ଚାରିଟି ଅକ୍ଷରେ ନାମ ମୋହର । ଚାରିଟି ଅକ୍ଷରେ ହର୍ଷେଇ କାର ! କହିଲ ଦେଖି ନାମ ମୋହର ? Funny quiz

ବନ୍ଧୁଗଣ ହସ ମଜାଳିଆ କଥା କାହାକୁ ଅବା ଭଲ ଲାଗିନଥାଏ । ତେବେ ସେହିପରି କିଛି ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।

1- ସରଗରୁ ଆସିଲା ଟୋକାଟିଏ ତା’ ମୁଣ୍ଡରେ ଟୋପିଟିଏ । ଉତ୍ତର କଣ ?

ଉତ୍ତର;- ସରଗରୁ ଆସିଲା ଟୋକାଟିଏ ତା’ ମୁଣ୍ଡରେ ଟୋପିଟିଏ ହେଉଛି ତାଳ ।

2- ଚାରିଟି ଅକ୍ଷରେ ନାମ ମୋହର ଚାରିଟି ଅକ୍ଷରେ ହର୍ଶେଇ କାର । କହିଲ ଦେଖି ନାମ ମୋହର ?

ଉତ୍ତର;- ଚାରିଟି ଅକ୍ଷରେ ନାମ ମୋହର ଚାରିଟି ଅକ୍ଷରେ ହର୍ଶେଇ କାର । ଏହାର ନାମ ହେଉଛି ଝିଟିପିଟି ।

3- ଗୋଟିଏ ଘର ବାର ଦୁଆର । ତିନି ଲୋକ ଚଳପ୍ରଚଳ ।

ଉତ୍ତର;- ଗୋଟିଏ ଘର ବାର ଦୁଆର । ତିନି ଲୋକ ଚଳପ୍ରଚଳ ।

4- ଗରମ ପାଇଲେ ଆକାଶେ ଉଡେ । ଶୀତଲ ପାଇଲେ ତଳକୁ ପଡେ । ତାହାଟି କଣ ?

ଉତ୍ତର;- ଗରମ ପାଇଲେ ଆକାଶେ ଉଡେ । ଶୀତଲ ପାଇଲେ ତଳକୁ ପଡେ । ତାହା ହେଉଛି ବାଷ୍ପ ।

5- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ତାର ସମସ୍ତେ ଖେଳନ୍ତି । ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର;- ଏହାର ଉତ୍ତରଟି ହେଉଛି ବେଲୁନ ।

6- କେଉଁ ଜିନିଷ ପ୍ରଥମ ଦୁଇ ଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ । ତାହା କଣ ?

ଉତ୍ତର;- ଦାନ୍ତ । ଯାହା ପ୍ରଥମ ଦୁଇ ଥର ମାଗଣାରେ ମିଳିଥାଏ । ହେଲେ ତୃତୀୟ ଥର ପଇସା ଦେବାକୁ ପଡିଥାଏ ।

7- ଗୋଟିଏ ଫଳରେ ଅନେକ କଣ୍ଟା । ପାଚିଲା ଖାଇଲେ ହାତରେ ଅଠା । ତାହା କଣ ?

ଉତ୍ତର;- ତାହା ହେଉଛି ପଣଷ ।

8- ବଣରୁ ଆସିଲା କୁତି ଖାଇବାରେ ଦେଲା ମୁତି । ସେ କିଏ ?

ଉତ୍ତର;- ବଣରୁ ଆସିଲା କୁତି ଖାଇବାରେ ଦେଲା ମୁତି ହେଉଛି ଲେମ୍ବୁ ।

9- ତିନି ଅକ୍ଷର ମୋର ନାମ । ପ୍ରଥମ କାଟିଲେ ରାମ । ଦିତୀୟ କାଟିଲେ ଫଳର ନାମ । ଏହାର ଉତ୍ତର କଣ ?

ଉତ୍ତର;- ଏହା ହେଉଛି ଆରାମ । ଯାହାକି ତିନି ଅକ୍ଷର । ପ୍ରଥମ କାଟିଲେ ରାମ ଏବଂ ଦିତୀୟ କାଟିଲେ ଫଳର ନାମ ହେଉଛି ।

10- ଗୋଟିଏ ଫଳର ନାମ । ଗୋଟିଏ ଝିଅର ନାମ । ଗୋଟିଏ ରଙ୍ଗର ନାମ । ଗୋଟିଏ ଶବ୍ଦରେ ଉତ୍ତର ଦିଅ । ତାହା କଣ ?

ଉତ୍ତର;- ତାହା ହେଉଛି କମଳା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ । ଏଥିସହ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।