Special Report: ଆପଣଙ୍କ ATM କାର୍ଡ ହଜିଯାଇଛି କି ? ଘରେ ବସି ଏମିତି ପାଇ ପାରିବେ ନୂଆ ATM କାର୍ଡ

ନମସ୍କାର ବନ୍ଧୁଗଣ । କୋରୋନା ମହାମାରୀ ସମୟରେ କିଛି ବ୍ଯାଙ୍କ ଅନଲାଇନ ପ୍ରକ୍ରିୟା ଜାରି କରିଛନ୍ତି । ଯଦି ଆପଣଙ୍କର ଏଟିଏମ କାର୍ଡ ହଜି ଯାଇଛି ତେବେ ଆପଣ ମାନଙ୍କୁ ଆଉ ବ୍ଯାଙ୍କ ଯାଇ ଆପ୍ଳାଏ କରିବାକୁ ପଡିବ ନାହି ।

କାରଣ ଅନଲାଇନ ଦ୍ଵାରା ନୂଆ ଏଟିଏମ କାର୍ଡ ଘରେ ବସି ଆପଣ ମାନେ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏଟିଏମ କାର୍ଡ ପାଇବା ପାଇଁ କଣ ସବୁ କରିବାକୁ ପଡିବ । ନୂଆ ଏଟିଏମ କାର୍ଡ ଆବେଦନ କରିବା ପାଇଁ କିଛି ସରଳ ପ୍ରକ୍ରିୟା କରିବାକୁ ପଡିବ । ଏଠି ପାଇଁ ଆପଣଙ୍କ ମୋବାଇଲ ନମ୍ବର ବ୍ଯାଙ୍କ ଆକାଉଣ୍ଟରେ ରେଜିଷ୍ଟ୍ରେସନ ହୋଇଥିବା ଦରକାର । ଏପରି ହୋଇଥିଲେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ ଯାହା ଆପଣଙ୍କ ପାଇଁ ଜରୁରୀ ଅଟେ ।

ଏହି ପ୍ରକ୍ରିୟା କେବେଳ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ବ୍ଯାଙ୍କର ଗ୍ରାହକ ମାନଙ୍କ ପାଇଁ ଲାଗୁ ହେବ । ଏହି ପ୍ରକ୍ରିୟା ପାଇଁ ପ୍ରଥମେ ଆପଣ ବ୍ଯାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ଇଣ୍ଟରନେଟ ବ୍ୟାଙ୍କିଙ୍ଗରେ ଲଗିନ କରିବାକୁ ହେବେ । ଏହା ପରେ ଆପଣ ଇ-ସର୍ଭିସ ଥିବା ବିକଳ୍ପକୁ ବାଛିବାକୁ ହେବ । ଏଥିରେ ଆପଣଙ୍କୁ ଏଟିଏମ କାର୍ଡ ସର୍ଭିସ ବିକଳ୍ପ ବାଛିବାକୁ ହେବେ । ଏହା ପରେ ଋକ୍ଵେଷ୍ଟ ଏଟିଏମ ବା ଡେବିଟ କାର୍ଡ ଅପସନ ଚୟନ କରିବାକୁ ହେବ ।ଏହା କରିବା ପରେ ଆପଣଙ୍କୁ ଦୁଇଟି ବିକଳ୍ପ ବାଛିବାକୁ ହେବ ।

ଏହା ଓଟିପି ଆଧାରିତ ବା ପ୍ରୋଫାଇଲ ପାସୱାର୍ଡ ଆଧାରିତ ଅଟେ । ଏଥିରେ ଆପଣଙ୍କୁ ଓଟିପି ଆଧାରିତ ବାଛିବାକୁ ହେବେ । ଏହା ପରେ ଏକ ନୂଆ ପିଜ୍ଦିଏ ଖୋଲିବ । ଏଥିରେ ଆପଣଙ୍କୁ ଆକାଉଣ୍ଟ ବାଛିବାକୁ ପଡିବ ଓ ଏହା ପରେ କାର୍ଡର ନାଁ ଓ କାର୍ଡ ପ୍ରକାର ଚୟନ କରିବାକୁ ପଡିବ । ସମସ୍ତ ବିବରଣୀ ପୁରା କରିବା ପରେ ଏହାକୁ ଭଲ ଭାବେ ଯାଞ୍ଚ କରି ଏହାକୁ ଆପ୍ଳାଏ କରନ୍ତୁ ।

ଆପଣ ନିଜର ସମସ୍ତ ତଥ୍ୟ ସବମିଟ କରିବା ପରେ ଆପଣଙ୍କୁ ମୋବାଇଲ୍କୁ ଏକ ମ୍ଯାସେଜ ଆସିବ । ଏହି ମ୍ଯାସେଜରେ ଲେଖା ହୋଇଥିବ ଯେ ୭ରୁ ୮ ଦିନ ମଧ୍ୟରେ ଆପଣଙ୍କୁ ଡେବିଟ କାର୍ଡ ଡ଼େଲିଭରି କରାଯିବ । ଏଭଳି ଭାବେ ଆପଣ ମାନେ ଘରେ ବସି ଏଟିଏମ କାର୍ଡ ଆପ୍ଳାଏ କରି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ସୂଚନା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ