Mahatma Gandhi ଙ୍କୁ ମାରିବା ପାଇଁ Nathuram Godse ଏମିତି କରିଥିଲେ ଷଡଯନ୍ତ୍ର, ଜାଣନ୍ତୁ ହ-ତ୍ୟା ପଛର ଅସଲ କାରଣ

ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡସେ ମାରିଥିଲେ ବୋଲି ତ ଆମେ ସମସ୍ତେ ଜାଣିଛୁ । ହେଲେ କାହିଁକି ମାରିଥିଲେ ଏହା ହୁଏତ ଅନେକ ଲୋକ ଜାଣି ନଥିବେ । ଆଜି ଆମେ ଆପଣଙ୍କୁ ନାଥୁରାମ ଗଡସେ ଗାନ୍ଧୀଜୀଙ୍କୁ ମାରିବାର କାରଣ ଓ କୋର୍ଟରେ ସ୍ଵୀକାର କରିଥିବା କିଛି ଅଜଣା କଥା ବିଷୟରେ କହିଛୁ । ପ୍ରତିଦିନ ସନ୍ଧ୍ୟାବେଳେ ବିର୍ଲା ଭବନରେ ହେଉଥିବା ପ୍ରାର୍ଥନା ସଭାରେ ଯୋଗ ଦେଉଥିଲେ ଗାନ୍ଧୀଜୀ ।

କିନ୍ତୁ ୩୦ ଜାନୁୟାରୀ ୧୯୪୮ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ ଗାନ୍ଧୀଜୀ ବ୍ୟସ୍ତ ଥିବା ବେଳେ ତାଙ୍କ ନଜର ପାଖରେ ଥିବା ଘଣ୍ଟା ଉପରେ ପଡିଥିଲା । ଯାହାପରେ ସେ ତୁରନ୍ତ ପ୍ରାର୍ଥନା ସଭାକୁ ବାହାରି ପଡିଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ଗାନ୍ଧୀଜୀଙ୍କ ସମୁଖକୁ ଆସି ତାଙ୍କୁ ହାତ ଯୋଡି ନମସ୍କାର କରିଥିଲା ଓ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଥିଲା । ଆଉ ଏହାପରେ ଅଣ୍ଟାରେ ଖୋସିଥିବା ଛୋଟ ବେରିଟପ ବନ୍ଧୁକରେ ଗାନ୍ଧୀଜୀଙ୍କ ଉପରକୁ ତିନୋଟି ଗୁଳି ଚଳାଇଥିଲା ।

ଗାନ୍ଧୀଜୀଙ୍କ ଉପରକୁ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିବା ଏହି ନାଥୁରାମ ଗଡସେ କାହିଁକି ଏଭଳି କରିଥିଲା ବୋଲି ଆଜିବି ପ୍ରଶ୍ନ ଉଠେ । ୧୯ ମେ ୧୯୧୦ରେ ପୁନେ ଜିଲ୍ଲାସ୍ଥିତ ବାରାମତିରେ ନାଥୁରାମଙ୍କ ଜନ୍ମ । ଗଡସେ ଗାନ୍ଧୀଜୀଙ୍କ ବିଚାରଧାରାକୁ ଖୁବ ଭଲ ପାଉଥିଲେ । ଏମିତି ଏକ ସମୟ ଥିଲା ଯେତେବେଳେ ପ୍ରାର୍ଥନା ସଭାରେ ଗାନ୍ଧୀଜୀଙ୍କ ବିଚାରଧାରାକୁ ଦୋହରା ଯାଉଥିଲା ଗଡସେ ନିଜେ ଏହା ଦୋହରାଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନାଥୁରାମ ଗାନ୍ଧୀଜୀଙ୍କ ବିଚାରଧାରାକୁ ଘୋର ବିରୋଧ କରିବାକୁ ଲାଗିଲେ ।

ତେବେ ଏହା ପଛରେ ଅନେକ କାରଣ ରହିଛି । ଗାନ୍ଧୀଜୀଙ୍କ ପ୍ରତି ଗଡସେଙ୍କ ବିଚାରଧାରା ଗୋଟିଏ ଦିନରେ ବଦଳି ନଥିଲା । ଗଡସେଙ୍କୁ ଲାଗୁଥିଲା କି ଗାନ୍ଧୀଜୀ ହିନ୍ଦୁ ବିରୋଧୀ ଏବଂ ଗାନ୍ଧୀଜୀ ଅନେକ କାମ କରିଥିଲେ ଯେଉଁଥିରେ ଗଡସେଙ୍କ ସହମତି ନଥିଲା । ୧୯୩୮ରେ ଗାନ୍ଧୀଜୀଅଙ୍କ ପ୍ରତି ଗଡସେଙ୍କ ବିଚାରଧାରା ବଦଳିବାର ଟର୍ଣ୍ଣିଂ ପଏଣ୍ଟ ଆରମ୍ଭ ହୋଇଥିଲା । ଗଡସେ ଗାନ୍ଧୀଜୀଙ୍କ ଭଳି ହାଇଦ୍ରାବାଦରେ ହିନ୍ଦୁ ମହାସଭା ଆକ୍ଟିଭିଷ୍ଟ ଆଣ୍ଟି ହିନ୍ଦୁ ଡିସକ୍ରିମିନେସନ କ୍ୟାମ୍ପେନ ଲିଡ୍ କରିଥିଲେ ।

ଏଭଳି କ୍ୟାମ୍ପେନ ପାଇଁ ତାଙ୍କୁ ଏକ ବର୍ଷର କାରାଦଣ୍ଡ ମିଳିଥିଲା । ଏହାପରେ ଗଡସେ ଗାନ୍ଧୀବାଦୀରୁ ସେକୁଲାରିଷ୍ଟ ହୋଇ ଯାଇଥିଲେ । ଭାରତ ପ୍ରତି ଗଡସେଙ୍କର ଅଲଗା ବିଚାର ଥିଲା । ତାଙ୍କ ହିସାବରେ ଲୋକତନ୍ତ୍ରରେ ଧର୍ମ ହିସାବରେ କୌଣସି ଲୋକଙ୍କୁ ମଧ୍ୟ ସ୍ଵତନ୍ତ୍ର ଅଧିକାର ମିଳିବା ଉଚିତ ନୁହେଁ । ଏହା ପରଠାରୁ ଗଡସେ ଓ ଗାନ୍ଧୀଜୀଙ୍କ ବିଚାରଧାରାରେ ଆକାଶ ପାତାଳ ଫରକ ଆସି ଯାଇଥିଲା । ଗଡସେଙ୍କ ଅନୁଯାୟୀ ଗାନ୍ଧୀଜୀଙ୍କ ପ୍ରଥମ ଭୁଲ ଥିଲା କି ସେ ଖିଲାଫତ ଆନ୍ଦୋଳନର ସାଥ ଦେଇଥିଲେ ।

ଜିନ୍ନା ଅଲ୍ଲୀଙ୍କୁ ବି ଗାନ୍ଧୀଜୀ ପୁରା ଅଧିକାର ଦେଇଥିଲେ ବୋଲି କୋର୍ଟରେ କହିଥିଲେ ଗଡସେ । ଏହି ଖିଲାଫତ ଆନ୍ଦୋଳନ ପାଇଁ ଭାରତରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରା ଯାଇଥିଲା । ଭାରତ ଓ ପାକିସ୍ତାନ ବିଭାଜନକୁ ନେଇ ମଧ୍ୟ ଗଡସେଙ୍କୁ ରାଗ ଆସିଥିଲା । ଗଡସେଙ୍କ କହିବା କଥା ଗାନ୍ଧୀଜୀ କେବଳ ଭାରତକୁ ବିଭାଜନ କରି ନଥିଲେ ବରଂ ରିଜର୍ଭ ବ୍ଯାଙ୍କକୁ ମଧ୍ୟ ବିଭାଜନ କରି ଦେଇଥିଲେ । ଦେଶ ବିଭାଜନ ପୂର୍ବରୁ ରିଜର୍ଭ ବ୍ଯାଙ୍କରେ ୩୭୫କୋଟି ଟଙ୍କା ଥିଲା । ଯେଉଁଥିରୁ ୭୫କୋଟି ଟଙ୍କା ପାକିସ୍ତାନକୁ ଦିଆ ଯାଇଥିଲା ।

ବିଭାଜନ ପୂର୍ବରୁ ମଧ୍ୟ ୨୦ କୋଟି ଟଙ୍କା ଦିଆ ଯାଇଥିଲା । ଏହାପରେ ବି ପାକିସ୍ତାନକୁ ଆହୁରି ୫୫କୋଟି ଟଙ୍କା ଦେବାକୁ ଜିଦ୍ ଧରି ବସିଥିଲେ ଗାନ୍ଧୀଜୀ । ଯାହାକୁ ନେହେରୁ ମଧ୍ୟ ବିରୋଧ କରିଥିଲେ । ହେଲେ ଗାନ୍ଧୀଜୀ ଅନଶନ ଆନ୍ଦୋଳନ କରିବାରୁ ୫୫କୋଟି ଟଙ୍କା ମଧ୍ୟ ପାକିସ୍ତାନକୁ ଦେବାକୁ ପଡିଥିଲା । କେବଳ ସେତିକି ନୁହେଁ ବରଂ ରାଉଣ୍ଡ ଟେବୁଲ ବୈଠକ ପାଇଁ ମଧ୍ୟ ଗାନ୍ଧୀଜୀଙ୍କୁ ଦୋଷୀ ମାନିଥିଲେ ଗଡସେ ।

୧୯୩୧ରେ ବ୍ରିଟିଶ ସରକାର ଦ୍ଵାରା ଅନୁଷ୍ଠିତ ରାଉଣ୍ଡ ଟେବୁଲ ବୈଠକରେ ଗାନ୍ଧୀଜୀ ଲୋକତନ୍ତ୍ର ଏବଂ ରାଷ୍ଟ୍ରବାଦ ଉପରେ କିଛିବି କହି ନଥିଲେ । ଭଗତ ସିଂ, ରାଜଗୁରୁ ଏବଂ ସୁକଦେବଙ୍କ ମୃତ୍ୟୁ ପାଇଁ ମଧ୍ୟ ଗାନ୍ଧୀଜୀ ଦାୟୀ ବୋଲି ଗଡସେ କହିଥିଲେ । ଗାନ୍ଧୀଜୀଙ୍କ ଏଭଳି ଆଚରଣ ପାଇଁ ନେତାଜୀ ସୁବାଷ ବୋଷ ମଧ୍ୟ ତାଙ୍କୁ ପ୍ରଶ୍ନ କରିଥିଲେ । ଗଡସେ କୋର୍ଟରେ କହିଥିଲେ, ଗାନ୍ଧୀଜୀଙ୍କୁ ପଢିବା ପରେ ମୋର ହୃଦବୋଧ ହେଲା ଯେ, ମୋର ପ୍ରଥା ଦାୟିତ୍ଵ ହେଉଛି ହିନ୍ଦୁତ୍ଵ ।

ଦେଶର ସଚ୍ଚୋଟ ନାଗରିକ ହୋଇଥିବାରୁ ୩୦ କୋଟି ହିନ୍ଦୁଙ୍କ ସ୍ଵତନ୍ତ୍ରତାକୁ ରକ୍ଷା କରିବା ପାଇଁ ମୋର ଭାରତ ପାଇଁ ସେବା ହେବ । ସଂଖ୍ୟାଲଘୁଙ୍କ ପାଇଁ ଗାନ୍ଧୀଜୀ ନଖାଇ ନପିଇ ଯେତେବେଳେ ଆନ୍ଦୋଳନ କଲେ ସେତେବେଳେ ଗାନ୍ଧୀଜୀଙ୍କ ଅସ୍ଥିତ୍ଵକୁ ଶେଷ କରିବା ପାଇଁ ଚିନ୍ତା କରିଥିଲେ ଗଡସେ ।

ପାକିସ୍ତାନ ନିର୍ମାଣ ପାଇଁ ଗାନ୍ଧୀଜୀ ସାହାଯ୍ୟ କରିଥିଲେ ବୋଲି ତାଙ୍କ ଉପରେ ବଡ ଆରୋପ ଲଗାଇଥିଲେ ନାଥୁରାମ । ତେବେ ଗଡସେ ଗାନ୍ଧୀଜୀଙ୍କୁ ଦୁଇଟି ଗୁଳି ମାରିଥିବା କୋର୍ଟରେ ସ୍ଵୀକାର କରିଥିବା ବେଳେ ତୃତୀୟ ଗୁଳି ଗାନ୍ଧୀଜୀଙ୍କୁ କିଏ ମାରିଥିଲା ତାହା ଏବେବି ରହସ୍ୟ ଘେରରେ ।