ଗ୍ଯାସ ସିଲିଣ୍ଡର ତଳେ କାହିଁକି ରହିଥାଏ ଛୋଟ ଛୋଟ କଣା ? ଏହା କେଉଁ ଦୁର୍ଘଟଣାର ସଙ୍କେତ ଦେଇଥାଏ ? ଘରେ ଗ୍ଯାସ ସିଲିଣ୍ଡର ଥିଲେ ନିହାତି ଜାଣି ରଖନ୍ତୁ

ଘରେ ଥିବା ଗ୍ଯାସ ସିଲିଣ୍ଡର ତଳେ ଛୋଟ ଛୋଟ କଣା ଥିବାର ଆପଣଙ୍କ ନଜରରେ ନିହାତି ଆସିଥିବ । କେବେ ଭାବିଛନ୍ତି କି, ସିଲିଣ୍ଡର ତଳେ ଏହି କଣା କାହିଁକି ଥାଏ ? ଛୋଟ ଛୋଟ ଜିନିଷ କିପରି ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିଥାଏ ତାହା ଆପଣ ଜାଣି ରଖିବା ଉଚିତ । ଆଜିକାଲି ଭାରତରେ ପ୍ରାୟ ସମସ୍ତଙ୍କ ଘରେ ଇନ୍ଧନ ଗ୍ଯାସ ବ୍ୟବହୃତ ହେଉଛି । ଆପଣ ଘରେ ବ୍ୟବହାର କରୁଥିବା ଗ୍ଯାସ ସିଲିଣ୍ଡରକୁ ଭଲଭାବେ ଦେଖିଲେ ଜାଣିପାରିବେ କି ସିଲିଣ୍ଡର ତଳେ ଛୋଟ ଛୋଟ ଛିଦ୍ର ରହିଛି ।

ତେବେ ଏହା ଆପଣଙ୍କ ସୁରକ୍ଷା ପାଇଁ ରହିଥାଏ । ବଡ ବଡ ଭୋଜିଭାତ, ବିବାହ, ବ୍ରତ ଆଦିରେ ଆପଣ ଦେଖିଥିବେ କି ରୋଷେୟା ରୋଷେଇ କଲା ବେଳେ ସିଲିଣ୍ଡରକୁ କୌଣସି ଏକ ପାଣିପାତ୍ରରେ ରଖିଥାନ୍ତି କିମ୍ବା ସେଥିରେ ଓଦା କପଡା ଗୁଡାଇଥାନ୍ତି । କାହିଁକି ନା ଗରମ ଦିନେ ରୋଷେଇ କରିବା ବେଳେ ଗ୍ଯାସ ସିଲିଣ୍ଡର ଗରମ ହୋଇଯାଏ । ତେବେ ସିଲିଣ୍ଡରକୁ ପାଣିପାତ୍ରରେ ନ ରଖିଲେ ମଧ୍ୟ ଏହା ନିଜକୁ ଆପେ ଆପେ ଥଣ୍ଡା କରିପାରେ ।

କାରଣ ସିଲିଣ୍ଡର ତଳେ ଥିବା ଛୋଟ ଛୋଟ କଣା ଦ୍ଵାରା ପବନ ପାସ୍ ହୋଇ ଏହା ଆପେ ଥଣ୍ଡା ହୋଇଥାଏ । ଯାହା ଫଳରେ ସିଲିଣ୍ଡର ଫାଟିବାର ଭୟ ନଥାଏ । ଆପଣ ଦେଖିଥିବେ କି, ସିଲିଣ୍ଡର ଯେଉଁ କମ୍ପାନୀର ହେଉ ନା କାହିଁକି ସବୁର ରଙ୍ଗ ଏବଂ ଆକାର ଏକା ଭଳି ହୋଇଥାଏ । ଘରୋଇ ସିଲିଣ୍ଡରର ରଙ୍ଗ ଲାଲ ହୋଇଥାଏ ।

ତେବେ ଲାଲ ରଙ୍ଗ ହେବାର କାରଣ ହେଉଛି ସିଲିଣ୍ଡରରୁ ଦୂରରୁ ମଧ୍ୟ ଅତି ସହଜରେ ଦେଖା ଯାଇପାରିବ । ଏହାସହ ପରିବହନରେ ମଧ୍ୟ ଏହା ସହଜ ହୋଇଥାଏ । ତେବେ ଗ୍ଯାସ ଲିକ୍ ହେଲେ କାହିଁକି ଗନ୍ଧ ହୋଇଥାଏ ଜାଣିଛନ୍ତି କି ? ଆପଣ ଜାଣିଥିବେ କି ଏଲପିଜି ଗ୍ଯାସର କୌଣସି ବାସ୍ନା ବା ଗନ୍ଧ ନଥାଏ । ଏଭଳି ସ୍ଥିତିରେ ଯଦି କେବେ ଗ୍ଯାସ ଲିକ୍ ହୁଏ ତେବେ ବଡ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ ।

ତେଣୁ ସିଲିଣ୍ଡରରେ ଗ୍ଯାସ ଭରିବା ବେଳେ ଇଥାଇଲ ନାମକ ଏକ ଗ୍ଯାସ ଭରି ଦିଆଯାଏ । ଯେଉଁଥି ପାଇଁ ଗ୍ଯାସ ଲିକ୍ କରିବା ମାତ୍ରେ ଗନ୍ଧ ହୋଇଥାଏ । ଏସବୁରୁ ଆପଣ ଜାଣି ପାରୁଥିବେ କି ଗ୍ଯାସ ସିଲିଣ୍ଡର ଗୁଡିକୁ କେତେ ସାବଧାନତାର ସହ ତିଆରି କରା ଯାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।