ଯୁବକଙ୍କର ଖରାପ ବ୍ୟବହାରର ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଯୁବତୀ, ଏମିତି କଣ ହେଲା କି ପୋଲିସ ସେ ଦୁଇଜଣଙ୍କର ଥାନାରେ କରିଦେଲେ ବିବାହ

ଲକଡାଉନ ସମୟରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାର ବଣ୍ଡା ଥାନାରେ ଏକ ଅଦଭୁତ ଘଟଣା ସାମନାକୁ ଆସିଛି । ସେଠାରେ ଜଣେ ଯୁବକଙ୍କର ଖରାପ ବ୍ୟବହାର ପାଇଁ ଚିନ୍ତାରେ ଥିବା ଜଣେ ଯୁବତୀ ନିଜ ପରିବାର ଲୋକଙ୍କ ସହିତ ସେହି ଯୁବକ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଲେ । ସବୁ କଥା ଶୁଣିବା ପରେ ପୋଲିସ ଯୁବତୀ ଙ୍କର ରିପୋର୍ଟ ନଲେଖି ସେହି ଦୁଇ ଜଣଙ୍କର ବିବାହ କରାଇଲେ ।

ଏହା ଥିଲା ସମ୍ପୂର୍ଣ ଘଟଣା

ବଣ୍ଡା ନିବାସୀ ପ୍ରିୟଙ୍କା ନିଜ ପରିବାର ସହିତ ସେହି ଯୁବକ ସିଦ୍ଧାର୍ଥ ଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଯାଇଥିଲେ । ସେଠାରେ ଏସଆଇ ବବୀତା ଚୌଧୁରୀ ଯୁବତୀଙ୍କ ଠାରୁ ତାଙ୍କ ମନ କଥା ଜାଣିଲେ । କଥା ହେବା ସମୟରେ ଏସଆଇ ଚୌଧୁରୀ ବୁଝିଲେ କି ସେ ଦୁଇଜଣ କେଉଁଠି ନା କେଉଁଠି ଦୁଇ ଜଣଙ୍କୁ ପସନ୍ଦ କରୁଛନ୍ତି । କିନ୍ତୁ ପରିବାର ଅରାଜି ହେବାରୁ ସେମାନେ କୌଣସି ନିଷ୍ପତ୍ତି ନେଇ ପାରୁ ନାହାଁନ୍ତି । ଏସଆଇ ଚୌଧୁରୀ ଦୁଇଟି ପରିବାର ସହିତ କଥାବାର୍ତା ହୋଇ ସେମାନଙ୍କୁ ବୁଝାଇଲେ ।

ଦୁଇଟି ପରିବାରରେ ମିଳିଲା ସହମତି

ଯୁବତୀ ଙ୍କ ମାଆ ସେଠାରେ କହିଲେ କି ଯଦି ଯୁବକ ଙ୍କ ପକ୍ଷରୁ ଏହି ବିବାହକୁ ଅନୁମତି ଦିଅନ୍ତି ତାହେଲେ ମୁଁ ଏହି ବିବାହ ପାଇଁ ପ୍ରସ୍ତୁତ ଅଛି । ବିବାହ ପାଇଁ ଯୁବକ ଘର ଲୋକ ମାନେ ମଧ୍ୟ ରାଜି ହୋଇଗଲେ । ତାପରେ ସେ ଦୁଇଜଣଙ୍କର ବିବାହ ଥାନାରେ ହେଲା ।

ଏଥିପାଇଁ ଥାନାରେ କରାଗଲା ବିବାହ

ଦୁଇ ପରିବାରର ଅନୁମତି ପରେ ମଧ୍ୟ ଯୁବକ ଯୁବତୀଙ୍କର ବିବାହ ଥାନାରେ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏସଆଇ ଚୌଧୁରୀ ଙ୍କ ଅନୁସାରେ କୋରୋନା ଭାଇରସ ପାଇଁ ଦେଶ ସାରା ଲକଡାଉନ ଅଛି । ସବୁଠାରୁ ବଡ ପ୍ରଶ୍ନ ଥିଲା କି ବିବାହ କରିବା ସମୟରେ ଏମାନେ କେତେ ସାମାଜିକ ଦୂରତା ପାଳନ କରିବେ । ଏଥିପାଇଁ ଦୁଇଜଣଙ୍କର ବିବାହ ଥାନାରେ କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।