ଏହି ସବୁ ଜିନିଷ ଘର ପାଖରେ ଥିଲେ ଜୀବନରେ ଦେଖାଦିଏ ବହୁତ ସମସ୍ୟା, ଯଦି ଆପଣଙ୍କ ଘର ପାଖରେ ଅଛି ତେବେ କରନ୍ତୁ ଏହି ଉପାୟ

ଜୀବନ ଅଛି ତେବେ ସମସ୍ୟା ବି ଅଛି । ସମସ୍ତଙ୍କ ଜୀବନରେ ଛୋଟ – ବଡ ସମସ୍ୟା ଲାଗି ରହିଥାଏ । ଦୁନିଆରେ ବୋଧେ ଏମିତି କୌଣସି ବ୍ୟକ୍ତି ଥିବ, ଯାହାର ଜୀବନରେ କୌଣସି ସମସ୍ୟା ନାହିଁ । କିନ୍ତୁ କିଛି ଲୋକଙ୍କ ଜୀବନରେ ସମସ୍ୟା ଆସିବାର କିଛି ସମୟ ପରେ ହିଁ ତାହା ଚାଲି ଯାଇଥାଏ । କିନ୍ତୁ କିଛି ଲୋକଙ୍କ ଜୀବନରେ ସମସ୍ୟା ଆସିଥାଏ କିନ୍ତୁ ତାହ ଯିବାର ନାଁ ବି ଧରେ ନାହିଁ । ସେହି କାରଣରୁ ଲୋକମମାନେ ସବୁବେଳେ ଜୀବନରେ ଦୁଃଖ ଭୋଗ କରନ୍ତି ।

ସେମାନେ ବୁଝି ପାରନ୍ତି ନାହିଁ କି କଣ କରିବେ । ଲୋକମାନଙ୍କର ଜୀବନରେ ଭିନ୍ନ ଭିନ୍ନ ପ୍ରକାର ସମସ୍ୟା ଆସିଥାଏ । ଯେମିତି କି ସ୍ୱାସ୍ଥ୍ୟ ସମସ୍ୟା, ଧନର ସମସ୍ୟା, ଘରର ସୁଖ ଶାନ୍ତିର ସମସ୍ୟା, ଅନ୍ୟ ପଟେ ଶତ୍ରୁ ମାନଙ୍କର ଡର ଭଳି ଭିଭିନ୍ନ ପ୍ରକାରର ସମସ୍ୟାରେ ସେମାନେ ଘେରି ରହିଥାନ୍ତି । କେତେକ ଲୋକମାନେ ଏହି ସମସ୍ୟା ଗୁଡିକରେ ଫସି ଯାଇ ନିଜ ମନ ଭିତରେ ଭାଙ୍ଗି ଯାଆନ୍ତି ଏବଂ ଶେଷରେ ନିଜର ଜୀବନକୁ ହିଁ ଶେଷ କରିଦିଅନ୍ତି । ବର୍ତ୍ତମାନ ଆପଣ ଭାବୁଥିବେ କି ଜୀବନରେ ଏତେ ସମସ୍ୟା କେଉଁଠାରୁ ଆସେ ?

ଆପଣଙ୍କୁ କହିଦେଉଛୁ ଯେ ଏହି ସବୁ ସମସ୍ୟା ପ୍ରାୟତଃ ବାସ୍ତୁଦୋଷ ଯୋଗୁ ଆସିଥାଏ । ଆପଣମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନେ ନିଜ ଘରେ ଗଛ ଲଗାଇଥାନ୍ତି । କିନ୍ତୁ ଏହା ଜାଣି ନିଅନ୍ତୁ କି କିଛି ଗଛ ଆପଣଙ୍କର ଘର ପାଇଁ ଭଲ ହୋଇଥାଏ ଏବଂ କିଛି ଗଛ ଆପଣଙ୍କର ଘର ପାଇଁ ଅଶୁଭ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ଯେ ଘର ପାଖରେ କେଉଁ କେଉଁ ସବୁ ଗଛ ଲଗାଇବା ଉଚିତ ଏବଂ କେଉଁ କେଉଁ ଗଛ ସବୁ ଲଗାଇବା ଉଚିତ ନୁହେଁ ।

ଘର ପାଖରେ ଯଦି ଥିବ ଏହି ଗଛ ତେବେ ହୋଇଥାଏ ବାସ୍ତୁଦୋଷ

·    ଯଦି ଆପଣଙ୍କ ଘରର ଆଖ – ପାଖରେ ଶୁଖି ଯାଇଥିବା କିମ୍ବା ଜଳି ଯାଇଥିବା ଗଛ ଅଛି ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହା ବାସ୍ତୁ ଦୋଷର କାରଣ ହୋଇଥାଏ । ଏହା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ବାସ କରିଥାଏ ।

·    ଘରେ ତାଳ ଏବଂ କୌଣସି ତୁଳା ଗଛ ଥିଲେ ତାହା କଳହ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି କରିଥାଏ ।

·    ଘର ସାମ୍ନାରେ ଯଦି ତେନ୍ତୁଳୀ ଗଛ ଅଛି ତେବେ ତାହ ବହୁତ ଅଶୁଭ ବୋଲି କୁହାଯାଏ । ମାନ୍ୟତା ଅନୁସାରେ ଏଥିରେ ଖରାପ ଆତ୍ମା ବାସ କରିଥାନ୍ତି ।

·    ଘରର ଐଶାନ୍ୟ ଏବଂ ପୂର୍ବ ଦିଗରେ ଲମ୍ବା ଗଛ ରହିବା ଉଚିତ ନୁହେଁ । ଏହା ସହିତ ଘରର ଅଗଣାରେ ମଧ୍ୟ ଏହି ଗଛ ଲଗାଇବା ଉଚିତ ନୁହେଁ ।

·    ଘରେ କଣ୍ଟା ଥିବା ଗଛ କିମ୍ବା କ୍ଷୀର ବାହାରୁଥିବା ଗଛ ଲଗାଇବା ଦ୍ଵାରା ଘର ଉପରେ ନକାରାତ୍ମକ ଊର୍ଜାର ପ୍ରଭାବ ପଡିଥାଏ ।

ଉପାୟ :

ଯଦି ଆପଣଙ୍କ ଘର ସାମ୍ନାରେ କିମ୍ବା ଆଖ ପାଖରେ ଏହି ସବୁ ଗଛ ପ୍ରଥମରୁ ହିଁ ଅଛି ତେବେ ଏହାର ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ଘରେ ତୁଳସୀ, ଅଶୋକ, ନିମ୍ବ, ଚନ୍ଦନ, ବେଲ କିମ୍ବା ଓସ୍ଥ ଗଛ ଲଗାନ୍ତୁ । ଏହା ଦ୍ଵାରା ବାସ୍ତୁ ଦୋଷ ଏବଂ ଗ୍ରହ ଦୋଷ ଦୂର ହୋଇଯାଇଥାଏ ।

ଆଗକୁ ଏହିଭଳି ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।