କେଉଁ ଉପାୟ କରିଲେ ଭଲ ଚାକିରୀ ମିଳିଥାଏ ? ଜାଣନ୍ତୁ ଚାକିରୀ ପାଇବାର ଭଲ ଉପାୟ ! Jyotish Gyan

ଚାକିରିଟିଏ ସମସ୍ତଙ୍କୁ ଦରକାର ହୋଇଥାଏ । ଛୋଟ ହେଉ ଅବା ବଡ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁଯାଇ ଏକ ଭଲ ଚାକିରୀଟିଏ କରି ରୋଜଗାର କରିବାକୁ ଚାହାନ୍ତି । ହେଲେ ଅନେକ ଲୋକ ବହୁ ପରିଶ୍ରମ କରି ବହୁ ପାଠ ପଢି ସୁଦ୍ଧା ଚାକିରୀଟିଏ ପାଇ ପାରିନଥାନ୍ତି । ଏପରିକି ପଇସା ଖରଚ କରିବା ପରେ ବି ତାଙ୍କୁ ଚାକିରୀଟିଏ ମିଳି ପାରେ ନାହିଁ । ତେଣୁ ଚାକିରୀ ପାଇବାରେ ଯେଉଁମାନେ ଅସୁବିଧାର ସାମ୍ନା କରୁଥାନ୍ତି । ସେମାନେ ସପ୍ତାହର କୌଣସି ବାରରେ ବି ଏହି ଉପାୟଟି କରି ଦେଖନ୍ତୁ ।

ଚାକିରୀରେ ଆସୁଥିବା ସବୁ ଅସୁବିଧା ଦୂର ହୋଇ ଭଲ ଚାକିରୀଟିଏ ମିଳିପାରିବ । ପ୍ରଥମେ ଏକ ମାଟିର ପାତ୍ର ଆଣନ୍ତୁ । ସେଥିରେ କିଛି ସୋରିଷ ତେଲ ରଖନ୍ତୁ । ତାପରେ ଅନ୍ୟ ଏକ ପାତ୍ରରେ ମଧ୍ୟ କିଛି ସୋରିଷ ତେଲ ରଖନ୍ତୁ । ତାପରେ 7 ଟି ଦୁବ ଆଣି ତାହାକୁ ଅନ୍ୟ ଏକ ପାତ୍ରରେ ରଖିଥିବା ସୋରିଷ ତେଲରେ ବୁଡାଇ ଦିଅନ୍ତୁ ।

ତାପରେ ସେହି ସୋରିଷ ତେଲରେ ବୁଡା ହୋଇଥିବା ଦୁବକୁ ଆଣି ଆଗରୁ ରଖିଥିବା ସେହି ସୋରିଷ ତେଲର ଦୀପରେ ଆଣି ଦୁବକୁ ରଖନ୍ତୁ । ଏହି କାର୍ଯ୍ୟକୁ ଠାକୁର ଘରେ ବା ଠାକୁର ରଖିଥିବା ସ୍ଥାନରେ କରିବାକୁ ପଡିବ । ତାପରେ ଆପଣ ସେହି ଦୀପକୁ ଅନ୍ୟ ଏକ ଦୀପ ଅର୍ପଣ କରନ୍ତୁ । ଚାକିରୀ ଖୋଜୁଥିବା ଲୋକଟି ନିଜ ଡାହାଣ ହାତରେ ସେହି ଦୁବ ଏବଂ ସୋରିଷ ତେଲ ଥିବା ଦୀପଟିକୁ ଆଣି ଘରର ଦକ୍ଷିଣ ଦିଗକୁ ଯିବେ ।

ଘରର ବାଲକୁନି ହେଉ ଅବା ଛାତ ଉପର ହେଉ । ହେଲେ ଏହି ଉପାୟକୁ ଘରର ଦକ୍ଷିଣ ପଟ ଦିଗକୁ ଯାଇ ହିଁ କରିବାକୁ ପଡିବ । ତେବେ ଡାହାଣ ହାତରେ ଦୀପକୁ ଧରି ଦକ୍ଷିଣ ଦିଗକୁ ଯାଇ ତାପରେ ସେହି ତେଲ ଓ ଦୁବକୁ ଦକ୍ଷିଣ ଦିଗରେ ଢାଳିଦେବେ । ତାପରେ ପ୍ରଣାମ କରିକି ଆସିଯିବେ । ସେହି ମାଟିର ଦୀପକୁ ସାଥିରେ ନେଇ ଆସି ତାପର ଦିନ ପୁଣି ଥରେ ସେହି ଦୀପରେ ପୁଣି ସେହିପରି କରିବେ ।

ଏହି ଉପାୟକୁ ଚାକିରୀ ଖୋଜୁଥିବା ଲୋକ 9 ଦିନ ଧରି କରିବାକୁ ପଡିବ । ଯେଉଁ ସମୟରେ ପ୍ରଥମ ଦିନରୁ ଏହି ଉପାୟକୁ କରିଥିବେ । ସେହି ନିର୍ଦ୍ଧିଷ୍ଠ ସମୟରେ ହିଁ ଲଗାତର 9 ଦିନ ପର୍ଯ୍ୟନ୍ତ ଏହି ଉପାୟକୁ ବିଶ୍ବାସ ଓ ଭରଷାର ସହ କରିବେ । ଏହି ଉପାୟ କରିବାର ଚାଲିଥିବା ସମୟ ମଧ୍ୟରେ ଆମିଷ ଖାଇବେ ନାହିଁ ।

ଆମିଷ ନଖାଇ ଲଗାତର 9 ଦିନ ପର୍ଯ୍ୟନ୍ତ ନିଷ୍ଠାର ଏହି ଉପାୟ କରନ୍ତୁ । ଚାକିରୀ କ୍ଷେତ୍ରରେ ବହୁତ ଶୀଘ୍ର ସେହି ବ୍ୟକ୍ତିକୁ ଖୁସି ଖବର ଶୁଣିବାକୁ ମିଳିବ । ଆଶା କରୁଛି । ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।