ଗରମ ପାଇଁ AC କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର, ଏବେ 5 ଶହ ଟଙ୍କାରେ ମିଳୁଛି ମିନି AC! ଦେଖନ୍ତୁ ଏହାର Feature

୫ ଶହ ଟଙ୍କାରେ ଏସିର ମଜା । ଗୋଟିଏ ଗ୍ଳାସ ପାଣିରେ ଥଣ୍ଡା ହେଇଯିବ ପୁରା ରୁମ୍ । ହଁ ଦର୍ଶକ ବନ୍ଧୁ ଦାମ ସହ ଆକାରରେ ମଧ୍ୟ ଛୋଟ ଏହି ମିନି ଏସି । ଆପଣଙ୍କୁ ଏହି କଥା ଟି ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବା ଆଉ ଆପଣ ଭାବୁଥିବେ ସତରେ କଣ ଏମିତି ମିନି ଏସି ବାହାରି ପାରେ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସାଧାରଣତଃ ଖରା ଦିନରେ ଫ୍ୟାନ, ଏସି ଏବଂ କୁଲରର କେତେ ଯେ ଆବଶ୍ୟକ ରହିଛି ତାହା ସମସ୍ତଙ୍କୁ ଜଣା ।

ଗରମ ଆରମ୍ଭ ହେବାରୁ ସମସ୍ତେ ଥଣ୍ଡା ପବନ ଦେଉଥିବା ଇଲେକ୍ଟ୍ରି ସାମଗ୍ରୀର ବ୍ୟବସ୍ଥା କରି ଦିଅନ୍ତି । ତେବେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ସାରିଛି । ଦ୍ଵିପହର ସମୟରେ ଟାଣ ଖରା ହେଉଛି । ଘରେ ଘରେ କୁଲର, ଏସି ଏବଂ ଫ୍ୟାନ ଚାଲୁ ହେଇ ଗଲାଣି । କିନ୍ତୁ ସବୁ ସ୍ଥାନରେ ଥଣ୍ଡା ପବନ ମିଳିବା କଷ୍ଟ ହୋଇ ପଡୁଛି । କିଚେନ ରେ କାମ ହେଉ ବା ଘରର କୌଣସି କୋଣରେ ସେଠାରେ ପବନ ପହଞ୍ଚିବା କଷ୍ଟ ହେଇ ଯାଉଛି । ଏହାକୁ ନଜର ରେ ରଖି ଏବେ ବଜାର ରେ ନୂଆ ଦମଦାର ଏସି ଆସିଛି ।

ଯାହା ବର୍ତ୍ତମାନର କୌଣସି ବି ଏୟାର କଣ୍ଡିସନର ଠାରୁ ବହୁତ ଛୋଟ । ସାମଗ୍ରୀ ଟି ଆକାରରେ ଛୋଟ ହେଲେ ବି ତାର କାମ କିନ୍ତୁ ଦମଦାର ରହିଛି । ଯଦି ଆପଣ କମ ବିଜୁଳିରେ ଅଧିକ ପବନ ଦେଉଥିବା ପୋଟେବୁଲ କୁଲିଙ୍ଗ ଡିଭାଇସ ଖୋଜୁ ଛନ୍ତି ତେବେ ପୋଟେବୁଲ କୁଲିଙ୍ଗ ଏହି ମିନି ଏସି ଆପଣ ମାନଙ୍କ ପାଇଁ । କମ ଦାମ ବିଶିଷ୍ଟ ଏହି ପୋଟେବୁଲ ଏୟାର କଣ୍ଡିସନର ଏସି ରୁମ୍ କୁ ମାତ୍ର କିଛି ମିନିଟରେ ଥଣ୍ଡା କରି ଦେବ ।

ପାଠ ପଢିବା ସମୟରେ ବା କାମ କରିବା ସମୟରେ ଏହି ମିନି ଏସି ଦମଦାର ପ୍ରମାଣିତ ହୋଇପାରେ । ଏହାକୁ ଅନ ଲାଇନ କିମ୍ବା ଅଫ ଲାଇନରେ କିଣି ହେବ । ଦାମ ୫୦୦ ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଅଲଗା ଅଲଗା ଡିଜାଇନ ରେ ଯାହାକୁ କିଣି ହେବ । ଏହାର ଦାମ 500 ଟଙ୍କା ରୁ କମ ବା 2000 ଟଙ୍କା ରୁ ଅଧିକ ହୋଇପାରେ ।

ଏଥିପାଇଁ ଆପଣଙ୍କୁ ବରଫ କିମ୍ବା ପାଣି ବ୍ୟବହାର କରି ପାରିବେ । ଏହା ଜରିଆରେ ଏହି ମେସିନ କୁଲିଙ୍ଗ ଦେବ । ଷ୍ଟଡି ଟେବୁଲ ବା ଅଫିସରେ କାମ କରୁଥିବା ଲୋକଙ୍କ ପାଇଁ ଏହି ଡିଭାଇସ ଅତି ଉତ୍ତମ ସାବ୍ୟସ୍ତ ହୋଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।