ତିରୁପତି ବାଲାଜୀଙ୍କ ମନ୍ଦିର ସମ୍ପର୍କରେ ଜଡିତ ରହିଛି ଏହି 10 ଟି ତଥ୍ୟ, ଯାହାକୁ ମାତ୍ର କମ ଲୋକେ ଜାଣିଛନ୍ତି

80 ଦିନ ପର୍ଯ୍ୟନ୍ତ ତିରୁପତି ତିରୁମାଳା ବାଲାଜୀଙ୍କ ମନ୍ଦିର ବନ୍ଦ ରହିବାପରେ ବର୍ତ୍ତମାନ ଏହା ଜୁନ 11 ତାରିଖରେ ଖୋଲିଛି । ଲକଡାଉନ ପାଇଁ ଏହି ମନ୍ଦିର ଦୀର୍ଘ 3 ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା କିନ୍ତୁ ବର୍ତ୍ତମାନ ଏହା ଖୋଲାଯାଇଛି । ସାରା ଭାରତରେ ଏହି ମନ୍ଦିରକୁ ଧନୀ ମନ୍ଦିର କୁହାଯାଇଛି । ଆଜି ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ 10 ଟି ତଥ୍ୟ ।

ବିଷ୍ଣୁ ଭଗବାନ ଙ୍କର ମନ୍ଦିର

ତିରୁପତି ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱର ଙ୍କର ପୂଜା କରାଯାଇଥାଏ । ଯାହାକୁ ଭଗବାନ ବିଷ୍ଣୁଙ୍କର ରୂପ ବୋଲି ସମସ୍ତେ ମାନିଥାନ୍ତି । ଏହି ମନ୍ଦିର ସକାଳ 5 ଘଟିକାରୁ ଖୋଲାଯାଇ ରାତ୍ର 9 ଘଟିକାରେ ବନ୍ଦ ହୋଇଥାଏ । ଭଗବାନ ଙ୍କ ଦର୍ଶନ କରିବାର ସମୟ ସକାଳ 6.30 ମିନିଟ ରୁ ଆରମ୍ଭ ହୋଇ ସନ୍ଧ୍ୟା 7.30 ମିନିଟ୍ ରେ ଶେଷ ହୋଇଥାଏ । ଏହି ମନ୍ଦିର ତିରୁପତି ରେଲୱେ ଠାରୁ ପ୍ରାୟ 22 କିଲୋମିଟର ଦୂରରେ ଅବସ୍ଥିତ ଓ ତିରୁମାଳା ପର୍ବତ ଉପରେ ସ୍ଥାପିତ ଅଟେ ।

ରାଜା ଶ୍ରୀକୃଷ୍ଣ ଦେବରାୟଙ୍କ ସମୟରୁ ଏହା ରହିଆସିଛି

ଇତିହାସ ଅନୁସାରେ ଏହି ମନ୍ଦିର ଇଂରେଜ ଶାସନ ପୂର୍ବରୁ ରାଜା ଶ୍ରୀ କୃଷ୍ଣ ଦେବରାୟଙ୍କ ସମୟରୁ ରହିଆସିଛି । ଯେବେ ଇଂରେଜ ମାନେ ଆସିଲେ ସେମାନେ ରାଜ୍ୟ ଗଠନ କରିଥିଲେ ଓ ସେବେଠାରୁ ଏହି ମନ୍ଦିର ମାଡ୍ରାସ ସରକାର ହାତକୁ ଚାଲିଗଲା ଓ ପରେ ସ୍ୱତନ୍ତ୍ରତା ପରେ ଏହାପୁଣି ଆନ୍ଧ୍ରପ୍ରଦେଶ କୁ ଚାଲିଆସିଲା ।

ସାତ ପାହାଡ଼ ଉପରେ ଅବସ୍ଥିତ

ବାଲାଜୀଙ୍କର ଏହି ମନ୍ଦିର କିଛି ପାହାଡ଼ ଉପରେ ରହିଛି । ମାନ୍ୟତା ଅନୁସାରେ ପ୍ରଭୁ ଭେଙ୍କଟେଶ୍ୱର କିଛି ସମୟ ପାଇଁ ସ୍ୱାମୀ ପୁଷ୍କରିଣୀ ପୋଖରୀ କୂଳରେ ନିବାସ କରିଥିଲେ । ଯେଉଁଟା ତିରୁମାଳା ପର୍ବତରେ ଅବସ୍ଥିତ ।

ଏହି ମନ୍ଦିର ବହୁତ ପୁରୁଣା

ଏହି ମନ୍ଦିର ବହୁତ ପୁରୁଣା ଅଟେ ,ହାଲାକି ବାଲାଜୀଙ୍କ ମନ୍ଦିର କେବେ ନିର୍ମାଣ ହୋଇଥିଲା ଏହାକୁ ନେଇ ସେଠାରେ ମତଭେଦ ହୋଇଥାଏ । ଇତିହାସ ଅନୁସାରେ ଏହି ମନ୍ଦିର 5ମ ଶତକରେ ହୋଇଥିଲା । ଏବଂ ଅନ୍ୟ କିଛି ଐତିହାସିକ ମାନଙ୍କ ଦ୍ୱାରା ଏହା 9ମ ଶତକରେ ହୋଇଥିଲା ।

ଏହି ମନ୍ଦିରକୁ ଦେବସ୍ତାମ ସଂଚାଳିତ କରିଥାଏ

ଏହି ମନ୍ଦିରକୁ ତିରୁପତି ତିରୁମାଳା ଦେବସ୍ତାମ 1933 ମସିହାରୁ ସଞ୍ଚାଳନ କରି ଆସୁଛି । ଏହି ମନ୍ଦିରର ସମ୍ପୁର୍ଣ ଗତିବିଧି ଏହି ଟ୍ରଷ୍ଟ ନିୟନ୍ତ୍ରିତ କରିଥାଏ ।

ପ୍ରତିଦିନ ହୋଇଥାଏ କୋଟିଏ ଟଙ୍କାର ଦାନ

ଲୋକମାନଙ୍କ ଦ୍ବାରା ଏହି ମନ୍ଦିର ର ହୁଣ୍ଡିରେ ପ୍ରତିଦିନ କୋଟିଏ ଟଙ୍କା ଦାନ ରୂପେ ଦିଆଯାଇଥାଏ । ପ୍ରତିଦିନ ଏହାର ହୁଣ୍ଡିରୁ କୋଟିକୋଟି ଟଙ୍କା ଓ ଅଳଙ୍କାର ମିଳିଥାଏ । ଏହି ପଇସା କୁ ପ୍ରଶାସନ ଷ୍ଟକ ଓ ବିଭିନ୍ନ ଯୋଜନା ଉପରେ ଖର୍ଚ୍ଚ କରିଥାଏ ।

ପ୍ରସାଦ ଆକାରରେ ଲଡୁ ମିଳିଥାଏ

ଭାଗବାନ ବାଲାଜୀଙ୍କ ଦର୍ଶନ ପରେ ଲୋକମାନଙ୍କୁ ଲଡୁ ପ୍ରସାଦ ମିଳିଥାଏ । ପରିସର ରେ ଲଡୁ ବିତରଣ କେନ୍ଦ୍ରମାନ ରହିଥାଏ । ଗୋଟିଏ ଲଡୁ ବହୁତ ବଡ଼ ହେବାସହ ପାଖାପାଖି 220 ଗ୍ରାମ ହୋଇଥାଏ । ଲଡୁ ବିତରଣ ପାଇଁ ଏଠାରେ 50 ଟି କେନ୍ଦ୍ର ଖୋଲାଯାଇଛି ।

ପ୍ରତିଦିନ ଖାଦ୍ୟ ଦିଆଯାଇଥାଏ

ଭଗବାନ ବାଲାଜୀଙ୍କ ମନ୍ଦିରକୁ ଯିଏ ଦର୍ଶନ ପାଇଁ ଆସିଥାଏ ,ତାପାଇଁ ଖାଦ୍ୟର ପ୍ରତିଷ୍ଠାନ ମଧ୍ୟ ରହିଥାଏ । ଯେଉଁଠରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଖାଇବାକୁ ଦିଆଯାଏ । ଏଠାରେ 8ଟି ବଡ ହଲ ରହିଥାଏ । ଯେଉଁଠାରେ ଖାଇବା ମାଗଣାରେ ଦିଆଯାଇଥାଏ ।

ଦର୍ଶନ କରିବାପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି

ମନ୍ଦିରକୁ ପ୍ରତିଦିନ 50000 ତୁ 1 ଲକ୍ଷ ଲୋକ ଦର୍ଶନ ପାଇଁ ଆସନ୍ତି । ଏହିସମୟରେ ଲକଡାଉନ ଚାଲିଥିବାରୁ ସରକାର ମାତ୍ର ପ୍ରତିଦିନ 6 ହଜାର ଙ୍କୁ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ।

ଏହିସ୍ଥାନରେ ଭକ୍ତ ନିଜର ଚୁଟି ପକାଇଥାନ୍ତି

ମନ୍ଦିରକୁ ଆସୁଥିବା ଭକ୍ତ ଏହିଠାରେ ନିଜର ଚୁଟି ଦାନ କରିଥାନ୍ତି । ଏମିତି କୁହାଯାଏ କି ପ୍ରଭୁଙ୍କୁ ନିଜର ଚୁଟି ଦାନ କରିବା ଅର୍ଥ ନିଜର ଗର୍ବ ଦାନ କରିବା ସହ ସମାନ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।