ବନ୍ଦ ହୋଇଗଲା କି 2000 ଟଙ୍କିଆ ଗୋଲାପୀ ନୋଟ ? ATMରୁ ଆଉ ବାହାରୁନି 2000 ଟଙ୍କିଆ ନୋଟ !

ବନ୍ଦ ହୋଇଗଲା 2 ହଜାର ଟଙ୍କିଆ ଗୋଲାପି ନୋଟ । ଏଟିଏମ ରୁ ଆଉ ବାହାରୁନି 2 ହଜାର ଟଙ୍କିଆ ନୋଟ । ବଜାରରେ ବି ଦେଖିବାକୁ ଆଉ ମିଳୁ ନାହି । ହଁ ଦର୍ଶକ ବନ୍ଧୁ ଏଟିଏମ ରେ ନାହି କି ବଜାରରେ ବି ଆଉ ଦେଖାଯାଉ ନାହି ଏହି ଗୋଲାପି ରଙ୍ଗର 2 ହଜାର ଟଙ୍କିଆ ନୋଟ ।2016ରେ ମୁଦ୍ରା ବିମୁକିକରଣ ହୋଇଥିଲା । 500 ଓ 1000 ଟଙ୍କିଆ କୁ ବନ୍ଦ କରି ଦିଆ ଯାଇଥିଲା । 500 ଟଙ୍କିଆର ନୂଆ ଢାଞ୍ଚା ବାହାରିବା ସହ 1000 ଟଙ୍କିଆ କୁ ପୁରା ପୁରୀ ବନ୍ଦ କରି ଦିଗାଲା । ଆଉ ଏହା ବଦଳରେ 2000 ଟଙ୍କା ନୋଟ ବାହାର କରିଥିଲେ କେନ୍ଦ୍ର ସରକାର ।

କିନ୍ତୁ ମାତ୍ର 2 ରୁ 3 ବର୍ଷ ଭିତରେ ଆଉ ଦେଖାଯାଉ ନାହି 2000 ଟଙ୍କିଆ ନୋଟ । ନା ଏଟିଏମ ରୁ ବାହାରୁଛି ନା ବଜାର ରେ ଦେଖିବାକୁ ମିଳୁଛି । ଲୋକେ ଭାବିଲେଣି ଏହି ନୋଟ ଏବେ ବନ୍ଦ ହୋଇ ଯାଇଛି । ତେବେ 2000 ଟଙ୍କିଆ ନୋଟ ଦେଖାଯାଉ ନ ଥିବାର ମୂଳ କାରଣ ହେଉଛି 2000 ଟଙ୍କିଆ ନୋଟ ଏବେ ପାଲଟିଛି କଳା ଧନର ସଉଦାଗର । କାରଣ ଅଳ୍ପ ସ୍ଥାନରେ ଅଧିକ ଟଙ୍କା ସଂଗ୍ରହ କରିବାରେ ସହାୟକ ହେଉଛି ଏହି 2000 ଟଙ୍କିଆ ନୋଟ । ଯାହାକୁ ବଡ ବଡିଆ ଲୋକେ ତକିଆ ତଳେ ମାଡି ରଖିଥିବା ଲୋକେ ଅଭିଯୋଗ କରି ଲେଣି । ସେପଟେ ଏ ନେଇ ସରକାର ସୂଚନା ଜାରି କରିଛନ୍ତି ।

ଅର୍ଥ ମନ୍ତ୍ର ନିର୍ମଳା ସୀତାରମଣ କହିଛନ୍ତି ଯେ ଏଟିଏମ ରେ 2000 ଟଙ୍କିଆ ନୋଟ ନ ଭରିବାକୁ ବ୍ଯାଙ୍କ କୁ ନିର୍ଦ୍ଦେଶ ଦିଆଯାଇ ନାହି । ସୀତାରମଣ କହିଛନ୍ତି ଯେ ବ୍ଯାଙ୍କ ଉପରେ ନିର୍ଭର କରେ ଯେ ସେ କେଉଁ ନୋଟ କେତେ ପରିମାଣରେ ରଖିବେ । ତେବେ ଟଙ୍କା ଛପା କୁ ନେଇ ସୀତାରମଣ କହିଛନ୍ତି କି ଆର୍ଥିକ ବର୍ଷ 2019 ରୁ 2020 ଏବଙ 2020 ରୁ 2021 ଏବଂ 2021 ରୁ 2022 ମଧ୍ୟରେ ଗୋଟିଏ ବି ହେଲେ 2000 ଟଙ୍କିଆ ନୋଟ ଛପା ଯାଇ ନାହି । ଯାହା 2016 ରୁ 2018 ମହଦ୍ଯରେ ଛପା ଯାଇଥିଲା ।

ସେପଟେ 2022 ରେ ଏହା ଆକଳନ କରାଯାଇ ଥିଲା କୁ ମୋଟ ଛପା ହୋଇଥିବା ନୋଟ ମଧ୍ୟରୁ 2000 ଟଙ୍କିଆ ନୋଟ ମାତ୍ର 13.8 ପ୍ରତିଶତ ଛପା ଯାଇଥିଲା । କିନ୍ତୁ ଏବେ 13.8 ପ୍ରତିଶତ 2000 ଟଙ୍କାଇ ନୋଟ ଆଉ ଦେଖିବାକୁ ମିଳୁ ନାହି । ସେହି ସବୁ ନୋଟ କୁଆଡେ ଗଲା ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏବେ ନୋଟ ନ ମିଳିବାର କାରଣ ହେଉଛି 2000 ଟଙ୍କିଆ କୁ ସଞ୍ଚୟ କରି ଦିଆ ଯାଇଛି । ଯେଉଁଥି ପାଇଁ ବଜାର ରେ ଆଉ ଦେଖିବାକୁ ମିଳୁ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।