ନେପାଳ ବିମାନ ଦୁର୍ଘଟଣାର ଲାଇଭ ଭିଡିଓ ! କ୍ରାଶ ହେବା ପୂର୍ବରୁ ବିମାନ ଭିତରେ ଲାଇଭ ଭିଡିଓ କରୁଥିଲେ ଏହି ଭାରତୀୟ ଯାତ୍ରୀ, ଦେଖନ୍ତୁ video

ଗତକାଲି ନେପାଳରେ ହୋଇଥିବା ବିମାନ ଦୁର୍ଘଟଣା ସାରା ବିଶ୍ଵବାସୀଙ୍କୁ ବିଚଳିତ କରିଦେଇଛି । ବିମାନଟି ଭାରସାମ୍ୟ ହରାଇବା ପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ନେପାଳ ଅଭିମୁଖେ ଯାଉଥିବା ଏହି ବିମାନରେ 4 ଜଣ କ୍ରିଉ ମେମ୍ବରଙ୍କୁ ମିଶାଇ ସମୁଦାୟ 72 ଜଣ ଥିଲେ ବୋଲି ଜଣାପଡିଛି । ଦୁର୍ଭାଗ୍ୟବଶତଃ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରମାନେ ପ୍ରାଣ ହରାଇଛନ୍ତି । ତେବେ ଏହି ପ୍ଳେନ କ୍ରାଶକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ଦୁର୍ଘଟଣା ଘଟିବା ବେଳର କିଛି ଭିଡିଓ ମଧ୍ୟ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି ।

ଏକ ଭାଇରାଲ ଭିଡିଓରେ ଦୁର୍ଘଟଣା ପୂର୍ବରୁ ବିମାନ ଭିତରର ଦୃଶ୍ୟ ଦେଖିବାକୁ ମିଳିଛି । ବିମାନରେ ଥିବା ଜଣେ ଯାତ୍ରୀଙ୍କ ମୋବାଇଲରେ ନେପାଳ ବିମାନ ଦୁର୍ଘଟଣାର ଲାଇଭ ଭିଡିଓ କଏଦ ହୋଇଥିବା ଦେଖିବାକୁ ମିଳିଛି । ବିମାନ ଦୁର୍ଘଟଣାର କିଛି ମିନିଟ ପୂର୍ବରୁ ସେହି ବିମାନରେ ଯାତ୍ରା କରୁଥିବା ଉତ୍ତର ପ୍ରଦେଶର ଜଣେ ଯୁବକ ଫେସବୁକରେ ଲାଇଭ ଭିଡିଓ କରୁଥିଲେ । ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଉତ୍ତର ପ୍ରଦେଶ ଗାଜିପୁରର ଚାରିଜଣ ଯୁବକ ଯାତ୍ରା କରୁଥିଲେ ।

ସୋନୁ ଯଶୱାଲ, ଅନିଲ ରାଜଭଟ୍ଟ, ବିଶାଲ ଶର୍ମା ଏବଂ ଅଭିକ୍ତ ସିଂ ଖୁସୱାଲ ଆଦି ଚାରିଜଣ ଯୁବକ ଗତ 13 ତାରିଖରୁ ନେପାଳର ରାଜଧାନୀ କାଠମାଣ୍ଡୁ ର ପଶୁପତି ମନ୍ଦିରରୁ ପୂଜାର୍ଚ୍ଚନା କରି ପାରା ଗ୍ଲାଇଡିଂ କରିବାକୁ ପୋଖରା ଅଭିମୁଖେ ଯାଉଥିଲେ ।

ହେଲେ ପୋଖରା ବିମାନ ବନ୍ଦରରେ ପ୍ଳେନ ଲ୍ୟାଣ୍ଡିଂ କରିବା ପୂର୍ବରୁ ସୋନୁ ଯଶୱାଲ ନାମକ ଯୁବକ ଜଣକ ଫେସବୁକରେ ଲାଇଭ ଭିଡିଓ କରୁଥିଲେ । ଲାଇଭ ଭିଡିଓ କରିବା ସହ ମଜା ଆସିଗଲା ବୋଲି ସେମାନେ କହୁଥିବା ଦେଖିବାକୁ ମିଳୁଛି । ଠିକ ଏହାପରେ ବିମାନଟି ଭାରସାମ୍ୟ ହରାଇ ତଳକୁ ଖସି ପଡୁଛି ଓ ଯାତ୍ରୀ ମାନଙ୍କର ଆର୍ତ୍ତ ଚିତ୍କାର ମଧ୍ୟ ଶୁଭୁଛି । କ୍ରାଶ ବେଳେ ବିମାନରେ ନିଆଁ ଲାଗିବା ବେଳର ଦୃଶ୍ୟ ମଧ୍ୟ ମୋବାଇଲରେ କଏଦ ହୋଇଛି ।

ଦେଢ ମିନିଟର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିମାନରେ ବେଶ ଖୁସିରେ ସମସ୍ତେ ଯାଉଥିବା ବେଳେ ହଠାତ ଏହିଭଳି ଦୁର୍ଘଟଣା ଘଟିବା ସମସ୍ତଙ୍କୁ ସ୍ତବ୍ଧ କରି ଦେଉଛି । ଯାତ୍ରୀମାନେ କିଛି ବୁଝିବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ଏହି ସମୟର ଭିଡିଓଟି ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।