ଗୀତ ନେଇଗଲା 200 ଜୀବନ, ଯିଏ ଶୁଣିଲା ସେ ମୃତ୍ୟୁବରଣ କଲା, ଏହି ରହସ୍ୟମୟ ଗୀତର କାହାଣୀ ଶୁଣିଲେ ଆପଣ ଭୟରେ ଥରିବେ

ଏଇ ଅଧୁରା ପ୍ରେମର ରହସ୍ୟମୟ ଗୀତ ଯିଏ ଶୁଣିଲା ସିଏ ଆତ୍ମହତ୍ୟା କଲା । ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟା ଏକଦମ ସତ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ୟୁରୋପର ହଙ୍ଗେରୀରେ । ଏହା ହେଉଛି 1933 ମସିହାର ଘଟଣା, ଯେତେବେଳେ ପ୍ରଥମ ବିଶ୍ଵଯୁଦ୍ଧ ଶେଷ ହୋଇ ଆସୁଥାଏ । ହେଲେ ମୁଣ୍ଡ ଟେକୁଥାଏ ଆଉ ଏକ ବିଶ୍ଵଯୁଦ୍ଧ । ସେତିକି ବେଳେ ଲୋକଙ୍କ ଜୀବନଶୈଳୀ ଓ ଆର୍ଥିକ ସ୍ଥିତି ଉଭୟ ବିପନ୍ନ ହୋଇ ପଡିଥାଏ । ଦୁନିଆର ଏହି ପ୍ରସିଦ୍ଧ ଗୀତର କାହାଣୀ ଯେତିକି ରୋଚକ ଏହାର କାହାଣୀ ସେତିକି ଭୟଙ୍କର ।

ଏକ ରେସ୍ତୋରାଁରେ ପିଆନୋ ବାଦକ ଭାବେ କାମ କରୁଥିଲେ ହଙ୍ଗେରୀର ଜଣେ ଗୀତିକାର ରିଜସୋ ସେରେସ । ସେଠାରେ ଜଣେ ମହିଳା ୱେଟରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ପ୍ରେମିକା ଚାହୁଁଥିଲେ କି ରିଜସୋ ରେସ୍ତୋରାଁ କାମ ଛାଡି ଅନ୍ୟ କିଛି କରନ୍ତୁ । ହେଲେ ରିଜସୋ ପିଆନୋ ଛାଡିବାକୁ ରାଜି ନ ହେବାରୁ ପ୍ରେମିକା ତାଙ୍କ ସହ ସମ୍ପର୍କ କାଟି ଦେଇଥିଲେ । ଦିନେ ରବିବାର ଏକ ବନ୍ଦ କୋଠରିରେ ବସି ନିଜ ମନର ସବୁ ଯନ୍ତ୍ରଣାକୁ ରିଜସୋ କାଗଜ କଲମରେ ଉତାରି ଦେଇଥିଲେ ।

ସେହିଠାରୁ ସୃଷ୍ଟି ହେଲା ଏକ ଅଧୁରା ପ୍ରେମ କାହାଣୀର ଗୀତ, ଯାହାର ନାଁ ରଖିଲେ ଗ୍ଲୁମିସାଣ୍ଡେ । ଲିରିକ୍ସ ପ୍ରସ୍ତୁତ ହେବା ପରେ ଏହାକୁ ଗୀତରେ ସଜେଇବା ପାଇଁ ନିର୍ଦ୍ଦେଶକ ଖୋଜିଲେ ରିଜସୋ । ସେତେବେଳର ନାମକରା ମ୍ୟୁଜିକ କମ୍ପୋଜର ଲାସଲୋ ଜୋବର ଏହାକୁ ଗୀତରେ ସଜାଇବା ପରେ ଲୋକଲୋଚନକୁ ଆଣିବା ପାଇଁ ପବ୍ଲିଶର ଖୋଜା ଚାଲିଲା । ଏହି ଗୀତକୁ ଅନେକ ପବ୍ଲିଶର ନାପସନ୍ଦ କଲେ, ଆଉ ଯିଏ ଶୁଣିଲେ ସେ ପର ମୂହୁର୍ତ୍ତରେ ଆତ୍ମହତ୍ୟା କଲେ ।

ହାରି ଯାଇଥିବା ପ୍ରେମର ଦୟନୀୟ କାହାଣୀକୁ ବଖାଣୁଥିବା ଏହି ଗୀତ ଯୋଗୁଁ ତିନି ବର୍ଷ ମଧ୍ୟରେ ପ୍ରାୟ 200 ଲୋକଙ୍କ ଜୀବନ ଗଲା । ଟାଇମ୍ସ ମ୍ୟାଗାଜିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସେତେବେଳେ ଯିଏ ଆତ୍ମହତ୍ୟା କରୁଥିଲେ ସେମାନଙ୍କ ରୁମ୍ ରୁ ଏହି ଗୀତର କିଛି ଲେଖା ମିଳୁଥିଲା ନଚେତ ଗ୍ରାମୋଫୋନରେ ଏହି ଗୀତ ବାଜୁଥିଲା । ତଥାପି ଏହି ଗୀତର ଲୋକପ୍ରିୟତା ଏତେ ବଢିଗଲା ଯେ ଏହାକୁ ଏକାଧିକ ଭାଷାରେ କମ୍ପୋଜ କରାଗଲା ।

ବିଭିନ୍ନ ୟୁରୋପୀୟ ଦେଶରେ ଏହି ଗୀତ ପାଇଁ ଆତ୍ମହତ୍ୟା ବଢିବା ଯୋଗୁଁ ଦୀର୍ଘ 60 ବର୍ଷ ପାଇଁ ଏହି ଗୀତ ଉପରେ ବ୍ୟାନ ଲଗାଇଥିଲା ବିବିସି । 2004 ରେ ଏହି ଗୀତ ପୁନଃ ପ୍ରସାରଣ ହୋଇଥିଲେ ମଧ୍ୟ ଏହା ଉପରେ ଏଯାବତ କଟକଣା ଲାଗିଛି । ହେଲେ ଗୀତର ରହସ୍ୟ ଏବେବି ରହସ୍ୟମୟ ହୋଇ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।