ଘରର ଛାତ ଉପରେ ମହୁ ରଖିଲେ କେଉଁ ଲାଭ ପ୍ରାପ୍ତ ହୁଏ ? ଏହା ସହ ଜାଣନ୍ତୁ ଆହୁରି 20ଟି ଶାସ୍ତ୍ର ଲିଖିତ ଅନୁଚିନ୍ତା

ଆମ ଜୀବନକୁ ସରଳ ଏବଂ ସହଜ କରିବା ପାଇଁ ଆଜି ଆମେ ଶାସ୍ତ୍ର ସମ୍ବନ୍ଧିତ କିଛି ଅନୁଚିନ୍ତା ଜାଣିବା । ଘରେ ଯଦି କୌଣସି ସଦସ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରୋଗଗ୍ରସ୍ତ ହୋଇଥାନ୍ତି ତେବେ ପ୍ରତ୍ଯେକ ଦିନ ଶୋଇବା ସମୟରେ ତାଙ୍କ ମୁଣ୍ଡ ଉପରେ ଏକ କାଚ ପାତ୍ରରେ ସମୁଦ୍ର ଲୁଣ ରଖିବା ଦ୍ଵାରା ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ । ରୋଗଗ୍ରସ୍ତ ରହୁଥିବା ଲୋକ ଶୋଇବା ସମୟରେ ମୁଣ୍ଡ ପାଖରେ ତମ୍ବା ପାତ୍ରରେ ଜଳ ରାଖୀ ପରଦିନ ବାହାରେ ଢାଳିଦେବା ଦ୍ଵାରା ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ ।

ମନ ଯଦି ଅଶାନ୍ତ ରହୁଥାଏ କିମ୍ବା ଆପଣା ଚିନ୍ତାଗ୍ରସ୍ତ ରାହୁଥାନ୍ତି ତେବେ ପାଣିରେ ଲୁଣ ମିଶାଇ ସ୍ନାନ କରିବା ଦ୍ଵାରା ଚିନ୍ତା ଦୂର ହୋଇଥାଏ ଓ ଶାନ୍ତି ଅନୁଭୂତ ହୋଇଥାଏ । ସ୍ଵାମୀ-ସ୍ତ୍ରୀଙ୍କ ଶୋଇବା ଘର କୋଣରେ ସୈନ୍ଧବ ଲୁଣ ଖଣ୍ଡେ ରଖି ଏକ ମାସ ପରେ ତାକୁ ବଦଳେଇବା ଦ୍ଵାରା ସ୍ଵାମୀ-ସ୍ତ୍ରୀ ମଧ୍ୟରେ କଳହ ଦୂର ହୋଇଯାଏ । ଘରର ନୈରୁତ୍ୟ କୋଣରେ କାଚ ଗ୍ଳାସରେ ଲୁଣପାଣି ରଖି ତା’ ପଛରେ ଲାଲ ରଙ୍ଗର ବଲବ ଜଳାଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ଘରକୁ ଧନର ଆଗମନ ହୋଇଥାଏ ।

ଯଦି ଖାଦ୍ଯ ଖାଉଥିବା ସମୟରେ ଖାଦ୍ଯରେ ଲୁଣ କମ୍ ଲାଗେ ତେବେ ତା’ ଉପରେ ଲୁଣ ପକାଇ ଖାଇବା ଉଚିତ ନୁହେଁ । ଏହାଦ୍ବାରା ଶନି, ଚନ୍ଦ୍ର ଏବଂ ମଙ୍ଗଳଙ୍କର ଖରାପ ପ୍ରଭାବ ପଡିଥାଏ । ଯଦି ଚୁଚୁନ୍ଦ୍ରା କୌଣସି ଲୋକଙ୍କର ଚତୁଃପାର୍ଶ୍ଵରେ ବୁଲିଯାଏ ତେବେ ଶୁଭ ହୋଇଥାଏ ଏବଂ ନିକଟରେ କୌଣସି ବଡ ଲାଭ ପ୍ରାପ୍ତ ହେବାର ସଂକେତ ହୋଇଥାଏ ।

ଦୀପାବଳୀ ଦିନ ରାତିରେ ଚୁଚୁନ୍ଦ୍ରା ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଧନ ସମସ୍ଯା ଦୂର ହେବ ସହିତ ସୌଭାଗ୍ୟ ପ୍ରାପ୍ତିର ସୂଚନା ମିଳିଥାଏ । ଯଦି ଘରେ ଚୁଚୁନ୍ଦ୍ରା ପ୍ରବେଶ କରେ ତେବେ ଶୁଭ ସଂକେତ ପ୍ରପାତ ହୋଇଥାଏ ଏବଂ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବାର ସଂକେତ ମିଳିଥାଏ । ଘରର ମୁଖ୍ୟଦ୍ଵାରରେ କଳା ଘୋଡାର ନାଲ ଲଗାଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ନକରାତ୍ମକ ଶକ୍ତିର ପ୍ରଭାବ ଦୂର ହେବ ସହିତ ଘରେ ଅଭାବ ଦୂର ହୋଇଥାଏ ।

କଳା ଘୋଡାର ନାଲ ଘରେ ରଖିବା ଦ୍ଵାରା ଶନିଙ୍କ ଖରାପ ପ୍ରଭାବ ଦୂର ହୋଇଥାଏ ଏବଂ ଧାନ କିମ୍ବା ଚାଉଳ ରଖୁଥିବା ସ୍ଥାନରେ ଘୋଡା ନାଲକୁ କଳା କପଡାରେ ଗୁଡାଇ ରଖିବା ଦ୍ଵାରା ଅଭାବ ଦୂର ହୋଇଥାଏ । ଜାତକରେ ଯଦି ମଙ୍ଗଳ ଖରାପ ସ୍ଥିତିରେ ରହିଥାନ୍ତି ତେବେ ମାଛ ମାଂସ ଖାଇବା ଉଚିତ ନୁହେଁ ।

ଏହାଦ୍ବାରା ବିଭିନ୍ନ ସମସ୍ଯା ଦେଖାଦେବା ସହିତ ମନୁଷ୍ୟର ଅପରାଧୀ ଭାବନା ପ୍ରକାଶ ପାଇଥାଏ । ଜାତକରେ ରାହୁଙ୍କ ସ୍ଥିତି ମଜବୁତ କରିବା ପାଇଁ କଳାଧଳା ଦୋରଙ୍ଗୀ କମ୍ବଳ ଗରିବ ଲୋକଙ୍କୁ ଦାନ କରିବା ଉଚିତ । ଏହାଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଘରେ ଏକ ମାଟିର ପାତ୍ରରେ ମହୁ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଶନିଙ୍କ ଖରାପ ପ୍ରଭାବ ଦୂର ହେବା ସହ ମଙ୍ଗଳକାରୀ ହୋଇଥାଏ ।

ଯଦି ଶୁକ୍ର ଗ୍ରହଙ୍କ ଖରାପ ପ୍ରଭାବ ହେତୁ ସ୍ତ୍ରୀ, ଭବନ, ଭୂମି, ବାହନ ଏବଂ ଧନର ସୁଖରୁ ବଞ୍ଚିତ ହେଉଥାନ୍ତି ତେବେ ଚାନ୍ଦି କିମ୍ବା ମାଟି ପାତ୍ରରେ ମହୁ ଭର୍ତ୍ତି କରି ଘରର ଛାତ ଉପରେ ରଖିଲେ ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।