ଆମେ 2 ବର୍ଷ ପ୍ରେମ କରି ବାହା ହେଲୁ, ଆଜି ତାକୁ କିଏ ନେଇ ଯାଇଛି ଓ ମୁଁ ତାକୁ…. ଦେଖନ୍ତୁ କଣ କହୁଛନ୍ତି ଯୁବକ ଜଣଙ୍କ

କୋଲକାତାରେ ଆମେ ଦୁଇ ଜଣ ଯାଇ ବାହା ହୋଇଥିଲୁ । ହେଲେ ଏବେ ମୋ ସ୍ତ୍ରୀ କୁ କିଏ ନେଇ ଯାଇଛି ମୁଁ ଜାଣି ପାରୁ ନାହି । ମୋ ସ୍ତ୍ରୀ କୁ ମୁଁ କେତେ ଖୋଜୁଛି ହେଲେ ତାକୁ କେଉଁଠି ପାଉନି । ଆମ ଦୁଇ ଜଣଙ୍କର ଗତ 2 ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ଆମେ ଦୁଇ ଜଣ ପରସ୍ପର କୁ ବହୁତ ଭଲ ପାଉଥିଲୁ ।

ହେଲେ ଆମ ପରିବାର ଆମ ସଂପର୍କକୁ କେବେ ମାନ୍ୟତା ଦେଉ ନ ଥିଲା । ଆମେ ବାହା ହେବାକୁ ଚାହିଁଲେ କେହି ବି ରାଜି ହେଉ ନ ଥିଲେ । ଆଉ ଯେବେ ସେ ଘରୁ ଆସିଥିଲା ତାକୁ ନେଇ ମୁଁ କୋଲକାତାରେ ବାହା ହୋଇଥିଲି । ହେଲେ ସେଠାରୁ ସେ ଏବେ ନିଖୋଜ ଅଛି । ସେ କୁଆଡେ ଗଲା ମୁଁ ଏବେ ଖୋଜି ପାଉନି ।

ହଁ ଦର୍ଶକ ବନ୍ଧୁ ଯୁବତୀଙ୍କ ନାଁ ଲକ୍ଷ୍ମୀପ୍ରିୟା ଯିଏ କି ଗୋପାଳ ବେହେରାଙ୍କୁ ଭଲ ପାଉଥିଲେ । 2 ବର୍ଷର ପ୍ରେମ ସମ୍ପର୍କ ପରେ ଦୁହେଁ ନିସ୍ପତି ନେଇଥିଲେ ଘରେ ରାଜି ନ ହେଲେ ବି ବାହା ହେବା ପାଇଁ । ସେଥିପାଇଁ କୋଲକାତା ଯାଇ ବାହା ହୋଇଥିଲେ ଉଭୟ ଯାହାର ଫୋଟୋ ଓ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବାହାଘର ପରେ ସବୁ କିଛି ଠିକ ଥିଲା । କିନ୍ତୁ ମଝିରେ ଝିଅର ମାମୁଁ ଫୋନ କରି କହୁଥିଲେ ତୁ ମୋ ଭାଣିଜୀକୁ ନେଇ ଯେଉଁଥି ରଖିଛୁ ରଖେ ତୁ ତା ଶହ ଯେତେ ସମ୍ପର୍କ ରଖୁଛୁ ରଖ କିନ୍ତୁ ମୁଁ ତାକୁ ତୋ ଠାରୁ ଛଡାଇ ଆଣିବି । ଆଉ ଦେଖୁ ଦେଖୁ ଆଜି ଯୁବକଙ୍କ ପାଖରେ ତାଙ୍କ ସ୍ତ୍ରୀ ନାହାନ୍ତି । ତେବେ ଯୁବତୀ ଙ୍କ ଘର ହେଉଛି ହଋସଣ୍ଠା ରେ । ଦୁହିଙ୍କ ଭିତରେ ଯେବେ ପ୍ରେମ ସମ୍ପର୍କ ଚାଲିଥିଲା ସେହି ସମୟରେ କଥା ଉଠିଥିଲା ବାହାଘରର ।

ଆଉ ସେତେବେଳେ ବାହାଘର କଥାକୁ ସିଧା ସିଧା ମନା କରି ଦେଇଥିଲେ ଝିଅ ଘର ଲୋକେ । ଆଉ ତା ପରେ ଝିଅକୁ ମାଡ ଧର କରିବା ସହ ଅନେକ କଥା କହିଥିଲେ ପରିବାର ଲୋକେ । ଯାହାକୁ ଲକ୍ଷ୍ମୀପ୍ରିୟା ସହିପାରୁ ନ ଥିଲେ । ଆଉ ଗୋପାଳଙ୍କୁ ଜଣାଉଥିଲେ । ଲକ୍ଷ୍ମୀପ୍ରିୟା କହିଥିଲେ ଘରୁ ପଳାଇବେ ବୋଲି । ଆଉ ତା ପରେ ଦୁହେଁ କୋଲକାତାରେ ବାହା ହୋଇଗଲେ ।

ଆଉ ବାହାଘର ପରେ ସବୁ କିଛି ଠିକ ଠାକ ଚାଲିଥିଲା କିନ୍ତୁ ଏବେ ଗୋପାଳଙ୍କ ସ୍ତ୍ରୀ ତାଙ୍କ ପାଖରେ ନାହାନ୍ତି । କୁଆଡେ ଗଲା ତାକୁ ନେଇ ଚିନ୍ତାରେ ଗୋପାଳ । ଆଉ ଗୋପାଳ ସନ୍ଦେହ କରୁଛନ୍ତି ଝିଅର ମାମୁଁ ଯେମିତି ଧମକ ଦେଉଥିଲେ ହୁଏ ତ ସେ ଉଠାଇ ନେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେତେ ଜଲ୍ଦି ଜଣା ପଡୁଛି ଲକ୍ଷ୍ମୀପ୍ରିୟା ଏବେ କେଉଁଠି ଅଛନ୍ତି ? ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।