Vastu Tips- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଘରର ଅଗଣାରେ ଯଦି ନଥାଏ ଏହି ଜିନିଷ ତ ଆସିଥାଏ ଦରିଦ୍ରତା, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ଭଗବାନ ମଣିଷକୁ ଅନେକ ଭଲ ଜିନିଷ ଦେଇଛନ୍ତି ନିଜର ଜୀବନକୁ ଉପୋଭୋଗ କରିବା ପାଇଁ ସେ ପ୍ରକୃତି ସହ କିଛି ନିୟମ ମଧ୍ୟ ତିଆରି କରିଛନ୍ତି । ଏହାର ଉଲଘ୍ନନ ଦ୍ଵାରା ମଣିଷ ଜୀବନରେ ଦୁଃଖ ଓ ସୁଖ ଦେଇଛନ୍ତି । ଅନେକ ସମୟରେ ମଣିଷ ଦ୍ଵାରା କିଛି ଭୁଲ ହୋଇ ଥାଏ  ଯାହା ପାଇଁ ତାକୁ ଦୁଃଖ ଭୋଗ ହୁଏ । ଆଜି ଆମେ ଏଭଳି କିଛି ବସ୍ତୁ ବିଷୟରେ କହିବାକୁ ଯାଉଛୁ ଯାହାକୁ ଅଗଣାରେ ରଖିବ ଦ୍ଵାରା କଷ୍ଟ ,ଦୁଃଖ , କ୍ଲେଶ ଜୀବନରେ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହି ଜିନିଷ ଗୁଡିକ ବିଷୟରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଅଗଣାରେ ଆପଣ କିଛି ଜିନିଷ ରଖନ୍ତୁ ନାହିଁ ।

ଆପଣ ଘର କରିଥିବା ସମୟରେ ଘରେ ଅଗଣା ରଖିବା ଆବଶ୍ୟକ ଅଟେ । ଯଦି ଆପଣ ଘରେ ଅଗଣା ରଖୀ ନାହାନ୍ତି ତେବେ ଏହା ଜୀବନରେ ଅନେକ ଦୁଃଖ ଆଣିଥାଏ । ଏବେ ଆସନ୍ତୁ ଜାଣିବା କଣ କଣ ଜିନିଷ ଘର ଅଗଣାରେ ରଖିବା ଶୁଭ ଓ ଅଶୁଭ ଅଟେ । ପ୍ରଥମେ ସକାଳୁ ଉଠି ଆପଣ ନିଜର ଘରର ଅଗଣାକୁ ସଫା କରନ୍ତୁ ଓ ଏଥିରେ କିଛି ପାଣି ପକାନ୍ତୁ ଏହା କରିବା ଦ୍ଵାରା ଆପଣଙ୍କର ଘରେ ଥିବା ନକରାତ୍ମକ ଶକ୍ତି ଦୂରେଇ ରହିବ ।

ଏହା ପରେ ଆପଣ ଯଦି କିଛି ମାତ୍ରାରେ ଗୋ ମୁତ୍ର ପକେଇବେ । ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଦୟା ହେବ । ମାନ୍ୟତା ଅଛିକି  ଗାଈ ର ଦେହରେ ୩୩ କୋଟି ଦେବୀ ଦେବତା ଅଛନ୍ତି  । ଏହା ମାନ୍ୟତା ଗାଈର ଗୋବର ରେ ମାତା ଲକ୍ଷ୍ମୀଙ୍କ  ବାସ ଅଟେ । ସେ ଭଳି ଗୋ ମୁତ୍ରରେ ମା ଗଙ୍ଗା ଙ୍କର ବାସ ଅଟେ । ଏହାକୁ ଛିଞ୍ଚିବା ଦ୍ଵାରା ସେହି  ସ୍ଥାନ ପବିତ୍ର ଓ ଜୀବାଣୁ ମୁକ୍ତ ହୋଇ ଥାଏ ।

ଘର ଅଗଣାରେ ଏହା ପରେ ଝୋଟି ଆଙ୍କି ମା ଲକ୍ଷ୍ମୀ ଙ୍କୁ ଆହ୍ଵାନ କରିବେ । ଏହା ଆପଣଙ୍କର ପରିବାରକୁ ରକ୍ଷା କରେ ଓ ଶାନ୍ତି ଆଣି ଥାଏ ଆପଣଙ୍କ ଜୀବନରେ । ଏହା ପରେ ଆପଣଙ୍କର ଘର ଆଗରେ ତୁଲସୀ  ଗଛ ରହିବା ଶୁଭ  ଅଟେ । ତୁଲସୀ ବିନା ଘର ଅଧୁରା  କୁହା ଯାଏ । ତୁଲସୀ ଗଛରେ ଭଗବାନ ବିଷ୍ଣୁ ଙ୍କର ବାସ ଅଟେ  ।

ଏହା ଖରାପ ନଜରରୁ ମଧ୍ୟ ଦୂରେଇ ରକ୍ଷେ  ଘରକୁ । ବିଜ୍ଞାନ ଅନୁସାରେ ଦେଖିବାକୁ ଗଲେ ଏହା ଆମକୁ ଅଧିକ ମାତ୍ରାରେ ଅମ୍ଳଜାନ ପ୍ରଦାନ କରେ । ଘର ଅଗଣାରେ ପଶୁ ପକ୍ଷୀ ମାନଙ୍କ ପାଇଁ କିଛି ଖାଦ୍ୟ ଓ ପାଣି  ରଖନ୍ତୁ ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ । ଏବେ ଆସନ୍ତୁ ଜାଣିବା କଣ କଣ ରଖିବା ଅଶୁଭ ଅଟେ ।

ଅଗଣାରେ  କଣ୍ଟା ଜାତୀୟ ଗଛ ରଖିବା ଖରାପ ଅଟେ । ଏହା ସହ ଓସ୍ତ  ଗଛ କିମ୍ବା  କିଛି ଖାଲ ଓ କିଛି ସ୍ତମ୍ବ ରହିବା ଖରାପ ଅଟେ । ତେବେ ଏହା ଥିଲା କଣ କଣ ରହିବା ଦ୍ଵାରା ଆପଣ ଅସୁବିଧାରେ ପଡି ପାରିବେ । ଏଭଳି ଜିନିଷ ରହିବା ଦ୍ଵାରା ନିର୍ଦ୍ଧନତା , ଦୁଃଖ କଷ୍ଟ ଆସି ଥାଏ ଜୀବନରେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ