‘ମୁଁ 2236 ମସିହାରୁ ଆସିଛି, ଆଗକୁ ଘଟିବାକୁ ଯାଉଛି ଏହିସବୁ ବଡ ଘଟଣା…’ ଏହି ଭବିଷ୍ୟବକ୍ତା ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

ଏବେ ଜଣେ ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀ ସୋସିଆଲ ମିଡିଆରେ ଘୁରିବୁଲୁଛି । ପୃଥିବୀରେ କେଉଁ ପ୍ରକୃତିର ତାଣ୍ଡବ ଚାଲିଛି ତ ଆଉ କେଉଁଠି ଯୁଦ୍ଧ ସ୍ଥିତି ଦେଖିବାକୁ ମିଳୁଛି । ଏହାରି ଭିତରେ ଅନେକ ଭବିଷ୍ୟବକ୍ତା ମଧ୍ୟ ବାହାରୁଛନ୍ତି । ଆଉ ଏହି ଲୋକଙ୍କୁ ଆଜିକାଲି ଅନେକ ଲୋକ ବିଶ୍ବାସ ମଧ୍ୟ କରୁଛନ୍ତି । ସେମାନଙ୍କ କଥା ସତ ହେଉ କି ମିଛ ତଥାପି ଲୋକମାନେ ତାହା ଶୁଣିବାକୁ ବେଶୀ ଭଲ ପାଇଥାନ୍ତି । ଏବେ ଯେମିତି କୌଣସି ଅଘଟଣ ଘଟିବା ମାତ୍ରେ ଲୋକଙ୍କ ମନକୁ ମାଳିକା କିମ୍ବା ବିଦେଶୀ ଭବିଷ୍ୟବକ୍ତା ନଷ୍ଟାର୍ଡ ମସ୍କଙ୍କ କଥା ଆସିଯାଏ ।

ନିକଟରେ ଏଭଳି ଆଉ ଜଣେ ବ୍ୟକ୍ତି କିଛି ଏମିତି ଦାବି କରିଛନ୍ତି ଯେ ଆଗାମୀ ଭବିଷ୍ୟତରେ ଯାହାବି କିଛି ଘଟିବ ସେ ସ୍ପଷ୍ଟ ଭାବେ ଜାଣିଛନ୍ତି । ଏହାରି ଭିତରେ ସେ ଗୋଟିଏ ଭବିଷ୍ୟବାଣୀ କରିଛନ୍ତି ଯେ, ଜଣେ ସେଲିବ୍ରିଟି ଯିଏକି ଜଣେ ସଂଗୀତକାର, ନିଜ ବିଷୟରେ ପର୍ଦ୍ଦାଫାଶ କରିବେ । ସେ ନିଜ ମିଛ ମୃତ୍ୟୁ ସମ୍ପର୍କରେ ସାଧାରଣରେ ମୁହଁ ଖୋଲିବେ । ଟିକଟିକ୍ ମାଧ୍ୟମରେ ଏକ ଭିଡିଓ ଶେୟାର କରି ସେ ନିଜର ଏଭଳି କଥା ରଖିଛନ୍ତି ।

ସେ ଜଣେ ଟାଇମ ଟ୍ରାଭେଲର ବୋଲି ଦାବି କରିଛନ୍ତି । ଅର୍ଥାତ ସେ ଭବିଷ୍ୟତ ବା ୨୨୩୬ ମସିହାରୁ ଆସିଛନ୍ତି । ତେବେ ଦେଖିବାକୁ ଗଲେ ସମସ୍ତେ ତାଙ୍କର ଏହି କଥାକୁ ବିଶ୍ବାସ କରୁନାହାନ୍ତି । ତଥାପି ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଏହି ଟାଇମ ଟ୍ରାଭେଲର କହିଛନ୍ତି, ମୋ କଥା ଅନେକ ଲୋକ ବିଶ୍ବାସ କରୁନାହାନ୍ତି ତେଣୁ ମୋତେ କିଛି ଘଟଣା ସମ୍ପର୍କରେ କହିବାକୁ ପଡିବ ।

ଏମିତି କହିବା ପରେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି, ପ୍ରଶାନ୍ତ ମହାସାଗରରେ ସବୁଠାରୁ ବିଶାଳ ସାମୁଦ୍ରିକ ଜୀବ ଦେଖିବାକୁ ମିଳିବ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ଏଭଳି ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରି ଚାଲିଛନ୍ତି । ତାହା ପୁଣି ଟିକଟିକ୍ ମାଧ୍ୟମରେ । ଏହାସହ ୨୦୨୨ ଶେଷ ବେଳକୁ ବିଶ୍ବରେ ୨୦% ଜାଗାରେ ମଣିଷ ଜାଗାରେ ରୋବର୍ଟ କାମ କରୁଥିବେ ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ଏହି ଟାଇମ ଟ୍ରାଭେଲରଙ୍କ କଥା କେତେ ଯେ ସାତ ହେବ ତାହାକୁ ନେଇ ସନ୍ଦେହ କରୁଛନ୍ତି । କାରଣ ତାଙ୍କୁ ଲଗାତର ଭାବେ ଅନେକ ଲୋକ ଫଲୋ କରୁଛନ୍ତି ଓ ତାଙ୍କର ଅନେକ କଥା ମିଛ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।