ଟ୍ରେନରେ ଯାତ୍ରୀଙ୍କୁ ଭିଡି ଆଣି ଗୋଇଠା ବିଧା ବିନ୍ଧି ପକେଇଲେ, ହେଲେ ଭଗବାନ ସହିଲେନି… ଦେଖନ୍ତୁ video

ଭିଡି ଆଣି ତଳେ ପକାଇ ଗୋଇଠା ବିଧା କଷି ଦେଇଗଲେ । ସରକାରୀ ପୋଜିଶନ ପାଇଛନ୍ତି ବୋଲି ମଣିଷପଣିଆ ଭୁଲିଗଲେ । ପାୱାର ଓ ପୋଜିଶନ ପାଇଲେ ମଣିଷ କିଭଳି ହିତାହିତ ଜ୍ଞାନ ହରେଇ ବସେ ଏହି ଦୃଶ୍ୟ ତାହା ବୟାନ କରୁଛି । ଟ୍ରେନରେ ଯାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଦୁଇ ଟିଟିଆଇ । ଦୁର୍ବ୍ୟବହାର ପାଇଁ ରେଳବାଇ ପକ୍ଷରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁର୍ଦ୍ଦାନ୍ତ ଟିଟିଆଇ ଙ୍କୁ ଭାରତୀୟ ରେଳବାଇ ନିଲମ୍ବିତ କରିଛି ।

କିଛିଦିନ ତଳେ ଏକ ଟ୍ରେନରେ ଦୁଇଜଣ ଟିଟିଆଇ ଯାତ୍ରୀଙ୍କ ସହ ଅସଦାଚରଣ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଗତ ଜାନୁୟାରୀ 2 ତାରିଖ ରାତିରେ ମୁମ୍ବାଇରୁ ବିହାରର ଜୟନଗର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବିହାରର ମୁଜାଫରପୁରରେ ଜଣେ ଯାତ୍ରୀଙ୍କ ପ୍ରତି ଏଭଳି ଅସଦାଚରଣ ହୋଇଥିବା ଅଭିଯୋଗ ରହିଛି । ଟ୍ରେନ ଚାଲିଥିବା ବେଳେ ସମ୍ପୃକ୍ତ ଯାତ୍ରୀ ଓ ଟିଟିଆଇ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏତିକି ବେଳେ ଅନ୍ୟ ଜଣେ ଯାତ୍ରୀ ଏହାର ଭିଡିଓ ଉତ୍ତୋଳନ କରି ନେଇଥିଲେ । ଏହି ଭିଡିଓରେ ଦେଖିବାକୁ ମିଳିଛି କି ଯାତ୍ରୀଜଣକ ଟ୍ରେନ ଉପର ବର୍ଥରେ ବସିଥିବା ବେଳେ ଜଣେ ଟିଟିଆଇ ଆସି ତାଙ୍କ ଗୋଡ ଟାଣିଥିଲେ । ଯାତ୍ରୀଜଣକ ସହଯୋଗ ନ କରିବାରୁ ସେହି ଟିଟିଆଇଙ୍କ ସହ ଆଉ ଜଣେ ଟିଟିଆଇ ଆସି ଯୋଗ ଦେଇଥିଲେ । ଦୁହେଁ ମିଶି ଉକ୍ତ ଯାତ୍ରୀଙ୍କୁ ଉପରୁ ଘୋଷାଡ଼ି ତଳେ ପକାଇ ଦେଇଥିଲେ ଓ ତା’ପରେ ଉଭୟ ମିଶି ଯାତ୍ରୀଙ୍କୁ ନିର୍ମମ ଭାବେ ପିଟିଥିଲେ ।

ତେବେ ଯାତ୍ରୀଜଣକ ବିନା ଟିକେଟରେ ଯାତ୍ରା କରୁଥିବା ଜାଣିବା ପରେ ଏନେଇ ଟିଟିଆଇ ତାଙ୍କୁ ପ୍ରଶ୍ନ କରିବାରୁ ଏଭଳି ଉତ୍ତେଜନାଜନକ ସ୍ଥିତି ଉତ୍ପନ୍ନ ହୋଇଥିଲା । ସେ ଯାହା ବି ହେଉ ଟିଟିଆଇ ଏହାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପାରିଥାନ୍ତେ । କିନ୍ତୁ ଏହା ନକରି ନିଜେ ଆଇନକୁ ହାତକୁ ନେଇଥିଲେ । ତେବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କରି ସମ୍ପୃକ୍ତ ଦୁଇ ଟିଟିଆଇଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ରେଳବାଇ ମୁଖପାତ୍ର ।

ଏଭଳି ଘଟଣା ଘଟିବା ବେଳେ ସେହି ବଗିରେ ଅନେକ ଯାତ୍ରୀ ଉପସ୍ଥିତ ଥିଲେ ବୋଲି ଭିଡିଓରେ ଦେଖିବାକୁ ମିଳିଛି । ଏସବୁ ଘଟଣା ଭାରତୀୟ ରେଳବାଇ ପାଇଁ ଏକ ଲଜ୍ଜାଜନକ ବିଷୟ ବୋଲି ଲୋକେ କଥା ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।