ଭୁଲ ଦିଗରେ ଲାଗିଥିବା ଘଡି ଆପଣଙ୍କ ଖୁସିକୁ କରିପାରେ ବର୍ବାଦ, ଆଜି ହିଁ ଜାଣନ୍ତୁ ଘଡି ସମ୍ବନ୍ଧିତ ଏହି ଜରୁରୀ ନିୟମ

ଘଡିର କାମ ହୋଇଥାଏ ଠିକ ସମୟ ଦେଖାଇବା । କିନ୍ତୁ ଏହି ଘଡି ଯଦି ଭୁଲ ଜାଗାରେ ଲଗା ଦିଆଯାଏ ତେବେ ଆପଣଙ୍କ ସମୟ ଖରାପ ଚାଲିବାକୁ ଲାଗେ । ଆମ ସମସ୍ତଙ୍କ ଘରେ ଘଡି ଥାଏ । କିନ୍ତୁ ଲୋକ ସାଧାରଣତଃ ଘଡିକୁ ଘରର କୌଣସି ବି କାନ୍ଥରେ ଟାଙ୍ଗି ଦିଅନ୍ତି । କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି କୌଣସି ବି ଘଡିକୁ ବାସ୍ତୁ ହିସାବରେ ଲଗାଇବା ଆବଶ୍ୟକ । ତେବେ ଘଡି ଲଗାଇବାର ଠିକ ଉପାୟ କଣ ହୋଇଥାଏ ? ଚାଲନ୍ତୁ ଜାଣିବା ।

ଏହି ଦିଗରେ ଲଗାଇବା ମନା

ଦକ୍ଷିଣ ଦିଗରେ କେବେ ବି ଘଡିକୁ ଲଗାଇବା ଉଚିତ ନୁହେଁ କାରଣ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ କାଳର ବାସ ହୋଇଥାଏ । ବାସ୍ତୁକୁ ମାନିଲେ ଦକ୍ଷିଣ ଦିଗରେ ଘଡି ଲଗାଇବା ଅଶୁଭ ହୋଇଥାଏ କାରଣ ଦକ୍ଷିଣ ଦିଗରେ ମୃତ ପରିଜନଙ୍କ ଫୋଟୋ ଲଗାଯାଇଥାଏ । ବାସ୍ତୁ ଅନୁସାରେ ଘଡି ଲଗାଇବାର ଠିକ ସ୍ଥାନ ଉତ୍ତର, ପଶ୍ଚିମ ଓ ପୂର୍ବ ଦିଗ ହୋଇଥାଏ । କୁହାଯାଏ କି ଏହି ତିନିଟି ଦିଗ ପଜିଟିଭ ଏନର୍ଜି ବାଲା ହୋଇଥାଏ ।

କବାଟରେ କେବେ ବି ଲଗାନ୍ତୁ ନାହିଁ ଘଡି

ବାସ୍ତୁ ଅନୁସାରେ ଘଡିକୁ ଘରର କୌଣସି ବି କବାଟରେ ଲଗାଇବା ଉଚିତ ନୁହେଁ, ଏହାକୁ ଅଶୁଭ ମାନନ୍ତି । କବାଟରେ ଘଡି ଲାଗାଇବା ମାନେ ଘରେ ଅଶାନ୍ତି କୁ ଆମନ୍ତ୍ରଣ କରିବା । ଏମିତି ଏଥିପାଇଁ ହୋଇଥାଏ କି କବାଟ ପାଖଦେଇ ଯିବା ସମୟରେ ନାକାରାତ୍ମକ ଏନର୍ଜି ପ୍ରବେଶ କରିଥାଏ ।

ଲଗାନ୍ତୁ ପେଣ୍ଡୁଲମ ବାଲା ଘଡି

ଯଦି ଆପଣ ଘରର ଡ୍ରଇଙ୍ଗ ରୁମରେ ପେଣ୍ଡୁଲମ ବାଲା ଘଡି ଲଗାନ୍ତି ତେବେ ଏହା ବାସ୍ତୁ ଅନୁସାରେ ଶୁଭ ହୋଇଥାଏ । ପେଣ୍ଡୁଲମ ଘଡି ସବୁ ସମୟରେ ଟଂ ଟଂ ଶବ୍ଦ କରିଥାଏ ଓ ଆପଣଙ୍କୁ ସମୟର ସୂଚନା ଦେଇଥାଏ । ଯଦି ଆପଣ ଏମିତିକା ଘଡି ଲଗାନ୍ତି ତେବେ ଘରର ଉନ୍ନତି ହେବ ।

ସମୟକୁ ଆଗ ପଛ କରନ୍ତୁ ନାହିଁ

କୌଣସି ବି ଘଡିକୁ ଠିକ ସମୟରେ ରଖିବା ବହୁତ ଜରୁରୀ ହୋଇଥାଏ । ଘଡିର ସମୟକୁ ଆଗକୁ ବା ପଛକୁ କରି ରଖିବା ଉଚିତ ନୁହେଁ । ବାସ୍ତୁ ଅନୁସାରେ ଯଦି ଘଡି ବାସ୍ତବିକ ସମୟଠୁ ପଛେଇ ଚାଲିବ ତେବେ ବ୍ୟକ୍ତିକୁ ନିଜ ଜୀବନରେ କଠିନ ପରିଶ୍ରମ କରିବାକୁ ପଡିପାରେ । ଏଥିପାଇଁ ସମୟକୁ ଠିକ ରଖନ୍ତୁ ।

ଘଡିର ଆକାର

ବାସ୍ତୁରେ ଘଡିର ଆକାର ବି ବହୁତ ମହତ୍ତ୍ଵ ରଖିଥାଏ । ଯଦି ଆପଣଙ୍କ ଘରେ ଗୋଲ, ଚାରିକୋଣିଆ, ଅଣ୍ଡାକାର, ୮ ବା ୬ ଭୁଜାର ଆକାର ଥିବା ଘଡି ଅଛି ତେବେ ଏହା ଶୁଭ ହୋଇଥାଏ । ଘରେ ତ୍ରିକୋଣ ବାଲା ଘଡି ରଖିବା ଉଚିତ ନୁହେଁ, ବାସ୍ତୁ ଅନୁସାରେ ଏହି ପ୍ରକାରର ଘଡି ଅଶୁଭ ହୋଇଥାଏ ।

ଆପଣମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ବାସ୍ତୁ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।