ଷ୍ଟେଜ ଉପରେ ନାଚିଲେ ଆଉ ଲକ୍ଷେ ଟଙ୍କା ଗଣିଲେ, ବିବାଦୀୟ ଯାତ୍ରା ଅଭିନେତ୍ରୀ Rani Panda, ଦେଖନ୍ତୁ Video

ରାଣୀ ପଣ୍ଡା ଓଡିଶାର ଘରେ ଘରେ ଏକ ବହୁଚର୍ଚ୍ଚିତ ଓ ଲୋକପ୍ରିୟ ନାମ । ରାଣୀଙ୍କ ଅଭିନୟ ଠାରୁ ନେଇ ତାଙ୍କ ବେବାକ କଥା କହିବା ଶୈଳୀ ପର୍ଯ୍ୟନ୍ତ ସବୁଥିରେ ସେ ଆଗୁଆ । ବିଭିନ୍ନ ସମୟରେ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ରାଣୀ ପଣ୍ଡା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି । ଆଉ ଏବେ ପାର୍ବଣର ମାହୋଲ ଚାଲିଥିବା ବେଳେ ରାଣୀ ପଣ୍ଡାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ କଟକ ଓ ଭୁବନେଶ୍ବରରେ ଦୂର୍ଗା ପୂଜା ଖୁବ ଜାକଜକମରେ ଆୟୋଜିତ ହେଉଛି ।

ବିଭିନ୍ନ ସ୍ଥାନରେ ମେଲୋଡି ଓ ଭଜନ ସନ୍ଧ୍ୟା ଆଦିର ଆୟୋଜନ କରାଯାଉଛି । ଏହି ଦୁର୍ଗାପୂଜା ଅବସରରେ ରସୁଲଗଡ ଦୁର୍ଗାପୂଜା ପରିଚାଳନା କମିଟି ତରଫରୁ ମଧ୍ୟ ଏକ ସଙ୍ଗୀତ ଓ ନୃତ୍ୟ ସନ୍ଧ୍ଯାର ଆୟୋଜନ କରାଯାଇଥିଲା । ଆଉ ଏହି ନୃତ୍ୟ ସନ୍ଧ୍ୟାରେ ନିଜ ଡ୍ୟାନ୍ସର କମାଲ ଦେଖାଇଲେ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କ ଡ୍ୟାନ୍ସ ଦେଖିବା ପାଇଁ ବହୁମାତ୍ରାରେ ଦର୍ଶକ ଏକତ୍ରିତ ହୋଇଥିଲେ ।

ଷ୍ଟେଜ ଉପରେ ସୁନ୍ଦର ନୃତ୍ୟ କରି ସମସ୍ତଙ୍କ ମନ ମୋହି ନେଇଥିଲେ ରାଣୀ । ଏକ ହଳଦିଆ ରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧି ଜମେଇକି ଡ୍ୟାନ୍ସ କରିଥିଲେ ରାଣୀ ପଣ୍ଡା । ବର୍ଷା ହେଉଥିଲେ ମଧ୍ୟ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ଲୋକେ ବହୁତ ସମୟ ଅପେକ୍ଷା କରି ରହିଥିଲେ । ଏହା ସାଙ୍ଗକୁ ଷ୍ଟେଜ ଉପରେ ଦର୍ଶକଙ୍କୁ ବେଶ ଭଲ କଥା ସବୁ ମଧ୍ୟ କହିଥିଲେ ।

ତେବେ ଏହାରି ମଧ୍ୟରେ ରାଣୀ ପଣ୍ଡା ରସୁଲଗଡ ଦୂର୍ଗାପୂଜା ପରିଚାଳନା କମିଟିକୁ ଏକ ବଡ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଆସନ୍ତା ବର୍ଷ ଦୂର୍ଗା ପୂଜା ସମୟରେ ସେ ପୂଜା କମିଟିକୁ ଏକ ଲକ୍ଷ ଟଙ୍କା ଦାନ କରିବେ ବୋଲି ଘୋଷଣା କରିଥିଲେ । ଯାହା ଶୁଣି ପୂଜା କମିଟିର ସବୁ ସଦସ୍ୟ ତାଙ୍କୁ ଧନ୍ୟବାଦ ଜଣାଇବା ସହ ବେଶ କୃତଜ୍ଞ ହୋଇଛନ୍ତି ।

ରାଣୀ ଯାହାବି କରନ୍ତୁ ଯେଉଁଥି ପାଇଁ ବିବାଦରେ ରୁହନ୍ତୁ କିନ୍ତୁ ସେ ଜଣେ ନାରୀ ଓ ସମ୍ମାନୀୟା ବୋଲି କହିଛନ୍ତି କମିଟି ମେମ୍ବର । ରାଣୀଙ୍କ ଏଭଳି ଉଦାରତା ଓ ଦୂର୍ଗା ମା’ଙ୍କ ପ୍ରତି ଭଲପାଇବା ତାଙ୍କୁ ବେଶ ଆକର୍ଷିତ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।