Joint Pain Home Remedy: ଆଣ୍ଠୁଗଣ୍ଠି ସମସ୍ଯା ମାତ୍ର 3 ଦିନ ଭିତରେ ଭଲ ହୋଇଯିବ, ଶୀଘ୍ର କରନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ଜଏଣ୍ଟ ପେନ୍ ବା ଆଣ୍ଠୁଗଣ୍ଠି ଜନିତ ସମସ୍ୟାରେ ଅନେକ ଲୋକ ପୀଡିତ । ଏହି ରୋଗ ହେଲେ ଆଣ୍ଠୁ କିମ୍ବା ଅଣ୍ଟା ଆଦି ଗଣ୍ଠି ଜାଗା ମାନଙ୍କରେ ବହୁତ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହି ସମସ୍ଯାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଔଷଧ ସେବନ କଲେ ମଧ୍ୟ ତାହା ସେତେ ଲାଭକାରୀ ହୋଇ ନଥାଏ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଘରୋଇ ଉପଚାର ଦ୍ଵାରା ଆଣ୍ଠୁଗଣ୍ଠି ସମସ୍ଯାକୁ ମୂଳରୁ ଭଲ କରିପାରିବେ । ତେବେ ଚାଲନ୍ତୁ ଶିଖିବା ଏହି ଚମତ୍କାରୀ ଘରୋଇ ଉପଚାର ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ସୋରିଷ ତେଲ । ବହୁ ପୁରାତନ କାଳରୁ ଆଣ୍ଠୁଗଣ୍ଠି ସମସ୍ଯା ଭଲ କରିବା ପାଇଁ ସୋରିଷ ତେଲର ବ୍ୟବହାର ହୋଇଆସୁଛି । ଆପଣ ଏକ ପ୍ୟାନ ନେଇ ସେଥିରେ ୫୦ ଗ୍ରାମ ସୋରିଷ ତେଲ ଢାଳନ୍ତୁ ଓ ଏହାକୁ ହାଲୁକା ଗରମ କରନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଦ୍ଵିତୀୟ ସାମଗ୍ରୀ ଯାହା ହେଉଛି ରସୁଣ ।

ଆପଣ ଚାରିରୁ ପାଞ୍ଚୋଟି ରସୁଣ କୋଲକୁ ଚୋପା ଛଡେଇ ଅଳ୍ପ ଛେଚି ଦିଅନ୍ତୁ ଓ ଏହାକୁ ହାଲୁକା ଗରମ ହୋଇଥିବା ସୋରିଷ ତେଲରେ ପକେଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ତୃତୀୟ ସାମଗ୍ରୀ ଅର୍ଥାତ କଳାଜୀରା, ଏହି କଳାଜୀରାକୁ ଆପଣ ଆଚାର ବନେଇବାରେ ବ୍ୟବହାର କରିଥାନ୍ତି ।

ଏହାପରେ ଆପଣଙ୍କୁ ଶେଷ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି ବାରମାସୀ ସଜନା ଗଛର ଛାଲି । ଯାହା ଅନେକଙ୍କ ବାଡି ବଗିଚାରେ ଉପଲବ୍ଧ ଥାଏ । ଏହି ସମସ୍ତ ସାମଗ୍ରୀଙ୍କୁ ଲୋ ଫେମ୍ ରେ ଚାରିରୁ ପାଞ୍ଚ ମିନିଟ ଯାଏଁ ହାଲୁକା ଫୁଟାଇ ଦିଅନ୍ତୁ, ଯେମିତି ଏହି ସମସ୍ତ ସାମଗ୍ରୀର ପୋଷକତତ୍ତ୍ଵ ଏହି ତେଲ ମଧ୍ୟକୁ ଆସିଯିବ ।

ଏହା ଏକ ଚମତ୍କାରୀ ଆୟୁର୍ବେଦିକ ଉପଚାର ଅଟେ, ଯାହା ଆପଣଅଙ୍କ ଜଏଣ୍ଟ ପେନ୍ ଭଳି ସମସ୍ଯାକୁ ଦୂର କରିବାରେ ବେଶ ଲାଭଦାୟଜ ହୋଇଥାଏ । ଫୁଟାଇ ସାରିବା ପରେ ଏହି ସୋରିଷ ତେଲକୁ ଆପଣ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଓ ହାଲୁକା ଥଣ୍ଡା ହେବା ପରେ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ ।

ଆପଣ ଚାହିଁଲେ ଏହାକୁ ନଛାଣି ଏହି ସବୁ ସାମଗ୍ରୀ ସହ ତେଲକୁ ରଖିପାରିବେ । ଏହି ତେଲ ଆପଣଙ୍କ ଜଏଣ୍ଟ ପେନ୍ ଭଲ କରିବା ପାଇଁ ଅତ୍ୟନ୍ତ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । ଆପଣଙ୍କ ଶରୀରର ଯେଉଁ ସ୍ଥାନରେ ଆଣ୍ଠୁଗଣ୍ଠି ସମସ୍ଯା ରହୁଛି ସେହି ସ୍ଥାନରେ ଆପଣ ଏହି ତେଲକୁ ହାଲୁକା ଉଷୁମ ଥିବାବେଳେ ମାଲିସ କରନ୍ତୁ ।

ରାତିରେ ଲଗେଇ ସକାଳ ପର୍ଯ୍ୟନ୍ତ ଏହାକୁ ଛାଡି ଦିଅନ୍ତୁ । ଦିନକୁ ଦୁଇରୁ ତିନିଥର ଆପଣ ଏହାର ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁଗଣ୍ଠି ସମସ୍ଯା ସବୁଦିନ ପାଇଁ ଭଲ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।