କେବଳ ଘରର ସଠିକ ଦିଗରେ ହିଁ ରଖିବା ଉଚିତ ମନି ପ୍ଳାଣ୍ଟ, ତେବେ ଯାଇ ମିଳିବ ଲାଭ, ଜାଣନ୍ତୁ

ମନି ପ୍ଳାଣ୍ଟ ଗଛକୁ ଘରେ ରଖିବା ବହୁତ ଶୁଭ ବୋଲି କୁହାଯାଇଛି । ଏହାକୁ ଘରେ ରଖିବା ଦ୍ଵାରା ଘରେ ଧନ ଓ ସୁଖ ସର୍ବଦା ରହିଥାଏ ଓ ଏହା କିଛି ବି ପ୍ରକାରର ସମସ୍ୟାକୁ ଘରେ ଆସିବାକୁ ଦିଏ ନାହିଁ । ଆପଣମାନେ ବି ଏହାକୁ ଅନେକ ଲୋକମାନଙ୍କ ଘରେ ଦେଖିଥିବେ । ଆମର ବାସ୍ତୁ ଶାସ୍ତ୍ରରେ ବି ମନି ପ୍ଳାଣ୍ଟ ବିଷୟରେ କୁହାଯାଇଛି । କିନ୍ତୁ ଏହି ଗଛକୁ ରଖିବା ସହିତ ଜଡିତ କେତେକ ନିୟମ ବିଷୟରେ ବି କୁହାଯାଇଛି । ଯଦି ଏହି ନିୟମକୁ ଆପଣ ପାଳନ କରିବେ ନାହିଁ ତେବେ ଏହାକୁ ଘରେ ରଖିବା ଦ୍ଵାରା କିଛି ବି ଲାଭ ହୋଇ ନଥାଏ । ମନି ପ୍ଳାଣ୍ଟ ଗଛକୁ ରଖିବା ସହିତ ଜଡିତ ବାସ୍ତୁ ଶାସ୍ତ୍ରର ନିୟମ ।

ରଖନ୍ତୁ ଆଗ୍ନେୟ କୋଣରେ

Image courtesy: Google

ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛରୁ ଅଧିକ ଲାଭ ପାଇବା ପାଇଁ ଏହାକୁ କେବଳ ଆଗ୍ନେୟ କୋଣରେ ହିଁ ରଖିବା ଉଚିତ । ଆଗ୍ନେୟ କୋଣ ମାନେ ଦକ୍ଷିଣ – ପୂର୍ବ ଦିଗରେ ରଖିବା ଦ୍ଵାରା ଘରେ ସକରାତ୍ମକ ଊର୍ଜା ପ୍ରବେଶ କରିଥାଏ ।

ଉପର ଦିଗକୁ ରହିବ ପତ୍ର

Image courtesy: Google

ମନି ପ୍ଳାଣ୍ଟର ପତ୍ରକୁ ସବୁବେଳେ ଉପର ଦିଗକୁ ହିଁ ରଖିବା ଉଚିତ । ଏହାର ପତ୍ରକୁ ତଳ ଆଡକୁ ବଢିବାକୁ ଦିଅନ୍ତୁ ନାହିଁ । କାରଣ ବାସ୍ତୁ ଶାସ୍ତ୍ରରେ ତଳ ଆଡକୁ ଏହାର ପତ୍ର ରହିବାକୁ ଭୁଲ ବୋଲି କୁହାଯାଇଛି । ଏହିଭଳି ଏହି ଗଛକୁ କେବେ ବି ଉତ୍ତର – ପୂର୍ବ ଦିଗରେ ରଖିବେ ନାହିଁ ।

ଘର ବାହାରେ ରଖନ୍ତୁ ନାହିଁ

Image courtesy: Google

ମନି ପ୍ଳାଣ୍ଟ ଗଛକୁ କେବେ ବି ଘର ବାହାରେ ଲଗାଇବେ ନାହିଁ । ଏହାକୁ ସବୁବେଳେ ଘର ଭିତରେ ହିଁ ରଖିବା ଉଚିତ । କୁହଯାଏ କି ଏହି ଗଛକୁ ବାହାରେ ରଖିବା ଦ୍ଵାରା ଘରେ ସକରାତ୍ମକ ଊର୍ଜା ପ୍ରବେଶ କରିପାରେ ନାହିଁ ।

ରଖନ୍ତୁ ବୋତଲ ଓ ଗାଙ୍ଗୁଲାରେ

Image courtesy: Google

ଏହି ଗଛକୁ ଘର ଭିତରେ ଛୋଟ ଗାଙ୍ଗୁଲାରେ କିମ୍ବା କାଚ ବୋତଲରେ ଏହାକୁ ରଖି ପାରିବେ । ଏହା ସହିତ ଆପଣ ଏହି କଥାର ଧ୍ୟାନ ରଖିବେ କି ଯେମିତି ଏହି ଗଛ ଉପରେ କେବେ ବି ଖରା ନ ପଡିବ ।

ସବୁବେଳେ ରଖନ୍ତୁ ହରା ଭରା ମନି ପ୍ଳାଣ୍ଟ

Image courtesy: Google

ଆପଣ ନିଜ ଘରେ କେବଳ ହରା ଭରା ମନି ପ୍ଳାଣ୍ଟ ହିଁ ରଖନ୍ତୁ । କାରଣ ଏହି ଗଛର ପତ୍ର ଯେତେବେଳେ ହଳଦିଆ ପଡେ ଓ ଶୁଖିବାକୁ ଲାଗେ ତେବେ ଏହା ଅଶୁଭ ବୋଲି କୁହାଯାଏ । ସେଥିପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଏହି ଗଛକୁ ସବୁବେଳେ ହରାଭରା ହିଁ ରଖିବା ଦରକାର । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।