Lunar Eclipse 2022: ହାଣ୍ଡିଛାଡର ସଠିକ ସମୟ, ଗର୍ଭବତୀ ମହିଳା କଣ କରିବେ ଓ କେଉଁ 4 ରାଶିରେ ଖୁସିର ବର୍ଷା ହେବାକୁ ଯାଉଛି

ଆସନ୍ତା ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବାକାଉ ଯାଉଛି ଭୟଙ୍କର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଦୀର୍ଘ ସମୟ ଧରି ଲାଗିବାକୁ ଯାଉଥିବା ଏହି ଚନ୍ଦ୍ରଗ୍ରହଣ ଓଡିଶା ସମେତ ସଂପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବ । ଜ୍ଯୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମାନାଯାଇଛି । ମାନ୍ୟତା ରହିଛି କି ଚନ୍ଦ୍ରଗ୍ରହଣର ପ୍ରଭାବ ସଂପୂର୍ଣ୍ଣ ବିଶ୍ଵ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ସମୟସୀମା, ଗ୍ରାସ ସମୟ, ହାଣ୍ଡିଛାଡ, ଗର୍ଭବତୀ ମହିଳା କଣ କରିବେ ଓ କେଉଁ ରାଶି ପାଇଁ ଶୁଭ ହେବ ଏହି ଚନ୍ଦ୍ରଗ୍ରହଣ ।

ଚନ୍ଦ୍ରଗ୍ରହଣ ଲାଗିବାର ୯ଘଣ୍ଟା ବା ତିନିପ୍ରହର ପୂର୍ବରୁ ହାଣ୍ଡିଛାଡ କରା ଯାଇଥାଏ, ଏହି ସମୟକୁ ସୂତକ କାଳ ମଧ୍ୟ କୁହାଯାଏ । ଗ୍ରହଣ ସମୟରେ ପେଟରେ କିଛି ଖାଦ୍ଯପ୍ରଦାର୍ଥ ନରହିବା ଭଲ ହୋଇଥାଏ, ତେଣୁ ଏହାର ୯ଘଣ୍ଟା ପୂର୍ବରୁ ହାଣ୍ଡିଛାଡ କରାଯାଇଥାଏ । ଗ୍ରହଣ ସମୟରେ ଖାଦ୍ଯ ରାନ୍ଧିବା ଉଚିତ ନୁହେଁ କି ରନ୍ଧା ଖାଦ୍ୟ ଖାଇବା ମଧ୍ୟ ଅନୁଚିତ । ଏହି ସମୟରେ ଆପଣ ଶୁଖିଲା ଖାଦ୍ଯ ଓ ଫଳମୂଳ ଇତ୍ୟାଦି ଭୋଜନ କରିପାରିବେ ।

ଗ୍ରହଣ ସମୟରେ ଏହାର କିରଣ ଯେପରି ଘରେ ନପଡେ ସେଥିପାଇଁ କବାଟ ଝରକା ବନ୍ଦ ରଖିବା ଉଚିତ । ଗ୍ରହଣ ସମୟରେ ବିଶେଷ କରି ଗର୍ଭବତୀ ମହିଳାମାନେ ସାବଧାନ ରହିବା ଉଚିତ । ଗର୍ଭବତୀ ମହଲା ବାହାରକୁ ବାହାରନ୍ତୁ ନାହିଁ କି ଭୁଲରେ ବି ଗ୍ରହଣ ଦେଖନ୍ତୁ ନାହିଁ । ଏହାର ଖରାପ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡିଥାଏ ।

ଏହି ସମୟରେ ଶୋଇବା ମଧ୍ୟ ଅନୁଚିତ । ସେଥିପାଇଁ ଏକ ପାଣିଭର୍ତ୍ତି ନଡିଆକୁ ନିଜ କୋଳରେ ଧରି ବସନ୍ତୁ ଓ ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର କିମ୍ବା ଚନ୍ଦ୍ରମାଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଗ୍ରହଣ ଶେଷ ହେବା ପରେ ସେହି ନଡିଆକୁ ନେଇ ପୋଖରୀରେ ଭସେଇ ଦିଅନ୍ତୁ । ନିଜେ ଭଲ ଭାବେ ସ୍ନାନ କରିବା ସହ ଘରେ ମଧ୍ୟ ଗଙ୍ଗାଜଳ ସିଞ୍ଚନ କରି ପବିତ୍ର କରନ୍ତୁ । ଗ୍ରହଣ ସମୟରେ କଳାରଙ୍ଗର ବସ୍ତ୍ର ପିନ୍ଧିବା ମଧ୍ୟ ଅଶୁଭ ହୋଇଥାଏ ।

ଏହାସହ ଗ୍ରହଣ ଲାଗିଥିବା ସମୟରେ କୌଣସି ମଙ୍ଗଳ କାର୍ଯ୍ୟ କରନ୍ତୁ ନାହିଁ କି ପୂଜାପାଠ କରନ୍ତୁ ନାହିଁ । ଏହି ସମୟରେ ଠାକୁର ଘରକୁ ସଂପୂର୍ଣ୍ଣ ବନ୍ଦ ରଖନ୍ତୁ । ଏହି ସମୟରେ କୌଣସି ଶୁଭକାର୍ଯ୍ୟ ବିଷୟରେ ଚର୍ଚ୍ଚା କରିବା ମଧ୍ୟ ଅନୁଚିତ । କିଛି ରାଶିଙ୍କ ଉପରେ ଗ୍ରହଣର ଶୁଭ ପ୍ରଭାବ ପଡିବାକୁ ଯାଉଥିବା ବେଳେ ଆଉ କିଛି ରାଶିଙ୍କ ଉପରେ ଅଶୁଭ ପ୍ରଭାବ ପଡିବାକୁ ଯାଉଛି ।

ମିଥୁନ ରାଶି, କର୍କଟ ରାଶି, ବିଛା ରାଶି ଓ କୁମ୍ଭ ରାଶି ଉପରେ ଗ୍ରହଣର ଶୁଭ ପ୍ରଭାବ ପଡିବାକୁ ଯାଉଛି ଓ ସେମାନଙ୍କ ଖୁସିର ସମୟ ଆଗମନ ହେବାକୁ ଯାଉଛି । ସିଂହ ରାଶି, ତୁଳା ରାଶି, ଧନୁ ରାଶି ଓ ମୀନ ରାଶି ଉପରେ କିନ୍ତୁ ଗ୍ରହଣର ସାମାନ୍ଯ ପ୍ରଭାବ ପଡିବ ଅର୍ଥାତ ଏମାନଙ୍କ ପାଇଁ ଗ୍ରହଣ ଶୁଭ ନୁହେଁ କି ଅଶୁଭ ମଧ୍ୟ ନୁହେଁ ।

ବାକି ଚାରୋଟି ରାଶି ଯଥା ମେଷ ରାଶି, ବୃଷ ରାଶି, କନ୍ୟା ରାଶି ଓ ମକର ରାଶି ଉପରେ ଗ୍ରହଣର ଅଶୁଭ ପ୍ରଭାବ ପଡିବାକୁ ଯାଉଛି । ତେଣୁ ଏହି ଚାରି ରାଶିର ବ୍ୟକ୍ତି ଗ୍ରହଣ ବେଳେ ବିଶେଷ ସାବଧାନ ରୁହନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।