ଆପଣଙ୍କ ସିଲିଣ୍ଡରରେ ଆଉ କେତେ ଗ୍ଯାସ ଅଛି ଏହି ସହଜିଆ ଟ୍ରିକ ଦ୍ଵାରା ଚୁଟକିରେ ଜାଣନ୍ତୁ, ରୋଷେଇ କରୁ କରୁ ଗ୍ଯାସ ଶେଷ ହେବାର ଆଉ ଟେନସନ ନାହିଁ

ଖାଦ୍ୟ ପ୍ରସ୍ତୁତିକୁ ସହଜ ଓ ସୁବିଧା କରିପାରିଛି ଇନ୍ଧନ ଗ୍ଯାସ ବା ଏଲପିଜି ସିଲିଣ୍ଡର । ପୂର୍ବେ କାଠଚୁଲି କିମ୍ବା ଷ୍ଟୋଭରେ ରୋଷେଇ କରିବା ପାଇଁ ଅନେକ ସମୟ ଲାଗୁଥିଲା । ହେଲେ ବର୍ତ୍ତମାନ ଏଲପିଜି ସିଲିଣ୍ଡର ଗ୍ଯାସର ବ୍ୟବହାର ଯୋଗୁଁ ଖାଦ୍ଯ ପ୍ରସ୍ତୁତି ସହଜରେ ହେଉଛି । ହେଲେ ଅନେକ ଥର ଖାଦ୍ଯ ପ୍ରସ୍ତୁତି ବେଳେ ଗ୍ଯାସ ଶେଷ ହୋଇଯିବା ଭଳି ସମସ୍ଯା ଦେଖିବାକୁ ମିଳିଥାଏ । ଫଳରେ ରୋଷେଇ ଅଧାରୁ ବାଧାପ୍ରାପ୍ତ ହୁଏ ।

ପ୍ରତି ଘରେ ପାଣି ଏବଂ ଖାଦ୍ୟ ରୋଷେଇ ଓ ଗରମ ଲାଗିବା ଲାଗି ଶୀତଦିନେ ଅଧିକ ଗ୍ଯାସ ବ୍ୟବହାର ହୋଇଥାଏ । ତେଣୁ ଶୀତଦିନେ ଶୀଘ୍ର ଗ୍ଯାସ ସରିଯାଏ । ତେଣୁ ସିଲିଣ୍ଡରରେ ଆଉ କେତେ ଗ୍ଯାସ ଅଛି ତାହା ଯଦି ପୂର୍ବରୁ ଜଣା ପଡିଯାଏ ତେବେ ଏହି ଅସୁବିଧାକୁ ଏଡାଇ ହେବ । କିଛି ଲୋକ ସିଲିଣ୍ଡରକୁ ହଲେଇ ସେଥିରେ ଆଉ କେତେ ଗ୍ଯାସ ଅଛି ତାହା ଯାଞ୍ଚ କରନ୍ତି କିମ୍ବା ଚୁଲାରୁ ବାହାରୁଥିବା ନିଆଁ ରଙ୍ଗ ହଳଦିଆ ଦିଶିଲେ ଗ୍ଯାସ ସରି ଆସୁଛି ବୋଲି ଅନୁମାନ କରନ୍ତି ।

ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ ବତେଇବୁ ଯାହା ଦ୍ଵାରା ସିଲିଣ୍ଡରରେ ଆଉ କେତେ ଗ୍ଯାସ ଅଛି ତାହା ଆପଣ ସହଜରେ ଜାଣିପାରିବେ । ତେବେ ଏଥିପାଇଁ ଏକ ଓଦା କପଡାର ଆବଶ୍ୟକ । ପ୍ରଥମେ ଆପଣ ଓଦା କପଡାରେ ସିଲିଣ୍ଡରକୁ ସଂପୂର୍ଣ୍ଣ ଭାବେ ଘୋଡାଇ ଦିଅନ୍ତୁ ଓ କିଛି ସମୟ ଯାଏଁ ସେମିତି ଛାଡି ଦିଅନ୍ତୁ ।

କିଛି ମିନିଟ ପରେ ସିଲିଣ୍ଡର ଉପରୁ ଓଦା କପଡାକୁ କାଢି ନିଅନ୍ତୁ । ଏହାପରେ ଆପଣ ଦେଖିବାକୁ ପାଇବେ କି ଗ୍ଯାସ ସିଲିଣ୍ଡରର କିଛି ସ୍ଥାନ ଓଦା ରହିଥିବା ବେଳେ ଆଉ କିଛି ସ୍ଥାନ ସଂପୂର୍ଣ୍ଣ ଶୁଖିଲା ରହିଥିବ । ଏହାର କାରଣ ସିଲିଣ୍ଡରରେ ଯେତିକି ପରିମାଣର ଗ୍ଯାସ ରହିଛି ସେଇକି ଅଂଶ ଥଣ୍ଡା ରହିଥାଏ । ତେଣୁ ଏହି ସ୍ଥାନରେ ପାଣି ଶୁଖିବାକୁ କିଛି ସମୟ ଲାଗିଥାଏ ।

ସେମିତି ସିଲିଣ୍ଡରର ଯେତିକି ଅଂଶ ଖାଲି ଥାଏ ତାହା ପୂର୍ବ ଅପେକ୍ଷା ଗରମ ରହିଥାଏ, ତେଣୁ ସେହି ଜାଗାରେ ପାଣି ଶୀଘ୍ର ଶୁଖିଯାଏ । ଏଭଳି ଟ୍ରିକ ଦ୍ଵାରା ସିଲିଣ୍ଡରରେ ଆଉ କେତେ ଗ୍ଯାସ ବାକି ଅଛି ଆପଣ ଗୋଟିଏ ଚୁଟକିରେ ଜାଣିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।