ଘରେ କଳି ଝଗଡା, ଅଶାନ୍ତି, ବାରମ୍ବାର ରୋଗଗ୍ରସ୍ତ କେଉଁ କାରଣରୁ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଆମ ଜୀବନକୁ ସୁଖମୟ କରିବା ପାଇଁ ଶାସ୍ତ୍ର ଲିଖିତ କିଛି ଅନୁଚିନ୍ତା ଗୁଇକ୍ଡ ବିଷୟରେ ଆସନ୍ତୁ ଜାଣିବା । ଜୀବନରେ ବାରମ୍ବାର ସଙ୍କଟ ଦେଖା ଦେଉଥିଲେ ଶ୍ମଶାନରେ କିଛି ପଇସା ପକାଇ ପଛକୁ ନ ଅନାଇ ଫେରି ଆସିବା ଦ୍ଵାରା ସଙ୍କଟ ଦୂର ହୁଏ ଏବଂ ଦୈବୀୟ ସହାୟତା ମିଳିଥାଏ । ଯଦି କୌଣସି ଅସାଧ୍ୟ ରୋଗ ପାଇଁ ଔଷଧ କାମ ଦେଉ ନଥାଏ ତେବେ ଶୋଇବା ସମୟରେ ମୁଣ୍ଡ ପାଖରେ ଗୋଟିଏ ତମ୍ବା ପଇସା ରଖି ସକାଳେ ଶ୍ମଶାନରେ ପକାଇ ପଛକୁ ନଅନାଇ ଆସିବା ଦ୍ଵାରା ଔଷଧ କାର୍ଯ୍ୟ କରିଥାଏ ।

ଆର୍ଥିକ ସମସ୍ଯା ଦେଖା ଦେଉଥିଲେ କିମ୍ବା କାର୍ଯ୍ୟରେ ବାଧାବିଘ୍ନ ଆସୁଥିଲେ ଶ୍ମଶାନ ପାଖରେ ଥିବା କୂଅ କିମ୍ବା ଜଳାଶୟରୁ ଜଳ ଆଣିବା ପରେ ସେଥିରେ ଚାନ୍ଦିର ଛୋଟ ଛୋଟ ଖଣ୍ଡ ପକାଇ ଘରର ପୂର୍ବଦିଗରେ ରଖିବା ଦ୍ଵାରା ସମସ୍ଯା ଦୂର ହୁଏ । ବେକରେ ହନୁମାନଙ୍କ ଲକେଟ ପିନ୍ଧିବା ଦ୍ଵାରା ଆତ୍ମିକ ବଳ ପ୍ରାପ୍ତ ହୋଇଥାଏ ଏବଂ ତନ୍ତ୍ର ମନ୍ତ୍ର ଭୂତପ୍ରେତ ଦୂର ହେବାସହ ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ମିଳିଥାଏ ।

ଘରର ପାଇଖାନା ଏବଂ ପାହାଚ ସବୁବେଳେ ସଫାସୁତୁରା ରଖିବା ଉଚିତ ନଚେତ ରାହୁଙ୍କ ଖରାପ ପ୍ରଭାବ ପଡିବା ସହ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ହୋଇଥାଏ । ଘରର ଐଶାନ୍ୟ କୋଣରେ ପାଇଖାନା ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବାସହ ଧନହାନି ଏବଂ ଅଶାନ୍ତି ଦେଖାଦେବାର ସମ୍ଭାବନା ରହିଥାଏ ।

ଗାଧୁଆ ଘରେ ନୀଳ ରଙ୍ଗର ବାଲଟି ଓ ମଗ୍ ରଖିବା ଶୁଭ ହୋଇଥାଏ ଏବଂ ଗାଧୁଆ ଘରେ କୌଣସି ପ୍ରକାର ଫଟୋ ଲଗାଇବା ଅନୁଚିତ, ଏହା ଅଶୁଭ ହୋଇଥାଏ । ଯଦି କୌଣସି ତୀର୍ଥସ୍ଥାନ କିମ୍ବା ମନ୍ଦିରକୁ ଯାଇଥାନ୍ତି ତେବେ ସେଠାରେ ଛୋଟ ପଥରରେ ଘରର ଆକୃତି କରିବା ଶୁଭ ହୋଇଥାଏ ଏବଂ ଘର ପ୍ରାପ୍ତିର ଇଚ୍ଛା ପୂରଣ ହୋଇଥାଏ ।

ଯଦି କୌଣସି ମନ୍ଦିର ନିର୍ମାଣ ହେଉଥାଏ ସେଠାରେ କିଛି ଇଟା ଦାନ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଘର ପ୍ରାପ୍ତି ହେବାର ଇଚ୍ଛା ପୂରଣ ହୋଇଥାଏ । ଘର ଉପରେ ଚଢେଇ ରହିବା ପାଇଁ ଘରଟିଏ ତିଆରି କରିବା ଶୁଭ ହୋଇଥାଏ ତଥା ଦେବୀଦେବତାଙ୍କ କୃପା ପ୍ରାପ୍ତ ହେବାସହ ଘର କରିବାର ସ୍ଵପ୍ନ ପୂରଣ ହୋଇଥାଏ ।

ବଂଶରେ ପିତୃପୁରୁଷଙ୍କ କାରଣରୁ ଯଦି କିଛି ବାଧାବିଘ୍ନ ଉତ୍ପନ୍ନ ହେଉଥାଏ ତେବେ ଘରେ ଆକସ୍ମିକ ଦୁଃଖ ଏବଂ ଧନର ଅଭାବ ଦେଖାଦିଏ । ପିତୃଦୋଷ ପାଇଁ ବିବାହ ବିଳମ୍ବ, ଘରେ କଳିଝଗଡା, ଅଶାନ୍ତି, ବାରମ୍ବାର ରୋଗଗ୍ରସ୍ତ, ସନ୍ତାନ ନେହେବା ଏବଂ ଆତ୍ମବଳ କମ୍ ହେବା ଆଦି ସମସ୍ଯା ଦେଖା ଦେଇଥାଏ ।

ପ୍ରତ୍ଯେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଘରେ କର୍ପୁର ଜଳାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ପିତୃଦୋଷ କମ୍ ହୋଇଥାଏ । ଅମାବାସ୍ୟା ଏବଂ ପୂର୍ଣ୍ଣିମାରେ ଗୁଡ ଓ ଘିଅକୁ ମିଶ୍ରଣ କରି ଗୋବର ଘଷି ସହ ଘରେ ଜଳାଇବା ଦ୍ଵାରା ପିତୃଦୋଷ ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନକ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।