Special Report: Jio ଗ୍ରାହକ ମାନଙ୍କ ପାଇଁ ଖୁସି ଖବର ! Jio ଗ୍ରାହକ ହୋଇଥିଲେ ନିଶ୍ଚୟ ପଢନ୍ତୁ ଏହି ଖବର

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ ପାଇଁ କିଛି ନୂଆ ଖବର ନେଇ ଆସିଛୁ । ଯେଉଁ ଅମନେ ଜିଓ ସିମ ବ୍ୟବହାର କରୁଛନ୍ତି ସେମାନକ ପାଇଁ ଏକ ବଡ ଖବର ଆସି ପହଞ୍ଚିଛି । କୋରୋନା ମହାମରି ସମୟରେ ଜିଓ କମ୍ପାନୀ ଜିଓ ଗ୍ରାହକ ମାନଙ୍କୁ ବଡ ଉପହାର ଦେଇଛି ।

ଯେଉଁ ଜିଓ ଗ୍ରାହକ ସେମାନଙ୍କୁ ମୋବାଇଲରେ ରିଚାର୍ଜ କରିବା ପାଇଁ ଆଉ କୌଣସି ଆପକୁ ଯିବାକୁ ପଡିବ ନାହି । କାରଣ ଜିଓ ଗ୍ରାହକ ମାନେ ୱ୍ହାଟସପ ମାଧ୍ୟମରେ ନିଜର ମୋବାଇଲ ରିଚାର୍ଜ କରି ପାରିବେ । ଗ୍ରାହକ ମାନେ କେବଳ ମୋବାଇଲ ରିଚାର୍ଜ ନୁହେ ବରଂ ଆଉ କେତେକ ସୁବିଧା ମଧ୍ୟ ପାଇ ପାରିବେ । ଜିଓ କମ୍ପାନୀ ୱ୍ହାଟସପ ଜରିଆରେ ଏହି ନୂଆ ପ୍ରକ୍ରିୟା ଆରମ୍ଭ କରିଛି । ଏଥିରେ ଅନେକ ପ୍ରଶ୍ନର ଉତ୍ତର ଆସିବା ସହ ଅନେକ ସେବାର ସୁବିଧା ମଧ୍ୟ ଗ୍ରାହକ ମାନେ ପାଇ ପାରିବେ ।

ଏହି ସର୍ଭିସ ୭୦୦୦୭୭୦୦୦୭ ନମ୍ବରରେ ସେବା ଯୋଗାଇ ଦେଉଛି । ତେବେ ଆସନ୍ତୁ ଜାଣିବା କିଭଳି ୱ୍ହାଟସପ ଜରିଆରେ ଜିଓ ଗ୍ରାହକ ମାନେ ଏହି ସୁବିଧା ପାଇ ପାରିବେ । ପ୍ରଥମେ ଆପଣଙ୍କୁ ୭୦୦୦୭୭୦୦୦୭ ନମ୍ବରରେ ହାଏ ଲେଖି ୱ୍ହାଟସପ କରିବାକୁ ହେବ । ଏହା ପରେ ମେନୁକୁ ଯିବାକୁ ମୋବାଇଲରେ ବିକଳ୍ପ ଦେଖାଇବ । ମେନୁ ଲେଖି ୱ୍ହାଟସପ କରିବା ପରେ ସେବା ପାଇବା ପାଇଁ ଅପସନ ଦେଖାଇବ ।

ଏହା ପରେ ସପୋର୍ଟ ଲେଖି ୱ୍ହାଟସପରେ ମ୍ଯାସେଜ କରିବା ପରେ ସବୁ ସୁବିଧା ୱ୍ହାଟସପରେ ଦେଖାଇବ । ଆପଣଙ୍କୁ ଯେଉଁ ସୁବିଧା ଜରୁରୀ ହୋଇଥିବ ସେହି ନମ୍ବରରେ ୱାଟସପ କରି ଆପଣ ସେବା ପାଇ ପାରିବେ । କେବଳ ଏହି ନୂଆ ପ୍ରକ୍ରିୟାରେ ରିଚାର୍ଜ ସୁବିଧା ନୁହେ ବରଂ ଆହୁରି ଅନେକ ନୂଆ ନୂଆ ସୁବିଧା ପାଇ ପାରିବେ । ଆପଣଙ୍କ ଅଞ୍ଚଳରେ ଥିବା କୋଭିଡ ସେଣ୍ଟର ବିଷୟରେ ମଧ୍ୟ ଜାଣି ପାରିବେ ।

ଏହା ବ୍ଯତୀତ ପୋଟାବିଲିଟି ସର୍ଭିସ, ଜିଓ ଫାଇଭର ଇଣ୍ଟରନେଟ, ଜିଓ ମାର୍ଟ  ଓ ଅନ୍ତରାଷ୍ଟ୍ରୀୟ ରୋମୀଙ୍ଗର ସୁବିଧା ପାଇ ପାରିବେ । ଆପଣ ୱ୍ହାଟସପରେ ନିଜ ଚ୍ୟାଟ ବୋର୍ଡରେ ନିଜର ପିନ କୋର୍ଡ ଲେଖି ମ୍ଯାସେଜ କରିଲେ ନିକଟସ୍ଥ କୋଭିଡ ସେଣ୍ଟର ବିଷୟରେ ଜାଣି ପାରିବେ । ଏହି ସର୍ଭିସରେ ଆପଣ ନିଜର ଭାଷା ମଧ୍ୟ ପରିବର୍ତ୍ତନ କରି ପାରିବେ । ଚ୍ୟାଟ ବୋର୍ଡ ଉପରେ ଭାଷା ଅପସନ ଚୟନ କରିଲେ ଆପଣଙ୍କୁ ଇଂରାଜୀ ଓ ହିନ୍ଦୀ ବାଛିବାକୁ ବିକଳ୍ପ ଦେଖାଇବ । ଆପଣ ନିଜ ଇଚ୍ଛା ମୁତାବକ ଯେ କୌଣସି ଭାଷା ଚୟନ କରି ପାରିଇବେ । ଆହୁରି ମଧ୍ୟ କୁହା ଯାଉଛି ଯେ ଏହି ସର୍ଭିସରେ ଆଗକୁ ଅନ୍ୟ ସବୁ ଭାଷା ଯୋଡା ଯିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ସୂଚନା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ