ଯେତେବେଳେ କେଉଟ ମାଛ ଧରିବା ପାଇଁ ନଦୀ ଭିତରକୁ ପକାଇଲା ଜାଲ, ମାଛ ବଦଳରେ ଯାହା ପଡିଲା ତାକୁ ଦେଖି ସମସ୍ତେ ହେଇଗଲେ ଆଶ୍ଚର୍ଯ୍ୟ

ଉତ୍ତରପ୍ରଦେଶ ର ଲଖୀମପୁର ଖୀରୀରେ କିଛି କେଉଟ ନଦୀ ପାଖକୁ ଗଲେ । ସେମାନେ ଭାବୁଥିଲେ କି ମାଛ ଧରି ତାକୁ ବଜାରରେ ବିକ୍ରି କରିବେ ଯେଉଁଥିରୁ କିଛି ପଇସା ମିଳିବ । କିନ୍ତୁ କେଉଟର ଜାଲ ଭିତରେ ମାଛ ବଦଳରେ ଯାହା ପଡିଲା ତାଙ୍କୁ ଦେଖି କେବଳ କେଉଟ ମାନେ ନୁହେଁ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ । ତାହେଲେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ ।

ଲଖୀମପୁର ଖୀରୀର ଶାରଦା ନଦୀରେ ଯେତେବେଳେ କେଉଟ ମାନେ ମାଛ ଧରିବା ପାଇଁ ନଦୀ ଭିତରକୁ ଜାଲ ପକାଇଲେ, ଜାଲ ପକାଇବା ପରେ ମାଛ ବଦଳରେ ଏକ ବଜାଜ ପ୍ଲାଟିନା ବାଇକ ପଶିଗଲା । ଯେତେବେଳେ କେଉଟ ଟିକୁ କୌଣସି ଭାରି ଜିନିଷ ଜାଲରେ ପଡିବାର ଲାଗିଲା ସେ ସାହାଯ୍ୟ ପାଇଁ ଅନ୍ୟ ଲୋକ ମାନଙ୍କୁ ଡାକିଲା । ତାପରେ ସମସ୍ତେ ସେହି ଜାଲକୁ ଟାଣିଲେ ସେମାନେ ହଠାତ ଚମକି ପଡିଲେ । କାରଣ ମାଛ ଜାଗାରେ ବାଇକ ପଡି ଥିଲା । ଏହାପରେ ସେମାନେ ପୋଲିସକୁ ଏହାର ସୂଚନା ଦେଲେ ଏବଂ ପୋଲିସ ସେଠାକୁ ଆସି ସେହି ବାଇକକୁ ନିଜ ଅଧିନକୁ ନେଇଗଲା ।

ବର୍ତ୍ତମାନ ପୋଲିସ ଏହା ଯାଞ୍ଚ କରୁଛି କି ସେହି ବାଇକ କୁ କେହି ନଦୀରେ ଫୋପାଡି ଦେଇଛି ନା ସେଠାରେ କୌଣସି ଦୁର୍ଘଟଣା ଘଟିଛି । ନଦୀରୁ ବାଇକ ଟିକୁ ବାହାରକୁ ବାହାର କରିବା ପରେ ସେଠାରେ ଲୋକ ମାନଙ୍କର ଭିଡ ଲାଗିଗଲା । ଲୋକ ମାନେ ସେହି ବାଇକ କୁ ଦେଖି ବିଭିନ୍ନ ପ୍ରକାରର କଥା ମଧ୍ୟ ହେଉଥିଲେ । କେତେକ ଲୋକ ତାହାକୁ ଦୁର୍ଘଟଣା ବୋଲି କହୁଥିଲେ ତ ଆଉ କେତେକ ଲୋକ ଜାଣିଶୁଣି କରାଯାଇଛି ବୋଲି ମଧ୍ୟ କହୁଥିଲେ ।

ଖଣ୍ଡବା ଜିଲ୍ଲାର ଆରୁଦ ଗାଁରେ ସୋମବାର ଦିନ ମଧ୍ୟ ଏହି ଭଳି ଘଟଣା ସାମନାକୁ ଆସିଥିଲା । ସେଠାର ପିଲାମାନେ ମାଛ ଧରିବା ପାଇଁ ଗଲେ ଏବଂ ସେଠାକୁ ଯାଇ ଜାଲ ପକାଇବା ଆରମ୍ଭ କରିଦେଲେ । ପିଲାମାନେ ପକାଇ ଥିବା ସେହି ଜାଲରେ ମାଛ ଜାଗାରେ ପାଞ୍ଚ ଶହ ଏବଂ ଦୁଇ ହଜାର ଟଙ୍କାର ନୋଟର ବଣ୍ଡଲ ମିଳିଲା ଯାହାକି ପ୍ରାୟ ୨୦ ହଜାର ଟଙ୍କା ଥିଲା । ଯାହାକି ବହୁତ ଆଶ୍ଚର୍ଯ୍ୟ ଜନକ କଥା ଅଟେ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।