ଏହି ଯୋଜନାରେ ଘରେ ବସି ଖୋଲନ୍ତୁ ଖାତା, ପ୍ରତି ମାସରେ ମିଳିବ ୫୦୦୦ ଟଙ୍କାର ପେନସନ

ମୋଦୀ ସରକାରଙ୍କ ଦ୍ଵାରା ବହୁତ ଯୋଜନା କରାଯାଇଛି ଯେଉଁଥିରେ ସାମାଜିକ ସୁରକ୍ଷା ସହିତ ବ୍ୟକ୍ତି ନିଜର ଭବିଷ୍ୟତ ପାଇଁ ବି ସୁରକ୍ଷିତ ହୋଇ ପାରିବ । ଆଜି ଆମେ ଆପଣଙ୍କୁ ସରକାରଙ୍କର ଏକ ଏମିତି ସାମାଜିକ ଯୋଜନା ବିଷୟରେ କହିବାକୁ ଯାଉଛୁ । ଏହି ଯୋଜାନା ଅନୁସାରେ ପ୍ରତି ମାସରେ ନିବେଶ କରିବା ଫଳରେ ଆପଣଙ୍କର ଅବସର ନେବା ବୟସ ପରେ ଆପଣ ପ୍ରତି ମାସରେ ୧ ରୁ ୫ ହଜାର ଟଙ୍କା ପେନସନ ଭାବେ ପାଇବେ । ଏହାର ଫାଇଦା କାମ କରୁଥିବା ଲୋକ ଅଧିକ ଉଠାଇ ପାରିବେ । ଏହା ପୂର୍ବରୁ ସରକାର ଅଟଳ ପେନସନ ଯୋଜନା ୨୦୧୫ ମସିହାରେ ଆରମ୍ଭ କରିଥିଲେ ।

 

ଏହି ପେନସନ ଯୋଜନା ଏକ ସରକାରୀ ଯୋଜନା ଅଟେ, ଯେଉଁଥିରେ ପେନସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ଵାରା ସଞ୍ଚାଳିତ କରାଯାଇ ଥାଏ । ଏହି ଯୋଜାନାରେ ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇ ପାରିବେ । ଏହି ଖାତାରେ ଦୁର୍ଘଟଣା ବୀମା ମଧ୍ୟ ଉପଲବ୍ଧ କରାଯାଇ ଥାଏ । ଏହି ଯୋଜନା ଅନୁସାରେ ଆପାନଙ୍କୁ ୨ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ମିଳିପାରିବ । ଏହି ଯୋଜନା ଅନୁସାରେ ଆପଣଙ୍କୁ ଆୟକର ଧାରା ୮୦ ସି ଅନୁସାରେ ଟ୍ୟାକ୍ସର ମୁକ୍ତି ମିଳିବ ।

୧୮ ରୁ ୪୦ ବର୍ଷର ବ୍ୟକ୍ତିମାନେ ଏହି ଯୋଜନାରେ ନିଜର ଖାତା ଖୋଲି ପାରିବେ । ଯଦି ଆପଣ ନିଜର ଅଟଳ ପେନସନ ଯୋଜନାରେ ଖାତା ଖୋଲିବା ପାଇଁ ଚାହୁଁଛନ୍ତି ତାହେଲେ ପାଖରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏହି ଯୋଜାନର ଲାଭ ଉଠାଇ ପାରିବେ । କିନ୍ତୁ ଆମେ ଆପଣଙ୍କୁ ଘରେ ବସି କିଛି ମିନିଟରେ ଏହି ଖାତା ଖୋଲିବାର ପ୍ରକ୍ରିୟା କହିବାକୁ ଯାଉଛୁ । ଏଥିପାଇଁ ଆପଣଙ୍କ ପାଖରେ ବ୍ୟାଙ୍କିଙ୍ଗ ର ସୁବିଧା ଥିବା ଦରକାର । ପ୍ରଥମେ ଆପଣଙ୍କୁ ନିଜର ନେଟ ବ୍ୟାଙ୍କିଙ୍ଗ ରେ ଲଗ ଇନ କରିବାକୁ ପଡିବ ।

ଲଗ ଇନ କରିବା ପରେ ଆପଣ କୌଣସି ସର୍ଭିସ ଲିଙ୍କ ଉପରକୁ ଯିବାକୁ ହେବ । e-service ଉପରେ କ୍ଲିକ କରିବା ପରେ ଏହା ଖୋଲିବ ଯାହା ନାମରେ ହିଁ ଦେଖାଯିବ । ଏହି ଲିଙ୍କ ଉପରକୁ ଯାଇ ଅଟଳ ପେନସନ ଯୋଜନାକୁ ସିଲେକ୍ଟ କରିବାକୁ ପଡିବ । ଏହା ପରେ ଆପଣ ଆପଣଙ୍କର ଆକାଉଣ୍ଟ ନମ୍ବର, ନାମ ଏବଂ ଠିକଣା ସେଠାରେ ଲେଖିବେ । ଏହା କରିବା ପରେ ଆପଣଙ୍କୁ ଆପଣଙ୍କର ଅଟଳ ପେନସନ ଯୋଜନାର ଟଙ୍କା ଭରିବା ପାଇଁ ପଡିବ । ଏହା ପରେ ଆପଣଙ୍କର ଅଟଳ ପେନସନ ଯୋଜନା ଖାତା ଖୋଲିଯିବ । ଏହି ଯୋଜନାରେ ଆପଣ ନିଜର ବୟସ ଅନୁସାରେ ଟଙ୍କା ଭରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।