ଏହି 3 ଟି ବଡ ସର୍ତ୍ତ କାରଣରୁ ଭାଙ୍ଗି ଯାଇଥିଲା Abhishek ଓ Karisma ନିର୍ବନ୍ଧ, ମା’ଙ୍କ କାରଣରୁ ସମ୍ପର୍କରେ ଆସିଥିଲା ଫାଟ

ବଲିଉଡରେ ଇଣ୍ଡଷ୍ଟ୍ରୀର ବଚ୍ଚନ ପରିବାର ଓ କପୁର ପରିବାର ଦୁଇଟି ଫେମସ ଓ ଶକ୍ତିଶାଳୀ ପରିବାର ବୋଲି କୁହାଯାଏ । ଯେମିତି କପୂର ପରିବାରରେ ବହୁ ପିଢୀ ଧରି ବଲିଉଡ ରେ ରାଜ କରୁଛନ୍ତି ସେମିତି ବଚ୍ଚନ ପରିବାର ନିଜ ଆକଟିଂ ର ଦମ ରେ ବଲିଉଡ ରେ ନିଜର ଏକ ଖାସ ଜାଗା ବନେଇ ପାରିଛନ୍ତି । ଦେଖିବାକୁ ଗଲେ ଘରୋଇ ସମ୍ପର୍କ ମଧ୍ୟ ଏହି ଦୁଇ ପରିବାର ମଧ୍ୟରେ ରହିଛି । ଏହି ଦୁଇ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଛି ।

କିନ୍ତୁ ସେମାନଙ୍କ ଭିତରେ ସେତେବେଳେ ଦୂରତା ଆସିଗଲା ଯେତେବେଳେ ଗୋଟେ ସମ୍ପର୍କ ଭାଙ୍ଗିଗଲା । ଏହା ଥିଲା ଅଭିଷେକ ବଚ୍ଚନ ଓ କରିସ୍ମା କପୂର ଙ୍କ ନିର୍ବନ୍ଧ । ଆପଣଙ୍କୁ ଜଣାଇ ଦେଉଛୁ କି କଣ ପାଇଁ ନିର୍ବନ୍ଧ ପରେ ସମ୍ପର୍କ ବାହାଘର ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ ।

୩ ଟି ସର୍ତ୍ତ ଯୋଗୁ ଭାଙ୍ଗିଗଲା ସମ୍ପର୍କ

ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ବଲିଉଡ ରେ ଦୁଇ ଜଣଙ୍କ ଭଲପାଇବା ବହୁତ ଚର୍ଚ୍ଚାକୁ ଆସିଥିଲା ଓ ଦୁଇ ଜଣଙ୍କ ପରିବାର ଲୋକେ ମଧ୍ୟ ରାଜି ହୋଇ ଯାଇଥିଲେ । ସେତେବେଳେ କରିସ୍ମା ଓ ଅଭିଷେକଙ୍କ ସମ୍ପର୍କର ଚର୍ଚ୍ଚା ସମସ୍ତଙ୍କ ପାଟିରେ ଥିଲା । ଏହା ପରେ ଅଭିଷେକ ଓ କରିସ୍ମାଙ୍କ ନିର୍ବନ୍ଧ ହୋଇଯାଇ ଥିଲା । କିନ୍ତୁ ଏହି ନିର୍ବନ୍ଧ ପରେ ବାହାଘର ହେଇ ପାରିଲା ନାହିଁ ଓ ସେମାନେ ଅଲଗା ହେଇଗଲେ । ତାଙ୍କ ନିର୍ବନ୍ଧ ଭାଙ୍ଗିବାର କାରଣ ମଧ୍ୟ ଅଛି । ଏମିତି କୁହାଯାଏ କି ଏମାନଙ୍କ ନିର୍ବନ୍ଧ ଭାଙ୍ଗିବାର ମୁଖ୍ୟ କାରଣ ଥିଲେ କରିସ୍ମାଙ୍କ ମା ।

ସୂଚନା ଅନୁସାରେ ଜଣାଯାଏ କି ଲୋକଙ୍କ କହିବା ଅନୁସାରେ ଜୟାଙ୍କୁ କରିସ୍ମାଙ୍କ ସାଙ୍ଗରେ କିଛି ସମସ୍ୟା ହେବାରେ ଲାଗିଥିଲା ଯାହା ଫଳରେ ଏହି ସମ୍ପର୍କ ଭାଙ୍ଗିଗଲା । ପୁଣି ପରେ ଜଣା ପଡିଲା ଯେ ଅସୁବିଧା ଜୟା ବଚ୍ଚନଙ୍କୁ ନୁହେଁ ବରଂ କରିସ୍ମାଙ୍କ ମା ବବିତାଙ୍କର ଥିଲା ।

କୁହାଯାଏ କି ବବିତା ତାଙ୍କ ସ୍ଵାମୀ ରଣଧୀର କପୁରଙ୍କ ଠାରୁ ଅଲଗା ରୁହନ୍ତି ଓ ଦୁଇ ଝିଅଙ୍କ ଲାଳନ ପାଳନ ସେ ଏକୁଟିଆ କରିଛନ୍ତି ।ଏହି କାରଣ ଯୋଗୁ ଝିଅମାନଙ୍କ ଝିଅମାନଙ୍କର ସବୁ କଥା ସେ ହିଁ ବୁଝୁଥିଲେ । ଝିଅ ଯେପରି ଶାଶୁଘରେ ଖୁସିରେ ରହିବ ସେଥିପାଇଁ ବବିତା ବଚ୍ଚନ ପରିବାର ଆଗରେ ତିନୋଟି ସର୍ତ୍ତ ରଖିଥିଲେ ଯାହା ପାଇଁ ଏହି ବାହାଘର ଭାଙ୍ଗିଗଲା ।

ଏହି ସର୍ତ୍ତ ରଖିଥିଲେ ବବିତା

ପ୍ରଥମ ସର୍ତ୍ତ ଥିଲା କି ନିର୍ବନ୍ଧ ପରେ ବଚ୍ଚନ ପରିବାରର ଅଧା ସମ୍ପତି କରିସ୍ମାଙ୍କ ନାମରେ ହେଉ ବୋଲି ସେ ବଚ୍ଚନ ପରିବାରକୁ କହିଥିଲେ । ଏହି କଥାରେ ବଚ୍ଚନ ପରିବାର ରାଜି ହୋଇ ନ ଥିଲେ ଓ ଏହା ପାଇଁ ମନା କରି ଦେଇଥିଲେ । ଗୋଟେ ରିପୋର୍ଟରୁ ଜଣା ପଡିଥିଲା କି ବବିତା ଆଉ ଦୁଇଟି ସର୍ତ୍ତ ରଖିଥିଲେ କରିସ୍ମା ଓ ଅଭିଷେକ ବାହାଘର ପରେ ପରିବାର ଠାରୁ ଦୂରରେ ଅଲଗା ରହିବେ । ପୁଣି ଶେଷ ସର୍ତ୍ତ ଥିଲା କି କରିସ୍ମାଙ୍କ କନ୍ୟା ଦାନ ତାଙ୍କ ବାପା ରଣଧୀର କରିବେ ନାହିଁ । ଏହି ସର୍ତ୍ତକୁ ମାନିବା ବଚ୍ଚନ ପରିବାରଙ୍କ ପାଇଁ ଅସମ୍ଭବ ଥିଲା । ଯେଉଁ କାରଣରୁ ଅଭିଷେକ ଓ କରିସ୍ମାଙ୍କ ସମ୍ପର୍କ ଭାଙ୍ଗିଗଲା । ବଲିଉଡର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ