ଘରେ ଯଦି ଏହି ଗଛ ଅଛି ତୁରନ୍ତ ହଟାଇ ଦିଅନ୍ତୁ, ଘରକୁ ଦରିଦ୍ରତା ଆଣେ ଓ ମା ଲକ୍ଷ୍ମୀ ବି ଘରଛାଡି ଚାଲିଯାନ୍ତି (Vastu Tips)

ବନ୍ଧୁଗଣ ହିନ୍ଦୁ ଧର୍ମରେ ଗଛ ମାନଙ୍କର ବହୁତ ମହତ୍ଵ ରହିଛି । ପରିବେଶକୁ ସୁନ୍ଦର କରିବା ସହ ଗଛ ଗୁଡିକ ସୃଷ୍ଟିର ଜୀବଜନ୍ତୁ କୁ ଜୀବନ ବାୟୁ ପ୍ରଦାନ କରିଥାନ୍ତି । ଏହି କାରଣରୁ ମାନବ ନିଶ୍ଵାସ ନେଇଥାନ୍ତି । ତେଣୁ ଗଛ ଗୁଡିକର ପୃଥିବୀ ଉପରେ ବଡ ମହତ୍ଵ ଯୋଗଦାନ ରହିଛି । ପ୍ରାଚୀନ କାଳରେ ମୁନି ରୁଷୀ ମାନେ ଗଛ ତଳେ ବସି ତପସ୍ୟା କରୁଥିଲେ ସେହି କାରଣରୁ ଗଛ ଗୁଡିକର ବିଶେଷ ମହତ୍ଵ ରହିଛି ।

ଧର୍ମ ଗ୍ରନ୍ଥରେ କିଛି ଗଛ ରହିଛି ଯାହା ଶୁଭ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘର ଆଗରେ ଲଗାଇବା ଉଚିତ ନୁହେଁ । ୧- କଣ୍ଟା ଜାତୀୟ ଗଛ : କୁହାଯାଏ କଣ୍ଟା ଜାତୀୟ ଗଛ ଘରେ ରହିବା ଅଶୁଭ ହୋଇଥାଏ । ଏଭଳି ଘରେ ରହିଲେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ସହ ଘରେ କଳହ ଓ ବାବଦ ବିବାଦ ମଧ୍ୟ ବଢିଥାଏ । ତେଣୁ ଏହି ଗଛ ଘରେ ଲଗାଇବା ଅନୁଚିତ ।

୨- କ୍ଷୀର ବାହାରୁଥିବା ଗଛ : ଏଭଳି ଗଛ ଠାରୁ ଦୂରେଇ ରହିବା ଉଚିତ କାରଣ ଏଗୁଡିକ ବିଷାକ୍ତ ହୋଇଥାଏ । ଯଦି ଘରେ ଛୋଟ ପିଲା ଥିବେ ତେବେ ଏହି ଗଛର ଖରାପ ପ୍ରଭାବ ସେମାନଙ୍କ ଉପରେ ପଡିଥାଏ । ତେଣୁ ଏହାକୁ ଘରେ ଲଗାନ୍ତୁ ନାହି ।

୩- ବାବୁଲ ଗଛ : ବାବୁଲ ଗଛ କଣ୍ଟା ଜାତୀୟ ଗଛ । ଏହାକୁ ଘର ଆଗରେ ଲଗାଇବା ଉଚିତ ନୁହେଁ । ଯଦି ଭୁଲରେ ଏହି ଗଛ ଉଠିଯାଏ ତେବେ ବାସ୍ତୁ ଦୃଷ୍ଟିରୁ ଏହା ଖରାପ ହୋଇଥାଏ । ଏହା ଦ୍ଵାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏହି ଗଛ ଘରେ ଆଗରେ ରହିଲେ ମା ଲକ୍ଷ୍ମୀଙ୍କ ପ୍ରବେଶ ହୁଏ ନାହି ।

୪- ଖଜୁର ଗଛ : ଖଜୁର ଦେଖିବାକୁ ସୁନ୍ଦର ଓ ଏହାର ଫଳ ମିଠା ହୋଇଥିଲେ ବି ଏହାକୁ ଘର ଆଗରେ ଲଗାଇବା ଅଶୁଭ ମାନାଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ଏହି ଗଛ ଥାଏ ସେଠାରେ ଧନ ହାନି ହେବା ସହ ଖର୍ଚ୍ଚ ଅହଡିକ ହୋଇଥାଏ ।

୫- ବାଉଁଶ ଗଛ : ବାଉଁଶ ଗଛ ଘର ଆଗରେ ଲାଗିବା ଉଚିତ ନୁହେଁ । କାରଣ ହିନ୍ଦୁ ଧର୍ମରେ ଏହି ଗଛକୁ ମୃତ୍ୟୁ ସମୟରେ ବ୍ୟବହାର କରାଯିବାର ବିଧି ରହିଛି । ଏହି ଗଛ ଘର ଆଗରେ ରହିଲେ ନେଗେଟିଭ ଏନର୍ଜି ଆଇଥାଏ ।

୬- ତେନ୍ତୁଳୀ ଗଛ : ତେନ୍ତୁଳୀ ଖାଇବା ଖଟା ଲାଗିଥାଏ । କିନ୍ତୁ ଏହା ଗଛ ଘରେ ରହିଲେ ନେଗେଟିଭ ସୃଷ୍ଟି ହୋଇଥାଏ । ଏମିତି ମାନାଯାଏ ଏହି ଗଛରେ ଖରାପ ଶକ୍ତିର ବାସ ରହିଥାଏ । ଯେଉଁ ଘରେ ଏହି ଗଛ ଲାଗିଥାଏ ସେଠାରେ କେବେ ବି ଉନ୍ନତି ହୁଏ ନାହି । ଏମିତି ଘରର ଲୋକ ସର୍ବଦା ରୋଗାଗ୍ରସ୍ତ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।