କାର୍ ରଖିଥିବା ଲୋକଙ୍କ ପାଇଁ ଆସିଲା ବଡ ଖବର ! ଏଥର ମାନିବାକୁ ହେବ ଏହି ସବୁ ନିୟମ, ନହେଲେ…

କାର୍ ବ୍ୟବହାର କରୁଥିବା ବା ରଖିଥିବା ଲୋକଙ୍କ ପାଇଁ ଏକ ବଡ ଖବର ଆସିଛି । ଏଥର ଆପଣଙ୍କୁ ନିଜ କାର୍ ରେ ଲଗାଇବାକୁ ପଡିବ ଏୟାରବ୍ୟାଗ । ସରକାର ଏହାକୁ ନେଇ ନୋଟିଫିକେସନ ଜାରି କରିଛନ୍ତି । ଏବେ ଠାରୁ ୩ ଲକ୍ଷ ଠାରୁ ନେଇ ୮ ଲକ୍ଷ ପର୍ଯ୍ୟନ୍ତ ମିଡ ରେଞ୍ଜ କାର୍ ମାନଙ୍କରେ ଏୟାରବ୍ୟାଗ ଲଗାଇବା ଅନିବାର୍ଯ୍ୟ ହେବ । ସଡକ ପରିବହନ ମନ୍ତ୍ରଣାଳୟର ଅଧିକାରୀ ମାନେ ଏୟାରବ୍ୟାଗ ବନାଉଥିବା କମ୍ପାନୀ ଗୁଡିକୁ ସାକ୍ଷାତ କରିବା ପରେ ଏହିପରି ଏକ ନିଷ୍ପତ୍ତି ନିଆଯାଇଛି ।

କୁହାଯାଉଛି କି କାର୍ ରେ ୬ଟି ଏୟାରବ୍ୟାଗ ଲଗାଇବାକୁ ପରାମର୍ଶ ମିଳିଥିବା ବେଳେ ବର୍ତ୍ତମାନ ୨ଟି ଏୟାରବ୍ୟାଗ ଅନିବାର୍ଯ୍ୟ ହେବ । କିଛି ମାସ ତଳେ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରୀ ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଗାଡି ମାନଙ୍କରେ ୬ଟି ଏୟାରବ୍ଯାଗ ଲଗାଇବାକୁ ପରାମର୍ଶ ଦେଇଥିଲେ । ଆମ ଦେଶ ଭାରତରେ ସାରା ଦୁନିଆର ଏକ ପ୍ରତିଶତ ବାହନ ରହିଛି ଓ ଏଥିସହ ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର ମଧ୍ୟ ଭାରତରେ ୧୩ ପ୍ରତିଶତ ରହିଛି ।

ଆମ ଦେଶରେ ପ୍ରତିଦିନ ହଜାର ହଜାର ଲୋକେ ସଡକ ଦୁର୍ଘଟଣାର ଶିକାର ହେଉଛନ୍ତି । ସେଥିମଧ୍ୟରୁ କିଛି ଲୋକ ପ୍ରାଣ ହରାଉଥିବା ବେଳେ ଆଉ କିଛି ଲୋକ ସାରା ଜୀବନ ପାଇଁ ପଙ୍ଗୁ ହୋଇ ଯାଉଛନ୍ତି । ଏହିପରି ଅଳ୍ପ ଆହତ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଏଥିମଧ୍ୟରେ ରହିଛି । ସଡକ ସୁରକ୍ଷା ଆମ ଦେଶ ପାଇଁ ଏକ ବଡ ଚିନ୍ତାର ବିଷୟ ।

ଏଥିପାଇଁ ସମୟ ସମୟରେ ସରକାର ବିଭିନ୍ନ ପ୍ରକାରର ନିୟମ ଜାରି କରିଥାନ୍ତି । ଯାହା ପାଳନ କରିବା ଦ୍ଵାରା ଅନେକ ମାତ୍ରାରେ ସଡକ ଦୁର୍ଘଟଣା ବା ସେଥିପାଇଁ ହେଉଥିବା ବିପଦକୁ ଟାଳି ଦିଆଯାଇ ପାରିବ । ଏହିପରି ସବୁ ଦିଗକୁ ଦୃଷ୍ଟିରେ ରଖି ଏୟାରବ୍ଯାଗ ଅନିବାର୍ଯ୍ୟ କରାଯାଉ ବୋଲି ଦାବି କରାଯାଇଛି । ମହଙ୍ଗା କାର୍ ମାନଙ୍କରେ ତ ପୂର୍ବରୁ ଏୟାରବ୍ଯାଗ ରହିଛି । କିନ୍ତୁ ମିଡ ରେଞ୍ଜର କାର୍ ମାନଙ୍କରେ ଏୟାରବ୍ଯାଗ ନଥାଏ ।

ତେଣୁ ଏହି ନିୟମ ଲାଗୁ ହେବା ପରେ ଆପଣଙ୍କ କାର୍ ରେ ଏୟାର ବ୍ୟାଗ ଲଗାଇବା ଜରୁରୀ ହୋଇଯିବ । ସରକାରଙ୍କ ନିୟମ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।