ ରହିଲେ ବିଭିନ୍ନ ପ୍ରକାରର ଅସୁବିଧାର ସମୁଖୀନ ହେବାକୁ ପଡିବ ।

ଯେମିତିକି ଡିମାଟ ଆକାଉଣ୍ଟ, ବ୍ଯାଙ୍କ ଆକାଉଣ୍ଟ, ମ୍ୟୁଚୁଆଲ ଫଣ୍ଡ ଆଦି ଖୋଲିବା ସମୟରେ ସମସ୍ଯା ଦେଖାଯିବ । ଏପରିକି ପ୍ୟାନ କାର୍ଡ ନିହାତି ଆବଶ୍ୟକ ଥିବା ସମସ୍ତ କ୍ଷେତ୍ରରେ ସମସ୍ଯା ଦେଖାଦେବ । ତେଣୁ ଯଦି ଆପଣ ଏପର୍ଯ୍ୟନ୍ତ ପ୍ୟାନକାର୍ଡ ସହ ଆଧାର କାର୍ଡ ଲିଙ୍କ କରି ନାହାନ୍ତି ତେବେ ଯଥା ଶୀଘ୍ର କରାଇ ନିଅନ୍ତୁ ।

ପ୍ୟାନ ସହ ଆଧାର କେମିତି ଲିଙ୍କ କରିବେ ?

  • ସର୍ବପ୍ରଥମେ ଆୟକର ବିଭାଗର ୱେବସାଇଟ https://incometaxindiaefiling.gov.in/ ରେ ଯାଆନ୍ତୁ ।
  • ତା’ପରେ ପ୍ୟାନକାର୍ଡର ୟୁଜର ଆଇଡି, ପାସୱାର୍ଡ ଏବଂ ଜନ୍ମ ତାରିଖ ଦେଇ ଲଗଇନ୍ କରନ୍ତୁ ।
  • ଯେଉଁଥିରେ ଏକ ପପ୍ ଅଫ୍ ୱିଣ୍ଡୋ ଖୋଲିବ, ଯେଉଁଥିରେ ଆପଣ ପ୍ୟାନ ସହ ଆଧାର ଲିଙ୍କ କରିପାରିବେ ।
  • କିମ୍ବା ମେନୁ ବାର୍ ରେ ପ୍ରୋଫାଇଲ ସେଟିଂକୁ ଯାଇ ‘ଲିଙ୍କ ଆଧାର’ ବିକଳ୍ପରେ କ୍ଲିକ କରନ୍ତୁ ।
  • ପ୍ୟାନକାର୍ଡ ଅନୁଯାୟୀ ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ ଭଳି ବିବରଣୀ ଲେଖନ୍ତୁ ।
  • ଏହାପରେ ନିଜ ଆଧାର ଏବଂ ପ୍ୟାନକାର୍ଡର ବିବରଣୀ ଯାଞ୍ଚ କରନ୍ତୁ ।
  • ବିବରଣୀ ମେଳ ଖାଇଲେ ଆପଣଙ୍କ ଆଧାର ନମ୍ବର ଦିଅନ୍ତୁ ଏବଂ ‘ଲିଙ୍କ ନାଓ’ ରେ କ୍ଲିକ କରନ୍ତୁ ।
  • ଯାହାପରେ ଏକ ପପ୍ ଅଫ୍ ନୋଟିଫିକେସନ ଆସିବ, ଯେଉଁଥିରେ ଲେଖାଥିବ କି ଆପଣଙ୍କ ଆଧାର ସହ ପ୍ୟାନକାର୍ଡ ସଫଳତା ପୂର୍ବକ ଲିଙ୍କ ହୋଇଛି ।
    ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।