କ୍ୟାଚ ପାଇଁ ରଚିଲେ ବିଶ୍ଵ ରେକର୍ଡ ! ଏମିତି କ୍ୟାଚ ଦେଖି ସବୁ କାବା ହେଇଗଲେ… ଦେଖନ୍ତୁ video

ଏମିତି କ୍ୟାଚ ଧରିଲେ ଯେ ସମସ୍ତଙ୍କୁ ଅବାକ୍ କରିଦେଲେ । ବ୍ୟାଟ୍ସମ୍ୟାନ ମନ ଦୁଃଖରେ ପାଭିଲିୟନକୁ ଫେରିଗଲେ । ଗୋଟିଏ କ୍ୟାଚ ପାଇଁ ବିଶ୍ଵ ରେକର୍ଡ ରଚିଦେଲେ । କ୍ରିକେଟ ମଇଦାନରେ ବିଭିନ୍ନ ଷ୍ଟାଇଲର କ୍ୟାଚ ଦେଖିବାକୁ ମିଳେ, ଯାହା ଦେଖଣାହାରୀଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଦିଏ । ଆଉ ଏବେ ଜଣେ କ୍ରିକେଟର ଏମିତି ଏକ କ୍ୟାଚ ଧରିଛନ୍ତି ଯାହା ଦେଖିଲେ ଲାଗୁଛି କ୍ରିକେଟ ନିୟମ ବଦଳିଯିବ । ଖୁବ୍ ଟ୍ରେଣ୍ଡିଂରେ ରହିଛି ଏହି କ୍ୟାଚ ।

ବ୍ୟାଟ୍ସମ୍ୟାନ ଏଥିପାଇଁ ପଡିଆ ମଝିରେ ଅମ୍ପାୟାରଙ୍କ ସହ ଯୁକ୍ତି କରିବାକୁ ବି ପଛାଇ ନଥିଲେ । ବାଉଣ୍ଡେରୀର ତିନି ମିଟର ବାହାରେ ଧରିଥିବା କ୍ୟାଚକୁ କିଛି ଦର୍ଶକ ଛକା ବୋଲି କହୁଥିବା ବେଳେ ଆଉ କିଛି ଦର୍ଶକ ଏହି କ୍ୟାଚ ପାଇଁ ପ୍ରଶଂସା କରିବାରେ ଲାଗିଛନ୍ତି । “ବିଗ୍ ବାସ୍ ଲିଗ୍” ରେ ବ୍ରୀସବେନ ହିଟ୍ ଏବଂ ସିଡନୀ ସିକ୍ସର ମଧ୍ୟରେ ଚାଲିଥିବା ମ୍ଯାଚ ବେଳେ ଏଭଳି ଏକ କ୍ୟାଚ ଦେଖିବାକୁ ମିଳିଛି । ଯାହାକୁ କ୍ରିକେଟର ମାଇକେଲ ନାସିର ଧରିଛନ୍ତି ।

ଏହି କ୍ୟାଚ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଜାଡନ ସିଲଙ୍କୁ ଆଉଟ କରିବା ପାଇଁ ମାକେଲ ନାସିର ବାଉଣ୍ଡେରୀ ପାଖରେ ଦେଇ ବଲ୍ ଧରିଥିଲେ । ବଲ୍ ଧରିବା ପରେ ଉପରକୁ ପକାଇଲେ ଯାହା ବାଉଣ୍ଡେରୀ ବାହାରକୁ ଚାଲି ଯାଇଥିଲା । ଏହାପରେ ନାସିର ପୁଣି ଥରେ ବାଉଣ୍ଡେରୀ ବାହାରକୁ ଯାଇ ବଲ୍ କୁ କ୍ୟାଚ କରି ପୁଣି ଥରେ ବାଉଣ୍ଡେରୀ ଭିତରକୁ ପକାଇଥିଲେ ।

ଆଉ ବାଉଣ୍ଡେରୀ ଭିତରକୁ ଆସି ସେଇ କ୍ୟାଚକୁ ଶେଷରେ ସଫଳତାର ସହ ଧରି ନେଇଥିଲେ । ଆଉ ସେହି କ୍ୟାଚଟି ଏବେ ଭଲ କ୍ୟାଚ ଇତିହାସରେ ବର୍ଣ୍ଣିତ ହେଉଛି । ସବୁଠୁ ଖାସ୍ କଥା ହେଉଛି ଏହି କ୍ୟାଚ ଧରିବା ବେଳେ ମାଇକେଲ ନାସିରଙ୍କ ପାଦ ବାଉଣ୍ଡେରୀ ବାହାରେ ଲାଗି ନଥିଲା । ପ୍ରତି ଥର ସେ ପବନରେ ଉଡିବା ଭଳି କ୍ୟାଚ ଧରୁଥିଲେ । ଏଭଳି କ୍ୟାଚ ଧରିବା ପରେ ପୁରା ଟିମ୍ ନାସିରଙ୍କୁ କୁଣ୍ଢାଇ ପକାଇଥିଲେ ।

ହେଲେ ଏଭଳି କ୍ୟାଚ ଆଉଟ ହେବା ପରେ ବ୍ୟାଟ୍ସମ୍ୟାନ ସିଲ୍କ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଯାହାକୁ ନେଇ ସେ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ ଓ ଏହା ନଟ୍ ଆଉଟ୍ ବୋଲି କହିବାକୁ ଲାଗିଥିଲେ । ହେଲେ ଅମ୍ପାୟାର ଏହାକୁ ଆଉଟ୍ ଘୋଷଣା କରିଥିଲେ । ଆମ ପୋଷ୍ଟ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।