ଏସବିଆଇ ଗ୍ରାହକ ଘରେ ବସି ଏମିତି ଖୋଲନ୍ତୁ ସେଭିଂସ ଆକାଉଣ୍ଟ, ମିଳିବ ଏହି ସବୁ ଫାଇଦା

କରୋନା କାରଣରୁ ଯଦି ଆପଣ ଘରୁ ବାହାରକୁ ବାହାରିବା ପାଇଁ ଚାହୁଁ ନାହାଁନ୍ତି ଏବଂ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଚାହୁଁଛନ୍ତି ତାହେଲେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆପଣଙ୍କ ପାଇଁ ସୁବିଧା ଆଣିଛି । ଆପଣ ଘରେ ବସି କୌଣସି ବି କାଗଜ ବିନା ହିଁ ଆକାଉଣ୍ଟ ଖୋଲି ପାରିବେ । ସବୁଠାରୁ ଭଲ କଥା ହେଉଛି ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ବ୍ୟାଙ୍କକୁ ଯିବା ପାଇଁ ପଡିବ ନାହିଁ । ବର୍ତ୍ତମାନ ଆପଣ ଏସବିଆଇ ୟୋନୋ ଆପ ମାଧ୍ୟମରେ ଘରେ ବସି ଅନଲାଇନ ଆକାଉଣ୍ଟ ଖୋଲି ପାରିବେ ।

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ଇଷ୍ଟା ବ୍ୟାକିଙ୍ଗ ଆକାଉଣ୍ଟ ସର୍ଭିସକୁ ପୁଣିଥରେ ଆରମ୍ଭ କରିଦେଇଛି । ଏହା ମାଧ୍ୟମରେ ଗ୍ରାହକ ମାନେ ଘରେ ବସି ଅନଲାଇନ ଆକାଉଣ୍ଟ ଖୋଲି ପାରିବେ ।

ୟୋନୋ ଆପ ଦ୍ଵାରା ଘରେ ବସି ଶୀଘ୍ର ଖୋଲନ୍ତୁ ନିଜର ଇଷ୍ଟା ସେଭିଙ୍ଗ ବ୍ୟାଙ୍କ ଖାତା

ଏସବିଆଇ ଇଷ୍ଟା ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଗ୍ରାହକ ମାନଙ୍କ ପାଇଁ ଆଧାର ଆଧାରିତ ତତକ୍ଷଣାତ ଡିଜିଟାଲ ସଞ୍ଚୟ ଖାତା ଅଟେ । ୟୋନୋ ମାଧ୍ୟମରେ ଅନଲାଇନ ଖାତା ଖୋଲାଯାଇ ପାରିବ । ଏହି ନୂଆ ସେବା କେବଳ ପ୍ୟାନ ଏବଂ ଅଧାରକାର୍ଡ ନମ୍ବର ଦ୍ଵାରା ଖୋଲାଯାଇ ପାରିବ । ଏହା ସମ୍ପୂର୍ଣ ଭାବେ କାଗଜହୀନ ସେବା ଅଟେ । ଏସବିଆଇ ଇଷ୍ଟା ସେଭିଙ୍ଗ ବ୍ୟାଙ୍କ ଖାତା ଗ୍ରାହକମାନଙ୍କୁ ୨୪x୭ ବ୍ୟାଙ୍କିଙ୍ଗ ସର୍ଭିସ ଦେଇଥାଏ ।

ଏହି ଆକାଉଣ୍ଟର ସବୁ ନୂଆ ଖାତାଧିକାରୀ ମାନଙ୍କୁ ଡେବିଟ କାର୍ଡ ମଧ୍ୟ ଦିଆଯିବ । ଏସବିଆଇ ନିଜର ଟୁଇଟର ହେଡଲାଇନରେ ସୂଚନା ଦେଇ କହିଛନ୍ତି କି ଏହି ବ୍ୟାଙ୍କ ଆକାଉଣ୍ଟର ନାମ ଇଷ୍ଟା ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଅଟେ । ଏହାକୁ ଘରେ ବସି ସମସ୍ତେ ଖୋଲି ପାରିବେ । ଏଥିରେ ସର୍ବନିମ୍ନ ବାଲାନ୍ସ ନଥିଲେ ବ୍ୟାଙ୍କ କୌଣସି ଦେୟ ଆଦାୟ କରିବ ନାହିଁ ।

ଜାଣନ୍ତୁ କେମିତି ଖୋଲିବେ ବ୍ୟାଙ୍କ ଖାତା

ଇଂଷ୍ଟା ସେଭିଙ୍ଗ ବ୍ୟାଙ୍କ ଖାତା ଖୋଲିବା ପାଇଁ ଆପଣଙ୍କୁ ଏସବିଆଇ ୟୋନୋ ଆପର ବ୍ୟବହାର କରିବାକୁ ପଡିବ । ଏହା ଛଡା ଆପଣ ଏସବିଆଇର ୱେବସାଇଟ ୟୋନୋ (https://www.sbiyono.sbi/)କୁ ଯାଇ ଆପ୍ଳାଏ କରିପାରିବେ । ବ୍ୟାଙ୍କ ଖାତା ଖୋଲିବା ପରେ ଏକ ବର୍ଷ ପର୍ଯ୍ୟନ୍ତ KYC ପୁରା ନହେଲେ ଖାତା ବନ୍ଦ ହୋଇଯିବ । ବ୍ୟାଙ୍କରେ ଥିବା କଷ୍ଟମର ଏହି ଆକାଉଣ୍ଟ ଖୋଲିପାରିବେ ନାହିଁ । ବ୍ରାଞ୍ଚ ଟ୍ରାଞ୍ଜାକ୍ସନ ସୁବିଧା ନାହିଁ । ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟରେ ୧ଲକ୍ଷ ଟଙ୍କା ଉପରେ ସୁଧହାର ୨.୭୦ ପ୍ରତିଶତ ଅଟେ । ୧ ଲକ୍ଷରୁ ଅଧିକ ଟଙ୍କା ଜମା ହେଲେ ବି ସୁଧହାର ୨.୭୦ ପ୍ରତିଶତ ଅଟେ । ଏହି ହାର ୩୧ ମେ ୨୦୨୦ ଠାରୁ ଲାଗୁ ହୋଇଛି ।

ବ୍ୟାଙ୍କ ଆକାଉଣ୍ଟ ଖୋଲିଲେ ଗ୍ରାହକମାନଙ୍କୁ ମିଳିବ ଏହି ୪ଟି ଲାଭ

୧ – ଆପଣ ଘରେ ବସି ଆକାଉଣ୍ଟ ଖୋଲିପାରିବେ ।

୨ -ସର୍ବନିମ୍ନ ବାଲାନ୍ସ ନଥିଲେ କୌଣସି ଚାର୍ଜ ନାହିଁ ।

୩ -ଖାତାରେ ୧ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରଖିବାର ସୁବିଧା ଅଛି ।

୪ -ଖାତା ଖୋଲିବାର ୧ବର୍ଷ ମଧ୍ୟରେ ରେଗୁଲାର ସେଭିଙ୍ଗ ଆକାଉଣ୍ଟ କିମ୍ବା ଡିଜିଟାଲ ସେଭିଙ୍ଗ ଖାତାରେ ପରିବର୍ତ୍ତନ କରିପାରିବେ ।

ଜାଣନ୍ତୁ କେଉଁମାନେ ଖୋଲିପାରିବେ ଖାତା

ଏହି ଖାତାକୁ କେବଳ ୧୮ ବର୍ଷରୁ ଅଧିକ ଭାରତୀୟ ନାଗରିକ ଖୋଲିପାରିବେ ।

ଇଂଷ୍ଟା ଆକାଉଣ୍ଟ ଏକ ସିଙ୍ଗିଲ ଅପରେଟିଂ ଖାତା ଅଟେ । ଏଥିରେ ଜଏଣ୍ଟ ଖାତା ଖୋଲାଯାଇ ପାରିବ ନାହିଁ ।

ବ୍ୟାଙ୍କ ଖାତା ଖୋଲିବା ପାଇଁ ଆଧାରକାର୍ଡ, ମୋବାଇଲ ନମ୍ବର ଏବଂ ପ୍ୟାନକାର୍ଡ ଥିବା ନିହାତି ଦରକାର ।

ବ୍ୟାଙ୍କ ଖାତା ଖୋଲିବା ସମୟରେ ନୋମିନୀ ରହିବା ଅନିବାର୍ଯ୍ୟ ।

ଓଟିପି ଆଧାରିତ ଇ-କେୱାଇସି ମାଧ୍ୟମରେ ଖାତା ଖୋଲିବା, ଶାଖାକୁ ଯାଇ ପୂର୍ଣ କେୱାଇସି କରିବା ଆବଶ୍ୟକ ଅଟେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।