ଲେଡି ବ୍ଲାକମେଲର Archana Nag ଙ୍କ ନୂଆ କାର୍ ସୋରୁମ୍ ରେ 3 ମନ୍ତ୍ରୀ, 11 ବିଧାୟକ ଓ IAS ଅଫିସର ଜଣକ କିଏ ? ଅର୍ଚ୍ଚନାଙ୍କ ଡାଏରୀ ଖୋଲିଦେଲା ସବୁ ରାଜ୍

ଗତ କିଛି ମାସ ଧରି ପ୍ରାୟ ପ୍ରତିଦିନ ସୁନ୍ଦରୀ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପଦାକୁ ନୂଆ ତଥ୍ୟ ଆସିବାରେ ଲାଗିଛି । ଆଉ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଉଛି । ସୂଚନା ଅନୁଯାୟୀ 2022 ମାର୍ଚ୍ଚରେ ଏକ ନୂଆ କାର୍ ସୋରୁମ୍ ଉଦଘାଟନ କରିଥାନ୍ତେ ଅର୍ଚ୍ଚନା । ଏଥିପାଇଁ ଏକ କମ୍ପାନୀ ମଧ୍ୟ ତିଆରି କରିଥିଲେ ଅର୍ଚ୍ଚନା । ତେବେ ଖାସ୍ କଥା ହେଲା ଏଥିରେ 3ଜଣ ମନ୍ତ୍ରୀ, 11ଜଣ ବିଧାୟକ ଓ ଜଣେ ଆଇଏଏସ ଅଫିସର ଅର୍ଚ୍ଚନାଙ୍କ ସହଯୋଗୀ ରହିଥାନ୍ତେ ।

ଅର୍ଚ୍ଚନାଙ୍କ କାର୍ ସୋରୁମ୍ ପାଇଁ ଏମାନେ କୁଆଡେ ପଇସା ଦେଇଥାନ୍ତେ । ଆଉ ଏମିତି ଏକ ବିସ୍ଫୋରକ ଖବର ସାମ୍ନାକୁ ଆସିବା ପରେ ସମସ୍ତେ କୁହାକୁହି ହେଉଛନ୍ତି କି ସେହି ମନ୍ତ୍ରୀ, ବିଧାୟକ ଓ ଆଇଏଏସ ଅଫିସର କିଏ । ଯେଉଁମାନେ ସୁନ୍ଦରୀ ଅର୍ଚ୍ଚନା ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜି ଥିଲେ । ଅର୍ଚ୍ଚନାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଜେରା କରାଯିବା ପରେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି ।

ଜେରା ପରେ ଇଡି ଜାଣିବାକୁ ପାଇଛି କି କଟକ- ଭୁବନେଶ୍ବର ମଝିରେ ଏକ ଦେଢ ଏକରର ଜମି ଚିହ୍ନଟ କରିଥିଲେ ସୁନ୍ଦରୀ ଅର୍ଚ୍ଚନା । ଆଉ ସେହି ଜାଗାରେ ହିଁ ସେ ନୂଆ କାର୍ ସୋରୁମ୍ ଖୋଲିଥାନ୍ତେ । ଏହି ସୋରୁମ୍ ପାଇଁ 3 ମନ୍ତ୍ରୀ, 11 ବିଧାୟକ ଓ ଜଣେ ଆଇଏଏସ ଅଫିସର ସହ ସେ ଆଲୋଚନା କରିଥିଲେ । ସେମାନେ ବି ଅର୍ଚ୍ଚନାଙ୍କୁ ସଂପୂର୍ଣ୍ଣ ସହଯୋଗର ହାତ ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ସେହି ସମୟରେ ପଞ୍ଚାୟତ ନିର୍ବାଚନ ଥିବାରୁ ନେତାମାନେ ଟଙ୍କା ଦେବାରେ ଟିକେ ବିଳମ୍ବ କରି ଦେଇଥିଲେ । ସେଥିପାଇଁ ଅର୍ଚ୍ଚନା ସୋରୁମ୍ ପାଇଁ ଜାଗା କିଣି ପାରି ନଥିଲେ । ଫଳରେ ତାଙ୍କ କାର୍ ସୋରୁମ୍ ତିଆରି ଆଶା ଟିକେ ମଉଳି ଯାଇଥିଲା । ସବୁଠୁ ବଡ କଥା ହେଲା ଅର୍ଚ୍ଚନାଙ୍କ ଠାରୁ ଜବତ ହୋଇଥିବା ଡାଏରୀରେ ସେ ସୋରୁମ୍ ର ଆକଳନ, ନିବେଶକାରୀଙ୍କ ଠାରୁ କେତେ ଟଙ୍କା ଆସିବ, କେଉଁ କାମରେ କେତେ ଟଙ୍କା ଲାଗିବ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ଯାହା ଇଡି ହାତରେ ଲାଗିସାରିଛି । ତେବେ ଦେଖିବାକୁ ବାକି ରହିଲା ସେହି ମନ୍ତ୍ରୀ, ବିଧାୟକ ଓ ଆଇଏଏସ ଅଫିସର କେବେ ଇଡି ଅଫିସକୁ ଆସୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।