ଗାଁରେ ନାହାନ୍ତି ଗୋଟିଏ ବି ଟୋକା କି ଭେଣ୍ଡା, ଘରେ ଘରେ ଝୁଲିଛି ତାଲା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ଏଠି ଘରେ ଘରେ ତାଲା ଝୁଲିଛି । ଗାଁ ଅଛି ହେଲେ ଲୋକ ନାହାନ୍ତି । ସିଧା ରଥରେ କହିଲେ ଏହି ଗାଁ ପୁରୁଷ ଶୂନ୍ୟ ହୋଇଛି । ଏହି ଛୋଟିଆ ଗାଁ ଟିରେ ସରକାରୀ ଯୋଜନାମାନ ଆଜି ବି ଅପହଞ୍ଚ । କେହି ଆଡ ଆଖିରେ ଏହି ଗାଁକୁ ନ ଚାହିଁବାରୁ ଗାଁଟି ଆଜି ବି ମୁରବି ବିହୀନ ହୋଇଯାଇଛି । ଏହି ଗାଁରେ କେବଳ ବୁଢା ବୁଢୀ, ପିଲା ଓ ସ୍ତ୍ରୀ ଲୋକ ଅଛନ୍ତି । କେହି ଟୋକା, ଭେଣ୍ଡା ବା ବାପା, ଦାଦା ଭଳି ଲୋକ ଏହି ଗାଁରେ ନାହାନ୍ତି । କାରଣ ଏହି ଗାଁର ଲୋକେ ପର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ।

ଦାଦନ ଖଟିଲେ ଯାଇ ପରିବାର ପେଟରେ ମୁଠେ ଦାନା ଦେଇପାରିବେ । ତେଣୁ ଏହି ଗାଁ ଆଜି ପୁରୁଷ ଶୂନ୍ୟ ହୋଇପଡିଛି । କେବଳ କେତେ ଜଣ ବୃଦ୍ଧ ବୃଦ୍ଧା ଓ କୁନିପିଲା ମାନେ ଏହି ଗାଁକୁ ଜଗି ରହିଛନ୍ତି । ଏହି ଗାଁର ନାମ ହେଉଛି ଉଦୟପୁର । ହେଲେ ସବୁ ସରକାରୀ ସୁବିଧା ଓ ଯୋଜନା ଏଠାରେ ଉଦୟ ହୋଇ ସୁଦ୍ଧା ହୋଇପାରିନି । ତେବେ ଏହି ଗାଁଟି ଅଛି ନବରଙ୍ଗପୁରରେ । ଚାଷବାସ ବେଳେ କିଛିଟା ପୁରୁଷଙ୍କୁ ଏହି ଗାଁରେ ଦେଖିବାକୁ ମିଳେ ।

ଏହାପରେ ଆନ୍ଧ୍ରା ଓ ବିଶାଖାପାଟଣା ଆଦିକୁ ଦାଦନ ଖଟିବାକୁ ଚାଲିଯାନ୍ତି ଏଠାକାର ଟୋକା ଓ ଭେଣ୍ଡିଆ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତରେ ଏହି ଗାଁ ରହିଛି ଓ 200 ଜନସଂଖ୍ୟା ବିଶିଷ୍ଟ ଦୁଇଟି ୱାର୍ଡ ଏହି ଗାଁରେ ରହିଛି । ଏଠାକାର ଲୋକେ କୁଲି, ମଜୁରି କଲେ ଯାଇ ଏମାନଙ୍କ ପରିବାର ଚଳେ ।

ଉଦୟପୁର ଗାଁରେ କୌଣସି ନିଯୁକ୍ତି ନାହିଁ କି ସର୍ବନିମ୍ନ ସରକାରୀ ସୁବିଧା ବି ପହଞ୍ଚି ପାରିନି । ତେଣୁ ଗାଁର 40 ପ୍ରତିହସତ ଲୋକ ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଆଦି ସ୍ଥାନକୁ ଚାଲି ଯାଉଛନ୍ତି । ଏହି ଗାଁର ଅବସ୍ଥା କେହି ତଦାରଖ କରୁନାହାନ୍ତି କି କେହି ତାଙ୍କ ଦୁଃଖ ଶୁଣୁ ନାହାନ୍ତି । ଏହାକୁ ନେଇ ତେନ୍ତୁଳିଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ କହିଛନ୍ତି କି, ଗାଁରେ ଏବେବି ଲୋକ ଅଛନ୍ତି କେବଳ ମଧ୍ୟବୟସ୍କ ମାନେ ଦାଦନ ଖଟିବାକୁ ଯାଇଛନ୍ତି ।

ତେବେ ଏହି ଗାଁର ସ୍ଥିତି ଆମେ ନିଶ୍ଚୟ ତଦାରଖ କରିବୁ ଓ ସରକାରୀ ସୁବିଧା ତଥା ବୃତ୍ତି ଯୋଗାଇ ଦେବାକୁ ଉଦ୍ୟମ କରିବୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।