ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ବଡ ଖୁସି ଖବର, ଏବେ ପ୍ରସବ ସମୟରେ ଆଉ ଜଣାପଡିବ ନାହିଁ କୌଣସି ଯନ୍ତ୍ରଣା

ଗୋଟେ ପିଲା ଜନ୍ମ କଲାବେଳର ଯନ୍ତ୍ରଣା କେବଳ ତାକୁ ଜନ୍ମ କରୁଥିବା ମହିଳା ହିଁ ଜାଣିପାରେ । ତାଙ୍କ ବ୍ୟତୀତ ପ୍ରସବ କରାଉଥିବା ଡକ୍ଟର ଓ ନର୍ସ ମାନେ ଏହି ଯନ୍ତ୍ରଣାକୁ କିଛି ମାତ୍ରାରେ ଜାଣିପାରିଥାନ୍ତି । କିନ୍ତୁ ଏବେ ଡାକ୍ତରୀ ବିଜ୍ଞାନ ଦ୍ଵାରା ଆସିଛି ଏକ ନୂଆ ଉପାୟ ଯାହା ଦ୍ଵାରା ପ୍ରସବ କରିବା ସମୟରେ ଗର୍ଭବତୀ ଜଣଙ୍କୁ ଗର୍ଭ ଯନ୍ତ୍ରଣା ଜଣାପଡ଼ିବ ନାହିଁ । ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ ପୁରା ବିଶ୍ୱରେ କିଛି ନା କିଛି ପରିବର୍ତ୍ତନ ହେବାର ଦେଖିବାକୁ ମିଳୁଛି । ସବୁଠୁ ଅଧିକ ବିଜ୍ଞାନର ଅଗ୍ରଗତି ଚିକିତ୍ସା ବିଭାଗରେ ଦେଖିବାକୁ ମିଳୁଛି । ଯାହା ଦ୍ଵାରା ଅସାଧ୍ୟ ରୋଗର ଚିକିତ୍ସା ମଧ୍ୟ ସହଜରେ ସାଧନ ହୋଇପାରୁଛି ।

କିନ୍ତୁ ବିଶ୍ୱରେ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଡେଲିଭରି ସମୟରେ ଯାନ୍ତ୍ରଣରୁ ମୁକ୍ତି ଦେବା ପାଇଁ ଆସୁଛନ୍ତି ବ୍ରିଟେନରୁ ଡାକ୍ଟରମାନେ ସେମାନେ ଗୋଟେ ଗବେଷଣା କରି ସେଥିରେ ଉପନିତି ହୋଇଛନ୍ତି । ଯୋଉଥିପାଇଁ ଏହି ଗବେଷଣା କରୁଥିବା ଟିମକୁ ସାରା ବିଶ୍ବରୁ ପ୍ରଶଂସା କରାଯାଉଛି । ବ୍ରିଟେନ୍‌ରେ ଏକ ହସ୍ପିଟାଲରେ ପ୍ରଥମଥର ପାଇଁ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା କମାଇବାକୁ ଏହି ନୂଆ ପଦକ୍ଷେପ ନିଆଯାଇଛି ।

ଏଠାରେ ନ୍ୟାସନାଲ ହେଲ୍ଥ ସର୍ଭିସ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭର୍ଚୁଆଲ ରିୟଲିଟି ହେଡସେଟ୍ ପିନ୍ଧିବାକୁ ଦିଆଯାଉଛି । ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମ୍‌କୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ତାଙ୍କର ନଜର ହଟିଯିବ । ମାତ୍ର ୭ ମିନିଟ୍ ପାଇଁ ଗର୍ଭବତୀଙ୍କୁ ଏହି ହେଡସେଟ୍ ପିନ୍ଧିବାକୁ ପଡିବ । ଏହି ସମୟରେ ଭିଆରରେ ଲାଇଟିଂ, ସମୁଦ୍ର ଲହଡି, ମଙ୍ଗଳ ଗ୍ରହରେ ପାଦ ଥାପିବା, ପେଙ୍ଗୁଇନମାନଙ୍କ ଗହଣରେ ଥିବା ଭଳି ଗର୍ଭବତୀଙ୍କୁ ଅନୁଭବ ହେବ ।

ଏଥି ସହିତ ମନକୁ ଶାନ୍ତ ରଖିବା ପାଇଁ ଗର୍ଭବତୀମାନେ ସଂଗୀତ ମଧ୍ୟ ଶୁଣିପାରିବେ । ଏହା ପ୍ରଥମେ ୱେଲ୍ସର ସମସ୍ତ ହସ୍ପିଟାଲରେ ଲାଗୁ କରାଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।