ସମ୍ପୂର୍ଣ୍ଣ ମାଗଣାରେ ଘରେ ବନାନ୍ତୁ ମଶା ଘଉଡେଇବା ଲିକ୍ୟୁଇଡ ! Mosquito Repellent Liquid at Home

ବନ୍ଧୁଗଣ ଘରେ ମଶା ମାନଙ୍କର ପାଦୁର୍ଭାବ ଘରେ ରହିବା ମଧ୍ୟ ମୁସ୍କିଲ କରିଦିଏ । ତେଣୁ ଘରେ ମଶା ଦେଖାଦେଲେ ଆମେ ମାନେ ବ୍ୟସ୍ତ ହୋଇଯାଉ । ତାପରେ ମାର୍କେଟରୁ ମଶା ମାରିବା ପାଇଁ ଅନେକ ଦାମୀ ଦାମୀ ଜିନିଷ ସବୁ ଘରକୁ ନେଇ ଆସିଥାଉ । ଯାହାର ବାସ୍ନା ଅନେକ ସମୟରେ ଆମ ସ୍ଵାସ୍ଥ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଘରେ ପ୍ରାକୃତିକ ଉପାୟରେ ମଶା ମାନଙ୍କୁ ତଡିବା ପାଇଁ ଏକ ଉପାୟ କହିବାକୁ ଯାଉଛୁ । ଯାହା ଆପଣ ଘରେ ତାହାକୁ ପ୍ରସ୍ତୁତ କରି ତାହାର ବ୍ୟବହାର କରିପାରିବେ ।

ତେବେ ଏହି ଉପଚାରକୁ ବନାଇବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ କିଛି ନୀମପତ୍ରର ଆବଶ୍ୟକତା ପଡିବ । ଆପଣ ନୀମପତ୍ର ଆଣି ତାହାକୁ ଏକ ଗ୍ରାଇଣ୍ଡିଙ୍ଗ ଜାରରେ ଭର୍ତ୍ତି କରି ସେଥିରେ କିଛି ପାଣି ଦେଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ତାପରେ ସେଥିରୁ ଯେଉଁ ନୀମ ପେଷ୍ଟ ବାହାରିକି ଆସିବ । ତାହାର ରସକୁ ଏକ ଛଣା ସାହାଜ୍ଯରେ ଅନ୍ୟ ଏକ ପାତ୍ରକୁ ନୀମ ପେଷ୍ଟରୁ ନୀମ ରସ ଛାଣି ଆଣନ୍ତୁ ।

ତାପରେ ସେହି ନୀମ ରସକୁ 4 ରୁ 5 ମିନିଟ ଆଞ୍ଚରେ ବସାଇ ଅଳ୍ପ ଗରମ କରି ନିଅନ୍ତୁ । ତାପରେ ଉଷୁମ ହୋଇଥିବା ନୀମ ରସକୁ ଥଣ୍ଡା କରି ସେଥିରେ 2 ଟି କର୍ପୁର ଛେଚି କର୍ପୁରର ଗୁଣ୍ଡ ସେଥିରେ ଆଡ୍ କରନ୍ତୁ । ଠାକୁର ଘରେ ପୂଜା ପାଇଁ ବ୍ୟବହାର କରୁଥିବା କର୍ପୁର ଏଥିରେ ଆଡ୍ କରନ୍ତୁ । ତାହାକୁ ଭଲ ଭାବେ ମିଶାଇ ଦେଲା ପରେ ଆପଣଙ୍କର ମଶା ମାରିବା ଲିକ୍ୱିଡ ବନି ପ୍ରସ୍ତୁତ ହୋଇଯିବ ।

ଏହାପରେ ଆପଣ ଏକ ମସକ୍ୟୁଟୋ ରିପ୍ଳେଣ୍ଟ ଡବାରେ ସେହି ଲିକ୍ୱିଡକୁ ଭର୍ତ୍ତି କରି ଦିଅନୟତୁ । ତାପରେ ତାହାକୁ ମେସିନରେ ଫିଟ କରି ଯେମିତି ଇଲେକ୍ଟ୍ରିରେ ଲଗାଯାଏ ସେହିପରି ଲଗାଇ ଦିଅନ୍ତୁ । ଏହାକୁ ଅନ କରିବା ପରେ ଏଥିରୁ ବାହାରୁଥିବା ନୀମ ବାସ୍ନାରେ ଘରୁ ସବୁ ମଶା ଓ ଜୀବାଣୁ ମାନେ ପଳାଇ ଯିବେ ।

ଏହା ସଂପୂର୍ଣ୍ଣ ଭାବେ ପ୍ରାକୃତିକ ଭାବେ ବନା ଯାଇଥିବାରୁ ଏହା ସ୍ଵାସ୍ଥ ପକ୍ଷେ କ୍ଷତିକାରକ ହୋଇନଥାଏ । ତେଣୁ ଆପଣ ମାନେ ଘରେ ମଶା ଦାଉରୁ ରକ୍ଷା ପାଇବା ଏପାଇଁ ନିହାତି ଭାବେ ନୀମରୁ ଏହି ମସକ୍ୟୁଟୋ ରିପ୍ଳେଣ୍ଟ ଲିକ୍ୱିଡ ଘରେ ବନାଇ ତାହାର ବ୍ୟବହାର କରନ୍ତୁ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରି ଆମ ସହ ଆଗକୁ ଏହିଭଳି ଭାବେ ନୂଆ ନୂଆ ରେମିଡି ପାଇଁ ଯୋଡି ହୋଇ ରହିଥାନ୍ତୁ ।