ଏତେ ଉଚ୍ଚ ତୁଳସୀ ଗଛ ଜୀବନରେ କେବେ ଦେଖି ନଥିବେ କି ଶୁଣି ନଥିବେ, 60 ଫୁଟ୍ ର ତୁଳସୀ ଗଛ ପଛରେ ରହିଛି ସତ୍ୟଯୁଗର ବଡ ରହସ୍ୟ ! ଦେଖନ୍ତୁ video

ଆଜି ଆମେ ଆପଣଙ୍କୁ ଏମିତି ଏକ ତୁଳସୀ ଗଛ ବିଷୟରେ କହିବୁ ଯାହା ଆପଣ କେବେବି ଦେଖି ନଥିବେ । ଏହି ତୁଳସୀ ଗଛଟି ଏତେ ଉଚ୍ଚ ଯେ କେହି ଦେଖିଲେ ଏହା ଏକ ତୁଳସୀ ଗଛ ବୋଲି ବିଶ୍ବାସ କରିପାରିବେ ନାହିଁ । ଯେଉଁ ତୁଳସୀ ଗଛକୁ ପ୍ରତି ଓଡିଆ ଘରେ ସକାଳ ଓ ସନ୍ଧ୍ୟାରେ ପୂଜା କରାଯାଏ ଓ ଯେଉଁ ତୁଳସୀର ପତ୍ରକୁ କାଳିଆ ସାଆନ୍ତ ନିଜ ମଥାରେ ଧାରଣ କରନ୍ତି ଏହା ସେହି ତୁଳସୀ ଗଛ । କୁହାଯାଏ କି ଏହି ତୁଳସୀ ଗଛ ରାମାୟଣରୁ ମହାଭାରତ ଯାଏଁ ସବୁକିଛିର ମୂକସାକ୍ଷୀ ।

ହେଲେ ଛୋଟ ତୁଳସୀ ଗଛର ଯେମିତି ସୁଗନ୍ଧ ରହିଛି ଏହି ଗଛର ସେମିତି ସୁଗନ୍ଧ ଆଉ ନାହିଁ । ଗଛଟି ନିଜ ସୁଗନ୍ଧତାକୁ ହରାଇ ବସିଛି । କୁହାଯାଉଛି କି, ସତ୍ୟଯୁଗ ଫେରିଲେ ଯାଇ ଏହି 60 ଫୁଟ୍ ର ତୁଳସୀ ଗଛଟି ନିଜ ବାସ୍ନା ଫେରି ପାଇବ । କଟକ ଜିଲ୍ଲା ସାଲେପୁର ବ୍ଲକ ପୁଣ୍ୟତୋୟା ଚିତ୍ରୋତ୍ପଳା ପଠାର ବଲି ସାହି ଗାଁରେ ଥିବା ଏହି ଅଜଣା ବୃକ୍ଷଟି ଦେଖିବାକୁ ଏକଦମ ତୁଳସୀ ଗଛ ଭଳି । ହେଲେ ଏହାର ଉଚ୍ଛତା 60 ଫୁଟ୍ ହେବ ।

ଏହି ଗଛକୁ ଦେଖିଲେ ମନରେ ଭକ୍ତି ଭାବନା ସୃଷ୍ଟି ହୋଇଥାଏ । ବର୍ତ୍ତମାନ ସାଧାରଣ ରୂପେ ଦେଖା ଯାଉଥିବା ବୃକ୍ଷ ଭଳି ଏହାର ରୂପ ନାହିଁ କି ବାସ୍ନା ବି ନାହିଁ । କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ସତ୍ୟଯୁଗର ଗଙ୍ଗା ତୁଳସୀ ବୋଲି ମାନନ୍ତି । ସେମାନଙ୍କ କହିବା ଅନୁଯାୟୀ ଏହି ଗଛଟି ଆହୁରି ବିରାଟ ବଡ ଥିଲା ।

କିନ୍ତୁ 1999 ମହାବାତ୍ୟାରେ ଏଥିରୁ ଗୋଟିଏ ଅଂଶ ଭାଙ୍ଗି ଯାଇଥିଲା । ଏହି ଗଛର କାଠକୁ ଯେଉଁମାନେ ଜାଳିବା ପାଇଁ ଆଣିଥିଲେ ସେମାନଙ୍କୁ ଦେବୀ ସ୍ଵପ୍ନାଦେଶ ଦେବାରୁ ସେମାନେ କାଠ ଏଠାରେ ଛାଡି ପଳାଇଥିଲେ । ଏହି ତୁଳସୀ ଗଛ ପାଖକୁ ଋଷିମାନେ ମଧ୍ୟ ଆସନ୍ତି ଓ ଏଠାରେ ବସି ଧ୍ୟାନ ଜପ କରନ୍ତି । ସତ୍ୟଯୁଗରେ ପୁଣି ଥରେ ଏହାର ବାସ୍ନା ଫେରି ଆସିବ ବୋଲି ସେମାନେ କୁହନ୍ତି ।

ସବୁଠୁ ବଡ କଥା ହେଉଛି, ଶକ୍ତିପୀଠ ମା’ ଭଗବତୀ ଓ ଶମ୍ଭୁ ବିଶେଶ୍ଵରଙ୍କ ମାଝି ତଥା ଗୁପ୍ତଗଙ୍ଗା କୂଳରେ ଏହି ଗଛଟି ଅବସ୍ଥିତ । ତେଣୁ ଏହା ଉପରେ ବିଷାଦ କରାଗଲେ ଏହା ସତରେ ତୁଳସୀ ଗଛ ନା ଆଉ କେଉଁ ଅଜଣା ଗଛ ତାହା ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।