ଜାଣନ୍ତୁ ଭାରତରେ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚିଲା କରୋନା ଭାଇରସ ଭ୍ୟାକ୍ସିନର ଗବେଷଣା!

ଭାରତରେ କରୋନାର ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ବୈଜ୍ଞାନିକମାନେ ଓ ଅନ୍ୟ କେତେକ ସଂସ୍ଥାମାନେ ଦିନ ରାତି ପରିଶ୍ରମ କରି ରିସର୍ଚ କରୁଛନ୍ତି । ଏହା ଛଡା ଅନ୍ୟ ପଟେ ସରକାର ବି ଅତିଶୀଘ୍ର ଭ୍ୟାକ୍ସିନ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଏମିତିରେ ସବୁ ଭାରତୀୟ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି କି ଭ୍ୟାକ୍ସିନ କ୍ଷେତ୍ରରେ ଭାରତ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚିଛି । କହିବାକୁ ଗଲେ ଭାରତରେ ଦୁଇଟି ବଡ ସଂସ୍ଥା କରୋନା ଭ୍ୟାକସିନର ଟ୍ରାୟଲ କରୁଛନ୍ତି ଓ ସେହି ସଂସ୍ଥା ଗୁଡିକର ନାମ ହେଉଛି ବାୟୋଟେକ, ହାଇଦ୍ରାବାଦ ଓ ସୀରମ ଇଂସ୍ଟୀଚ୍ୟୁଟ, ପୁଣେ ।

ICMR କେତେକ ସଂସ୍ଥାକୁ ଫଣ୍ଡ ଦେଇଛନ୍ତି

CSIRର ଡ଼ିଜି ଶେଖର ମାଣ୍ଡେ କହିଲେ କି, ‘CSIR ମୋନୋକୋନଲ ଆଣ୍ଟିବଡୀ ପାଇଁ ଭାରତ ବାୟୋଟେକ, ଏନସୀସୀଏସ ପୁନେ ଓ ଆଈଆଈଟୀ ଇନ୍ଦୋରକୁ ଫଣ୍ଡ ଦେଇଛନ୍ତି । ସେ କହିଲେ କି ଏମଡବ୍ଲୂର ଟ୍ରାୟଲ ପୂର୍ବରୁ ହିଁ ଆରମ୍ଭ ହୋଇ ଯାଇଛି । ପୀଜୀଆଈ ଚଂଣ୍ଡୀଗଢ଼, ଏମ୍ସ ଦିଲ୍ଲୀ ଓ ଏମ୍ସ ଭୋପାଳରେ ଟ୍ରାୟଲ ଆରମ୍ଭ ହୋଇସାରିଛି ।

ଭାରତରେ କେଉଁ ଔଷଧର ଟ୍ରାୟଲ ହେଉଛି ?

ଫେବୀପେରାବିର ର ଟ୍ରାୟଲ

ACQH ର ଟ୍ରାୟଲ

ଭାରତରେ ଏହି ଦୁଇଟି ଔଷଧର ଟ୍ରାୟଲ ଆରମ୍ଭ ହୋଇ ଯାଇଆଛି । ଏକ ଫେବୀପେରାବିର ଓ ଦ୍ଵିତୀୟ ଫାଇଟୋ ଫାର୍ମାର ଔଷଧ ACQH ଅଟେ । ଟ୍ରାୟଲ ମାମଲାରେ ସବୁଠୁ ଆଗରେ ମାଇକ୍ରୋ ବ୍ୟାକ୍ଟୀରିୟମ ଭ୍ୟାକ୍ସିନ ଚାଲୁଅଛି । ଏତିକି ନୁହେଁ ରେମେଡେସିବିର ଓ ହାଇଡ୍ରୋକ୍ଲୋରିନକୁ ବି କରୋନାର ଚିକିତ୍ସା ପାଇଁ ବ୍ୟବହାର କରା ଯାଉଛି । ସେଥିପାଇଁ ଏହି ଦୁଇଟି ଔଷଧ ବି ରେସରେ ଅଛି ।

ପ୍ଲାଜମା ଥେରାପୀ କେତେ ଦୂର ପର୍ଯ୍ୟନ୍ତ ସୁଫଳ ଅଟେ ?

CISRର ଡ଼ିଜି ଶେଖର ମାଣ୍ଡେ ପ୍ଲାଜମା ଥେରାପୀ ବିଷୟରେ କହିଲେ କି, ଶୁଣିବାକୁ ମିଳୁଛି କି ଆଈସୀଏମଆର ପ୍ଲାଜମା ଥେରାପୀ ପାଇଁ କିଛି ଲୋକମାନଙ୍କୁ ଅନୁମତି ଦେଇଛନ୍ତି । ହୋଇପାରେ କି ଭାରତରେ ପ୍ଲାଜମା ଥେରାପୀ ଦ୍ଵାରା ଚିକିତ୍ସା ସମ୍ଭବ ହୋଇପାରେ ।

୨୦୨୧ ପୂର୍ବରୁ ଆସିବ ନାହିଁ ଭ୍ୟାକ୍ସିନ – ଡାକ୍ତର ଏସପୀ ବ୍ୟୋତ୍ରା

କିନ୍ତୁ ଲୋକମାନେ ଜାଣିବାକୁ ଚାହୁଁଛନ୍ତି କି ସେ କଣ ଅଟେ ଯାହା ବର୍ତ୍ତମାନ ସମୟରେ କରୋନା ରୋଗୀଙ୍କୁ ଜୀବନ ଦେଉଛି । ଏହା ବିଷୟରେ ସର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ଏସପୀ ବ୍ୟୋତ୍ରା କହିଲେ କି ‘ ବର୍ତ୍ତମାନ ACQH ଓ ଏଜୀଥ୍ରୋଲ ଔଷଧ କାମ କରୁଛି । କିନ୍ତୁ କରୋନାର ଭ୍ୟାକ୍ସିନ ଆସିବା ପାଇଁ ବର୍ତ୍ତମାନ ଆମକୁ ଆହୁରି ୬ ମାସ ଅପେକ୍ଷା କରିବାକୁ ପଡିପାରେ । କରୋନାର ଭ୍ୟାକ୍ସିନ ବର୍ଷ ୨୦୨୧ ପୂର୍ବରୁ ଆସିବ ନାହିଁ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।