ଆପଣଙ୍କ ଘରେ ଏହି ରଙ୍ଗର ପିମ୍ପୁଡି ବାରମ୍ବାର ହେଉଛନ୍ତି କି ? ଜାଣନ୍ତୁ ଘରକୁ ପିମ୍ପୁଡି ଆସିବାର ସାଂଘାତିକ ଅର୍ଥ, ଜଲଦି ଦେଖନ୍ତୁ- Ajira Anuchinta

ପିମ୍ପୁଡି ମାନଙ୍କୁ ତୁଚ୍ଛ ଜୀବ ଭାବି ଆମେ ଗୋଡତଳେ ଦଳି ଦେଉ ଏବଂ ଧ୍ୟାନ ଦେଇ ନଥାଉ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିମ୍ପୁଡିମାନେ ଭିକାରିକୁ ମଧ୍ୟ କୋଟିପତି କରି ଦେଇପାରନ୍ତି ଏବଂ କୋଟିପତିଙ୍କୁ ମଧ୍ୟ ଭିକାରି କରି ଦେଇପାରନ୍ତି । ପିମ୍ପୁଡିମାନେ ଅନେକ ଘଟଣାର ପୂର୍ବାନୁମାନ କରିପାରନ୍ତି । ଘରୁ ପିମ୍ପୁଡି ବାହାରିବା ଅନେକ ସଂକେତ ଦେଇଥାଏ ଓ ଏହାର ପରିଣାମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରୁ ପିମ୍ପୁଡି ବାହାରିବାର କିଛି ସଂକେତ ।

ଯଦି ପିମ୍ପୁଡି ନାଲି ରଙ୍ଗର ହୋଇଥାନ୍ତି ଏବଂ ରୋଷେଇ ଘର କିମ୍ବା ଘରର ଅନ୍ୟ କୌଣସି ଘରୁ ବାହାରିଥାନ୍ତି ତେବେ ଜାଣି ନିଅନ୍ତୁ ଯେ ଏହା କରଜ ବୃଦ୍ଧିର ସଂକେତ ଅଟେ । ନାଲି ପିମ୍ପୁଡି ଆପଣଙ୍କ ଉପରକୁ କୌଣସି ଆର୍ଥିକ ସଙ୍କଟ ଆସିବାର ସଂକେତ ଦେଇଥାଏ । ଘରେ ନାଲି ରଙ୍ଗର ପିମ୍ପୁଡି ହେଲେ ଲୋକେ ଔଷଧ ପକାଇ ତାଙ୍କୁ ମାରି ଦେଇଥାନ୍ତି । କିନ୍ତୁ ଏହା ବହୁତ ବଡ ଭୁଲ କାମ ହୋଇଥାଏ ।

ପ୍ରଥମତଃ ଆପଣ ଜୀବହତ୍ୟାର ପାପ ନିଜ ଉପରକୁ ନେଲେ ତା’ ସହ ଆପଣଙ୍କ ପାଖକୁ ଯେଉଁ ସମସ୍ଯା ଆସୁଛି ତାହା ବଢିବାର କାରଣ ମଧ୍ୟ ଏହା ହୋଇପାରେ । ତେବେ ଆପଣ ଅନ୍ୟ ଉପାୟରେ ପିମ୍ପୁଡି ମାନଙ୍କୁ ଘରୁ ବାହାର କରିପାରିବେ, ହେଲେ ଜୀବନରେ ମାରନ୍ତୁ ନାହିଁ । ପିମ୍ପୁଡି ମାନେ ଅଶୁଭତାର ପ୍ରତୀକ ନୁହନ୍ତି ।

ଏମାନେ କେବଳ ସମସ୍ଯା ଆସିବା ପୂର୍ବରୁ ଜଣେଇ ଦେଇଥାନ୍ତି । ତେବେ ଆପଣ ଏହି ସମସ୍ଯା ତଥା କରଜ ଠାରୁ କିପରି ମୁକ୍ତି ପାଇବେ ତାହା ମଧ୍ୟ ଜାଣି ରଖିବା ଉଚିତ । ସେହି ନାଲି ପିମ୍ପୁଡି ହିଁ ଆପଣଙ୍କୁ ସେହି କରଜରୁ ମୁକ୍ତି ଦେଇପାରିବେ । ଯେବେବି ଘରୁ ନାଲି ପିମ୍ପୁଡି ବାହାରୁଛନ୍ତି ଆପଣ ଏକ ଲେମ୍ବୁ ନେଇ ଦୁଇଫାଳ କରି କାଟି ଦିଅନ୍ତୁ ଓ ଏହାକୁ ପିମ୍ପୁଡି ବାହାରୁଥିବାର ଦୁଇପଟେ ରଖିଦିଅନ୍ତୁ ।

ଏପରି କରିବ ଦ୍ଵାରା ପିମ୍ପୁଡିମାନେ ସେଠାରୁ ଧୀରେ ଧୀରେ ଚାଲିଯିବେ ଓ ଆପଣଙ୍କ କରଜ ସମସ୍ଯା ମଧ୍ୟ ସମାଧାନ ହୋଇଯିବ । ଲେମ୍ବୁ ବଦଳରେ ଆପଣ ତେଜପତ୍ରକୁ କାଟି କିମ୍ବା ଲବଙ୍ଗ ମଧ୍ୟ ସେହି ଜାଗାରେ ପକାଇ ପାରିବେ । ତାହା ମଧ୍ୟ ଆପଣଙ୍କ କରଜ ସମସ୍ଯାକୁ ଦୂର କରିପାରିବ ।

କିନ୍ତୁ ଆପଣ ଯଦି ଦେଖୁଛନ୍ତି କି, କଳା ପିମ୍ପୁଡି ଧାଡି ଧାଡି ହୋଇ ଧଳା ଧଳା ଜିନିଷ ନିଜ ସହ ନେଇ ଯାଉଛନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ । ଯଦି ଆପଣଙ୍କର କୌଣସି ଇଚ୍ଛା ବା କାମ ଅଧୁରା ରହିଛି କିମ୍ବା ହୋଇ ପାରୁନାହିଁ ତେବେ ଆପଣ ଅଟା ଓ ଚିନିକୁ ଗୋଳେଇ ସେହି ପିମ୍ପୁଡି ମାନଙ୍କ ପାଖରେ ରଖିଦିଅନ୍ତୁ ।

ଏପରି କରିବା ଦ୍ଵାରା ଅଟକି ରହିଥିବା କାମ ପୂର୍ଣ୍ଣ ହୋଇଯିବ । ହେଲେ କୌଣସି ପରିସ୍ଥିତିରେ ମଧ୍ୟ ଘରେ ହୋଇଥିବା ପିମ୍ପୁଡିଙ୍କୁ ମାରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।