ଘରେ ଏହି ସବୁ ଜିନିଷ ରଖିବା ହୋଇଥାଏ ଅତ୍ୟନ୍ତ ଶୁଭ, ଘରର ଉନ୍ନତି ହେବା ସହ ବଢିଥାଏ ଧନ (Astrologer Pragyan Tripathy)

ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଅନୁଯାୟୀ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହା ଘରେ ରଖିବା ଦ୍ଵାରା ଆପଣଙ୍କ ଘରର ଉନ୍ନତି ହେବ, ଘରକୁ ଧନ ଆସିବ, ଆପଣ ନିରୋଗ ରହିବେ ଏବଂ ସୁଖୀ ରହିବେ । ଏହି ସବୁ ଜିନିଷ ଆପଣଙ୍କ ପାଇଁ ଏବଂ ଆପଣଙ୍କ ଘର ବହୁତ ଶୁଭ । ଏସବୁ ଜିନିଷ ଘରେ ରଖିବା ଦ୍ଵାରା ଆପଣଙ୍କ ଘର ସକାରାତ୍ମକତାରେ ପରିପୂର୍ଣ୍ଣ ରହିବ । ତେବେ ଚାଲନ୍ତୁ ଜାଣିବା ସେ ଜିନିଷ ଗୁଡିକ କଣ ।

ପ୍ରଥମରେ ହେଉଛି ଅନେକ ସମୟରେ ଘରର କୌଣସି ଏକ ପାଣିକଳ ଖରାପ ହେବା ଫଳରେ ସେଥିରୁ ଟପ୍ ଟପ୍ ହୋଇ ପାଣି ଝରେ, ଯାହାକି ଘର ପାଇଁ ବହୁତ ଅଶୁଭ । ଏହାଦ୍ବାରା ଘରେ ବେଶୀ ଅର୍ଥ ଖର୍ଚ୍ଚ ମଧ୍ୟ ହୁଏ । ସେଥିପାଇଁ ଆପଣ ଘରର ଉତ୍ତର-ପୂର୍ବ ଦିଗ ଅର୍ଥାତ ଐଶାନ୍ୟ କୋଣରେ ଏକ ୱାଟର ଫାଉଣ୍ଟେନ ଟିଏ ରଖନ୍ତୁ । ଏହା ଜଳତତ୍ଵର ଦିଗ ଏବଂ ଲକ୍ଷ୍ମୀ କୁବେରଙ୍କ ସ୍ଥାନ ।

ଏହା ବ୍ଯତୀତ ଆପଣୱାଟର ଫାଉଣ୍ଟେନକୁ ଅନ୍ୟ କେଉଁଠି ମଧ୍ୟ ରଖିବେ ନାହିଁ । ଏହା ଆଖିକୁ ଭଲ ଦେଖାଯିବା ସହ ଏହାର ଶବ୍ଦ ଶୁଣିବାକୁ ଆପଣଙ୍କୁ ଭଲ ଲାଗିବ । ଜଳ ଅନେକ ପ୍ରକର ଇମୋଶନକୁ ମଧ୍ୟ ବୁଝାଏ । ଯାହାଦ୍ୱାରା ଘରକୁ ଅର୍ଥ, ରୋଗ, ସୁଖ ଆସିବ ।

ଦ୍ଵିତୀୟରେ ହେଉଛି ଧନନ୍ତ୍ବରୀଙ୍କ ଫଟୋ ପୂଜା ଘରେ ରଖି ଆପଣ ନିହାତି ଭାବେ ପୂଜା କରନ୍ତୁ । ସମୁଦ୍ର ମନ୍ଥନ ବେଳେ ଧନନ୍ତ୍ବରୀଙ୍କ ହାତକୁ କଳସ ଆସିଥିଲା । ଆପଣ ସୁସ୍ଥ ଓ ନିରୋଗ ରହିଲେ ଯାଇ ପରିଶ୍ରମ କରିପାରିବେ ଏବଂ ଆପଣଙ୍କ ହାତକୁ ଧନ ଆସିବ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ତେଣୁ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଆପଣ ଧନନ୍ତ୍ବରୀଙ୍କର ପୂଜା କରନ୍ତୁ । ତାଙ୍କୁ ଆପଣ ପୂଜାଘରେ ରଖିପାରିବେ କିମ୍ବା ଉତ୍ତର ଦିଗରେ ମଧ୍ୟ ରଖିପାରିବେ । ତୃତୀୟରେ ଆପଣ ଘରେ ମନିପ୍ଳାଣ୍ଟ ରଖନ୍ତୁ । ମନିପ୍ଳାଣ୍ଟ ସବୁବେଳେ ଉପରକୁ ଚଢି ଚଢି ଚାଲେ ଯାହା ଉନ୍ନତିକୁ ଦର୍ଶାଏ । କିନ୍ତୁ ଏହା ତଳମୁହାଁ ହେବା ଠିକ ନୁହେଁ ।

ମନିପ୍ଳାଣ୍ଟ ଘରେ ରଖିବା ଦ୍ଵାରା ଘରକୁ ଅର୍ଥ ଆସେ । ଏକ ବାମ୍ବୁ ଗଛ ମଧ୍ୟ ଏହାସହ ଆପଣ ରଖିପାରିବେ । ଯେପରି ମନିପ୍ଳାଣ୍ଟ ତଳକୁ ନବଢେ ଏବଂ ଏହାର ପତ୍ର ନଶୁଖେ ଏଥିପ୍ରତି ଧ୍ୟାନ ଦେବେ । ଏହାସହ ଘଣ୍ଟାକୁ କେବେ ହେଲେ ବେଡରୁମରେ ଲଗାନ୍ତୁ ନାହିଁ । ଏହାକୁ ସବୁବେଳେ ନିଜ ଡ୍ରଇଂ ରୁମରେ ଲଗାନ୍ତୁ ଓ ଉତ୍ତର ଦିଗରେ ହିଁ ଲଗାନ୍ତୁ ।

ସେହିପରି ଆଉ ଏକ କଥା ହେଉଛି ଆପଣ ସଂପୂର୍ଣ୍ଣ ପରିବାରର ଏକ ଫଟୋକୁ ଗୋଟିଏ ଗୋଲ୍ଡେନ ଫ୍ରେମରେ ରଖନ୍ତୁ ଓ ଏହାକୁ ଘରର ପୂର୍ବ ଦିଗରେ ଲଗାନ୍ତୁ । ଦେଖିବେ ଏହାଦ୍ବାରା ଆପଣଙ୍କ ପରିବାରରେ ସମ୍ପର୍କ ବହୁତ ଭଲ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।